ଆମ ଦୁନିଆରେ ଅନେକ ସାଧୁ,ସନ୍ୟାସୀ, ବାବାଆଦି ରହିଛନ୍ତି କିନ୍ତୁ ସେମାନଙ୍କ ଭିତରେ ଜୟା କିଶୋରୀ ଭିନ୍ନ ଅଟନ୍ତି ।କେମିତି ଜଣେ ସାଧାରଣ ଝିଅ ଜୟା ଶର୍ମା ଆଜି ଜୟା କିଶୋରୀ ର ନାମରେ ପରିଣତ ହେଲେ ।
ତାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି କିନ୍ତୁ ଆଜି ଏହି ଜୟା କିଶୋରୀ ଙ୍କର ଲକ୍ଷ ଲକ୍ଷ ଭକ୍ତ ରହିଛନ୍ତି ।ତାଙ୍କର କଥା ଶୁଣି ଆଜି ଅନେକ ଲୋକ ଙ୍କ ଜୀବନରେ ସୁଧାର ଆସିବାରେ ଲାଗୁଚି ।ତେବେ ଆଜି ଆମେ ଜୟା ଙ୍କ ବିଷୟରେ ଜାଣିବା କି ସେ ଜୟା କିଶୋରୀ କେମିତି ହେଲେ ଓ ତାଙ୍କ ଜୀବନରେ ସେ ଆଗକୁ କଣ କଣ କରିବାକୁ ଚାହାନ୍ତି ।
ତେବେ ଆମ ସମସ୍ତଙ୍କ ଜୀବନରେ ଉଦେଶ୍ୟ ଲକ୍ଷ ଭିନ୍ନ ଭିନ୍ନ ହେଇଥାଏ,ଜନ୍ମ ହେବା ପରେ ଆପଥ ପଡି ଚାକିରୀ ପାଇଁ ଆମେ ସମସ୍ତେ ଚେଷ୍ଟା କରିଥାଉ ।ହେଲେ କିଛି କିଛି ବ୍ୟକ୍ତି ଙ୍କର ଜୀବନ ର ଉଦ୍ଦେଶ୍ୟ ପୂର୍ବ ନିର୍ଦ୍ଧାରିତ ହେଇ ରହିଥାଏ ଆଉ ସେହି ଭିତରେ ସାମିଲ ଅଟନ୍ତି ଜୟା କିଶୋରୀ ।ତେବେ ଜୟା ଙ୍କର ଜନ୍ମ 1996 ମସିହାରେ କଲିକତା ହେଇଥିଲା,ଖୁବ କମ ବୟସ ରୁ ସେ ଶିବ ସ୍ତୋତ୍ର ଓ ଅନ୍ୟ ମନ୍ତ୍ର ଗୁଡିକୁ ଖୁବ ଭଲ ଭାବରେ ଉଚ୍ଚାରଣ କରି ପାରୁଥିଲେ ।ଏହା ବ୍ୟତୀତ ପରିବାର ଆଧ୍ୟାତ୍ମିକ ବାତାବରଣ ତାଙ୍କୁ ଖୁବ ଆକୃଷ୍ଟ କରି ପାରିଥିଲା ।ଏହାପରେ ମାତ୍ର 10 ବର୍ଷ ବୟସ ରୁ ଜୟା କୃଷ୍ଣ ଙ୍କ ଭକ୍ତିରେ ଲିନ ହେବା ସହିତ ନିଜ ଧର୍ମ ଗୁରୁ ଙ୍କର ଦ୍ୱାରା ପ୍ରେରିତ ହେଇଥିଲେ ।
ଯେତେବେଳେ ଜୟା ନିଜ ଗୁରୁଙ୍କ ମାଧମ ରେ ଧର୍ମ ଶାସ୍ତ୍ର ବିଷୟରେ ଶିକ୍ଷା ଗ୍ରହଣ କରୁଥିଲେ ସେହି ସମୟରେ ଗୁରୁ ତାଙ୍କୁ କିଶୋରୀ ବୋଲି ଡାକୁଥିଲେ ।ତେବେ ଝିଅଙ୍କୁ କିଶୋରୀ କହିବା ର ଅର୍ଥ ତାଙ୍କୁ ରାଧା ଙ୍କ ପରି ଦେଖା ଯାଉଥିଲା ।ଆଉ ପରେ ଧିରେ ଧିରେ ଗୁରୁ ଙ୍କ ଦ୍ଵାରା ହିଁ ସେ ଜୟା ଶର୍ମା ରୁ ଜୟା କିଶୋରୀ ନାମରେ ନାମିତ ହେଲେ ।ଏହାପରେ ମାତ୍ର 21 ବର୍ଷ ବୟସ ରୁ ସେ ପ୍ରବଚନ ଆଦି ଦେବା ସହିତ ବିଭିନ୍ନ ଲୋକଙ୍କୁ ମୋଟିଭେଟ କରି ପାରିଛନ୍ତି ।ଆଉ ଆଜି ତାଙ୍କ ପ୍ରବଚନ ଶୁଣିବା ପାଇଁ ଲିଙ୍କ ଭିଡ଼ ଛୁଟୁଛି ।
ତେବେ ଜୟା ଜୀବନର ପ୍ରଥମ ପ୍ରେମ ହେଉଛନ୍ତି କୃଷ୍ଣ ତେଣୁ ସେ ଭବିଷ୍ୟତରେ ବିବାହ କରିବେ ହେଲେ କୃଷ୍ଣ ପ୍ରେମ କୁ ଛାଡ଼ି ପାରିବେ ନାହିଁ ।ତେବେ ଜୟା ନିଜକୁ ଜଣେ ସାଧାରଣ ଝିଅ କହୁଥିବା ବେଳେ ସେ ଭବିଷ୍ୟତ ରେ ବିବାହ କରିବେ ଆଉ ସାଂସାରିକ ଜୀବନ ବିତାଇବେ ।ଏହା ଛଡା ବିବାହ କରି କଲିକତା ରେ ରହିବେ ଓ ନିଜ ବାପାମାଆ ଙ୍କ ସେବା କରିବେ ।ତେବେ ଏହା ଥିଲା ଜୟା କିଶୋରୀ ଙ୍କର ଯାତ୍ରା ର ପୁରା କଥା, ତେବେ ଆପଣଂକୁ ଜୟା କିଶୋରୀ ଙ୍କ ବିଷୟରେ ଜାଣି କେମିତି ଲାଗିଲା ମତାମତ ଜଣାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।