Daily news update , Real odisha local news

“୨୦୧୭ରୁ ମୁଁ ପ୍ରିପ୍ୟାରେସନ୍ କରୁଥିଲି, ୨୦୨୦ରେ ମୁଁ ORS ହେଲି ଆଉ ୨୦୨୨ରେ ମିଳିଲା IAS” “ସଂଘର୍ଷ ଏବଂ ସଫଳତା କାହାଣୀ” ଶୁଣିଲେ କାନ୍ଦି ପକାଇବେ…

0 22

“ସିଭିଲ ସର୍ଭିସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପାଇଁ କୋଚିଂ ନେବା ଯେ ନିହାତି ଦରକାର ତାହା ଭୁଲ କଥା ଅଟେ। ମୁଁ ବିନା କୋଚିଂ ରେ ପ୍ରଥମେ OPSC ୨୦୨୦ ମସିହା ରେ କ୍ରାକ କରିଥିଲେ ଏବଂ ୨୦୨୨ ମସିହା ରେ UPSC ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛି। ତେବେ ମୋର ଲକ୍ଷ ରହିବ ପ୍ରଥମେ ମହିଳା ମାନଙ୍କ ସଶକ୍ତିକରଣ ଉପରେ କାରଣ ଜଣେ ମହିଳା ଶିକ୍ଷିତ ହେଲେ ସେ ସମସ୍ତ ଙ୍କୁ ଶିକ୍ଷିତ କରି ପାରିବ”। ତେବେ ବନ୍ଧୁଗଣ ଏହା ଆମେ ନୁହେଁ ଏହା କହିଛନ୍ତି ଓଡ଼ିଶାର ଗର୍ବ ଗୌରବ IFS ବିଶ୍ୱ ବିଶ୍ୱେତ ତ୍ରିପାଠୀ। ତେବେ ଆସନ୍ତୁ ଜାଣିବା ତାଙ୍କର ସଂଘର୍ଷ ର କାହାଣୀ ବିଷୟ ରେ।

ତେବେ ବହୁ ମହାପୁରୁଷ ମାନେ କହିଛନ୍ତି କି,ଯଦି ଆପଣଙ୍କ ର ଲକ୍ଷ ବଡ଼ ହୋଇଥାଏ ଏବଂ ଆପଣ ଯଦି ନିଜ ଲକ୍ଷ ବା ଉଦେଶ୍ୟ କୁ ପୂରଣ କରିବା ପାଇଁ କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କୁ କେହି ବି ଅଟକି ପାରିବେ। ବୟସ , ପରିବାର , ଟଙ୍କା ପଇସା କେଵଳ ଗୋଟିଏ ଗୋଟିଏ ବାହାନା ହୋଇଥାଏ। ତେବେ ଏହାକୁ ସତ୍ୟ ରେ ପ୍ରକାଶ କରି ଦେଖାଇଛନ୍ତି ଓଡ଼ିଶା ଭୁବନେଶ୍ୱର ର IFS ବିଶ୍ୱ ତ୍ରିପାଠୀ।ତେବେ ସବୁଠାରୁ ବଡ଼ କଥା ଏହା କି ସେ ବିନା କୋଚିଂ ରେ ଦୁଇ ଥର ସିଭିଲ ସର୍ଭିସ ପରୀକ୍ଷା ରେ ଉତିଣ୍ଣ ହୋଇଛନ୍ତି।

ତେବେ ପ୍ରଥମେ ୨୦୨୦ ମସିହା ରେ ସେ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ ଉତିଣ୍ଣ ହୋଇଥିଲେ ଏବଂ ORS ଭାବରେ କାର୍ଯ୍ୟରତ ଥିଲେ। ତେବେ ଏହା ପରେ ପୁଣି ସେ ୨୦୨୨ ମସିହା ରେ UPSC ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ୨୩୨ ରେଙ୍କ ରେ ରହିଥିଲେ ଏବଂ IFS ଭାବରେ ପୋଷ୍ଟିଂଗ ପାଇଥିଲେ। ତେବେ ସେ କହିଛନ୍ତି କି ସେ ୨୦୧୭ ମସିହା ରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପଢିବା ଆରମ୍ଭ କରିଥିଲେ ଏବଂ ଏଥିରେ ତାଙ୍କୁ ସବୁବେଳେ ତାଙ୍କର ବାପା ମା ସମର୍ଥନ କରିଥିଲେ। ଆଉ ଆଜି ସେହି ବାପା ମା ଙ୍କୁ ସେ ଗର୍ବିତ କରେଇ ଦେଖାଇଛନ୍ତି।

ତେବର ସେ କହିଛନ୍ତି କି UPSC ହେଉ କିମ୍ବା କୌଣସି ବି ପରୀକ୍ଷା ହେଉ ନା କାହିଁକି ସେଥିରେ ଉତ୍ତୀର୍ଣ୍ଣ ହେବା ପାଇଁ କୋଚିଂ ନେବା ର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣ ଠିକ ଭାବରେ ପ୍ରିପାରେସନ କରିବେ ତେବେ ସବୁ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ପାରିବେ। ତେବେ ସେ କହିଛନ୍ତି କି ବର୍ତ୍ତମାନ ତାଙ୍କର ପ୍ରଥମ ଲକ୍ଷ ମହିଳା ମାନଙ୍କ ର ଶସକ୍ତିକରଣ ରହିବ।ଏବଂ ଏହା ସହ ସେ ପୁଣି ଆଉ ଥରେ UPSC ଦେବେ ଏବଂ ସେଥିରେ ଭଲ ରେଙ୍କ ରେ ରହିବା ପାଇଁ ଚେଷ୍ଟା କରିବେ। ତେବେ ପୁଅ ର ଏହି ସଫଳତା କୁ ନେଇ ବେଶ ଗର୍ବୀତ୍ ଅନୁଭବ ବାପା ମା କରୁଥିବା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.