Daily news update , Real odisha local news

ରହିଯାଇଥିବା ପିରିଓଡକୁ ଗୋଟେ ଦିନରେ ଆଣିବାର ଘରୋଇ ଚିକିତ୍ସା || irregular period home remedy

0 716

ପ୍ରତ୍ୟେକ ମାସରେ ମହିଳା ମାନଙ୍କର ପିରିୟଡ଼ ଆସିଥାଏ,ଆଉ ଏହା ଏକ ନିର୍ଦ୍ଦିଷ୍ଟ ବୟସରେ ଆରମ୍ଭ ହେଇ ନିର୍ଦିଷ୍ଟ ବୟସରେ ଶେଷ ହେଇଥାଏ ।ତେବେ ବର୍ତ୍ତମାନ ମହିଳାଙ୍କ ର ପିରିୟଡ଼ କୁ ଅନେକ ସମସ୍ୟା ଦେଖିବାକୁ ମିଳୁଛି ।ଆଉ ସେହି ଭିତରୁ ଗୋଟିଏ ବଡ଼ ଅସୁବିଧା ହେଉଛି ଅନିୟମିତ ପିରିୟଡ଼, ତେବେ 40 ରୁ 45 ବୟସ ବେଳେ ଓ ପିଲା କୁ ସ୍ତନ୍ୟ ପାନ କରୁଥିଲେ ସେହି ସମୟରେ ଇରେଗୁଲାର ପିରିୟଡ଼ ହେବା ସାଧାରଣ ଅଟେ ।ଏହା ବ୍ୟତୀତ ଅନ୍ୟ କୋଉ ସମୟରେ ଏହି ଇରେଗୁଲାର ପିରିୟଡ଼ ଆଦ୍ୟୁ ଠିକ ନୁହେଁ ,ଆଉ ଏମିତି ହେବା ପଛରେ ଅନେକ କାରଣ ବି ରହିଥାଏ ।

ତେବେ ଅଧିକ ଷ୍ଟ୍ରେସ ନେବା ଯୋଗୁ ଇଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟ୍ରନ ହରମୋନ ଉପରେ ପ୍ରଭାବ ପଡିଥାଏ ଆଉ ଏମିତି ହେଲେ ପିରିୟଡ଼ ଉପରେ ପ୍ରଭାବ ପଡିଥାଏ ।ଏହା ବ୍ୟତିତ PCOD, ମୋଟାପା,ଥାଇରଏଡ଼, ପତଳା ପାଇଁ ପ୍ରୋଟିନ ନେଉଥିଲେ ଓ ମୋଟାପା ପାଇଁ ଅଧିକ ୱେଟ ଲସ କରିବା ଯୋଗୁ ବି ଇରେଗୁଳାର ପିରିୟଡ଼ ଉପୁଜି ଥାଏ ।ତେବେ ଏମିତି ପିରିୟଡ଼ କୁ ଠିକ କରିବା ପାଇଁ ଆପଣଂକୁ ପ୍ରଥମେ ନିଜ ଦିନଚର୍ଯ୍ୟା କୁ ଠିକ କରିବା ଦରକାର ।ଖାଦ୍ୟ ପେୟ ରେ ପରିବର୍ତ୍ତନ ଆଣିବା ସହିତ ପ୍ରତ୍ୟେକ ଦିନ ଏକ୍ସାସାଇଜ ଓ ଯୋଗ କରିବା ଦରକାର ।

ତେବେ ଆପଣ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହିତ ଗୋଟିଏ ସହଜ ରିମେଡି କୁ କରିପାରିବେ ଯାହା ମାତ୍ର 3 ଦିନରେ ଆପଣଙ୍କ ପିରିୟଡ଼ ଆଣିବାରେ କାମ କରିବ ।ତେବେ ସେହି ରିମେଡି କଣ ଆଉ ତାହାକୁ କେମିତି ତିଆରି କରିବେ ଆସନ୍ତୁ ସେ ବିଷୟରେ ଜାଣିବା ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ଅଦା
-ପାନ ମଧୁରୀ
-ଜିରା
-ହଲଦୀଗୁଣ୍ଡ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ପାଇଁ ଆପଣ ଗୋଟିଏ ଗ୍ଲାସ ପାଣି ଗୋଟିଏ ପେନ ରେ ନିଅନ୍ତୁ ସେଥିରେ ଦେଡ଼ ଇଂଚ ର ଅଦା କୁ ଚେଞ୍ଚି ପକାନ୍ତୁ ।ପାଣି ଟିକିଏ ଫୁଟିବା ପରେ ସେଥିରେ ପାନ ମଧୁରୀ ଓ ଜିରା ର ଗୁଣ୍ଡ କରି ଗୋଟିଏ ଚାମୁଚ ସେହି ପାଣିରେ ପକାନ୍ତୁ ଆଉ ଶେଷରେ ଟିକିଏ ହଲଦୀଗୁଣ୍ଡ ପକାଇ ଦିଅନ୍ତୁ ।

-ପାଣି ଫୁଟି ଫୁଟି ଯେତେବେଳେ ଅଧା ହେଇଯିବ ତାହାକୁ ଛାଣି ନିଅନ୍ତୁ ଏବେ ଆପଣଙ୍କ ର ଏହି ରିମେଡି ପ୍ରସ୍ତୁତ ।ତେବେ ଏହି ରିମେଡି କି ଆପଣ ଦିନରେ ଦୁଇ ଥର ଲଞ୍ଚ ଓ ଡିନର ର 30 ମିନିଟ ପରେ ପିଇବେ ।ଆଉ ଗୋଟିଏ ରୁ 3 ଦିନ ଭିତରେ ଦେଖିବେ ଆପଣଙ୍କ ପିରିୟଡ଼ ଆସିଯିବ ।ତେବେ ଏହି ରିମେଡି କୁ ପ୍ରେଗନେଣ୍ଟ ମହିଳା ମାନେ ପାଳନ କରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.