“ମା- ମୁଁ ଗୋଟିଏ ପୁଅ ଥିଲି ମା କାହିଁକି ମୋତେ” ନାଳ ଝରଣା ରେ ଫିଙ୍ଗିଦେଲୁ ମା ଦେଖନ୍ତୁ ଭାଇରାଲ ଭିଡିଓ…ଏଭଳି ମା କୁ କଣ ଦଣ୍ଡ ମିଳିବା ଦରକାର ?
ବର୍ତ୍ତମାନ ର ଏହି ମିଛ ମାୟା ସଂସାର ରେ କେହି କାହାକୁ ଖାତର କରୁନାହାନ୍ତି କିମ୍ବା କେହି କାହାକୁ ସଂମାନ ମଧ୍ୟ ଦେଉ ନାହାନ୍ତି ଏଠାରେ କୌଣସି ସମ୍ପର୍କରେ ପଵିତ୍ରତା ନାହିଁ। ନା ବଡ଼ ମାନେ ସାନ ମାନ ଙ୍କୁ ସେନ୍ହ ମମତା ଓ ଭଲପାଇବା ଦେଉଛନ୍ତି ନା ସାନ ମାନେ ଗୁରୁଜନ ଙ୍କୁ ସଂମାନ।ବର୍ତ୍ତମାନ ର ଏହି ସମାଜ ରେ ସମସ୍ତେ କେବଳ ମିଛ , ଗର୍ଵ , ସ୍ୱାର୍ଥ ଏବଂ ଅଶୀଳତା ତଥା କାମନା ଓ ବାସନା ର ଭୋଗ ବିଳାସ ରେ ହଜି ଯାଉଛନ୍ତି।ମା ପରି ଏକ ପବିତ୍ର ମଣିଷ ଟେ ବି ସ୍ୱାର୍ଥପର ହୋଇଗଲାଣି ଆଉ ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ଛୁଆ କୁ ଫିଙ୍ଗି ବା କୁ ପଛୁ ନାହାନ୍ତି।
ତେବେ ବର୍ତ୍ତମାନ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି କେଉଁଝର ଜିଲ୍ଲା ରେ ଦେଖିବା କୁ ମିଳିଛି ।
ଯେଉଁ ଠାରେ କେହି ଜଣେ ଜନ୍ମ କଲା ନବଜାତ ଶିଶୁ ପୁତ୍ର କୁ ଏକ ଝରଣା ନାଳ ପାଖରେ ପ୍ଲାଷ୍ଟିକ ବ୍ୟାଗ ରେ ପୁରାଇ ଫିଙ୍ଗି ଦେଇଥିଲା। ତେବେ ସକାଳେ ସକାଳେ ଝରଣା ନାଳ ପାଖ ରୁ ଗୋଟିଏ କଁଅଳ ଶିଶୁ ର କରାଳ ଚିତ୍କାର ଶୁଣିବା ପରେ ଧାଇଁ ଆସିଥିଲେ ଗ୍ରାମ ବାସୀ ଆଉ ପାଖରେ ଗୋଟିଏ ବ୍ୟାଗ କୁ ଦେଖି ଥିଲେ। ତେବେ ବ୍ୟାଗ ଟିକୁ ଖୋଲିବା ପରେ ଯାହା ଦେଖା ଯାଇଥିଲା ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା।
ତେବେ ଏହି ବ୍ୟାଗ ଟିରେ ଥିଲା ଗୋଟିଏ ନବ ଜାତ ଶିଶୁ ସେବୀ କନ୍ୟା ନଥିଲା ଥିଲା ଗୋଟିଏ ପୁତ୍ର ସନ୍ତାନ।ତେବେ କେହି ଜଣେ ମା ଯିଏକି ଅନ୍ତ ଫାଡ଼ି ଜନ୍ମ ଦେଇଥିଲା ସେ ଜନ୍ମ ଦେବା ପରେ ତାକୁ ଝରଣା ପାଖ ନାଳ ରେ ପକେଇ ଦେଇଥିଲା। ଭାବିଥିଲା ବଧେ କୋଉ ସାପ କି ବାଘ ତାକୁ ଖାଇ ଦବ ନଚେତ ସେମିତି ଝରଣା ରେ ଭାସି ଯାଇ ମରି ଯିବ ବୋଲି। କିନ୍ତୁ କଥା ରେ ଅଛି ଯାହାକୁ ରଖିବେ ଅନ୍ତନ କେ କରି ପାରିବ ତାର ଅନ୍ତ। ତେଣୁ ସେହି ପିଲା ଟିର କାନ୍ଦ ଗ୍ରାମ ର ଅଶୋକ ନାମକ ଜଣେ ବ୍ୟକ୍ତି ଙ୍କୁ ଶୁଣା ଗଲା।
ସେ ଅନ୍ୟ ଗ୍ରାମ ବାସୀ ଙ୍କ ସହ ଆସି ସେଠାରେ ପହଁଚିଲେ ଆଉ ଛୁଆ ଟି କୁ ଉଦ୍ଧାର କରି ସଂଗେ ସଂଗେ ତାକୁ କେଉଁଝର ହସ୍ପିଟାଲ କୁ ନେଇ ଯାଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର ନବ ଜାତ ର ଚିକିତ୍ସା କରିବା ପରେ ସେ ସୁସ୍ଥ ଥିବା ଜଣା ପଡ଼ିଛି। ତେବେ ବର୍ତ୍ତମାନ ପିଲା ଟି କୁ ଅଶୋକ ଓ ତାର ପତ୍ନୀ ନିଜର ପିଲା ଭାବରେ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ବନ୍ଧୁଗଣ ଗୋଟିଏ ପିଲା କୁ ଜନ୍ମ ଦେଇ ତାକୁ ଏହିପରି ମରଣ ମୁଁହ କୁ ଠେଲି ଦିଅନ୍ତୁ ନାହିଁ, ଯଦି ଯତ୍ନ କରିପାରିବେ ନାହିଁ ତେବେ ଅନେକ ସଂସ୍ଥା ରହିଛି ପିଲା ଙ୍କୁ ପାଳିବା ପାଇଁ ତାଙ୍କୁ ଦେଇ ଦିଅନ୍ତୁ ମାତ୍ର ଏହିପରି ଅମାନସିକ କାର୍ଯ୍ୟ କରନ୍ତୁ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।