ନୀତିଦିନ ସୋସିଆଲ ମେଡିଆରେ କିଛି ନକିଛି ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଥାଏ ।ଠିକ ସେହିପରି ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ବିଶ୍ୱାସ ହେବ ନାହିଁ ।ତେବେ ଭିଡ଼ିଓରେ କିଛି ଏମିତି ରହିଛି କି 3 ଜଣ ବ୍ୟକ୍ତି ଗତ 11 ଦିନ ଧରି ଜାହାଜର ‘ରଡର’ ଉପରେ ବସି 3200 କିଲୋମିଟର ରାସ୍ତା ଅତିକ୍ରମ କରିଛନ୍ତି ।
ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ସମ୍ପୂର୍ଣ୍ଣ ଘଟଣା କେମିତି ଥିଲା ସେ ବିଷୟରେ ଆସନ୍ତୁ ଜାଣିବା ।
ତେବେ ଆମେ ଜାଣିଚୁ କି ଜାହାଜ ଭିତରେ ଲୋକ ଯିବାଆସିବା କରିଥାନ୍ତି, ତେବେ ଜାହାଜ ବାହାରେ ରହି ଯାତ୍ରା କରିବା କେମିତି ସମ୍ଭବ ! ତେବେ ଏହି କଥାକୁ ବି ସାବ୍ୟସ୍ତ କରିଛନ୍ତି 3 ଜଣ ବ୍ୟକ୍ତି, ତେବେ ନିକଟରେ ଜଳ ଜାହାଜର ତଳେ ଥିବା ‘ରଡର’ ଉପରେ ବସି 3 ଜଣ ବ୍ୟକ୍ତି 11 ଦିନ କାଟିଛନ୍ତି ।ତେବେ ଜୀବନ କୁ ବାଜି ଲଗେଇ ଏମିତି ପଦକ୍ଷେପ ନେବା ଖୁବ ଭୟଙ୍କର ଅଟେ ହେଲେ ବି ତଭିତରେ ଏହି ବ୍ୟକ୍ତି ମାନେ ସୁଦୂର ପଥ ପାର କରିଛନ୍ତି ।ଆଉ ଏହି ଖବର ଯିଏ ବି ଶୁଣୁଛି ଦେହ ଶୀତେଇ ଉଠୁଛି ।
ତେବେ ସୂଚନା ଅନୁଯାୟୀ ନଭେମ୍ବର 17 ତାରିଖରେ ନାଇଜେରିଆରୁ କନାରି ଯାତ୍ରା କରିଥିଲା 11 ଦିନ ଧରି ନିରବଚ୍ଛିନ୍ନ ଭାବେ ଜାହାଜଟି 3200 କିଲୋମିଟର ଯାତ୍ରା କରି ସ୍ପେନ୍ ସୀମାରେ ପହଞ୍ଚିଥିଲା। ଆଉ 3 ଜଣ ବ୍ୟକ୍ତି ସେହି ଜାହାଜରେ ବିନା ଅନୁମତିରେ ଲୁଚି ଯାତ୍ରା କରିଥିଲେ ।ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସ୍ପେନିସ୍ କୋଷ୍ଟ୍ ଗାର୍ଡ ଏହି ଘଟଣା ର ଏକ ଗତ ସେଆର ସୋସିଆଲ ମେଡିଆରେ ସେଆର କରିଥିଲେ ।
ତେବେ ଏହି ଫୋଟରେ ଦେଖିବାକୁ ମିଳୁଛି କି 3 ଜଣ ବ୍ୟକ୍ତି ଜାହାଜ ର ତେଲ ରହୁଥିବା ଟ୍ୟାଙ୍କର ଜାହାଜ ଆଲିଥିନି-୨ ର ‘ରଡର’ ଉପରେ ବସି ଯାତ୍ରା କରୁଛନ୍ତି ।ତେବେ ସେହି ରଡ଼ର କୁ ସୁମୁଦ୍ର ପାଣି ଛୁଇଁ ଯାଉଛି ଆଉ ବେଳେ ବେଳେ ପାଣି ଖୁବ ଜୋରରେ ପିଟି ବି ହେଉଛି ।ହେଲେ ତିନି ଜଣ ବ୍ୟକ୍ତି ସବୁ ସମସ୍ୟା କୁ ପାର କରି ଭୋକ ଉପାସରେ ସେହି ଜାଗାରେ ବସି ରହିଥିଲେ ।ତେବେ ଜହାଜ ତାଙ୍କ ସ୍ଥାନରେ ପହଁଚିବା ପରେ ସେହି ବ୍ୟକ୍ତି ମାନଙ୍କୁ ଦେଖିବାକୁ ମିଳିଥିଲା ।ତେବେ ବିନା ଖାଦ୍ୟପେୟ ରେ ସେହି ଯାତ୍ରା ମାନଙ୍କ ର ଦେହ ଅସୁସ୍ଥ ହେଇ ପଡିଥିଲା ତେଣୁ ତାଙ୍କର ଚିକିତ୍ସା ହେଇଥିଲା ।ଏହା ପରେ ତାଙ୍କୁ ସ୍ପେନିସ୍ ତଟରକ୍ଷୀବାହିନୀ ଗିରଫ କରିଛି କାରଣ ସେମାନେ ଏମିତି ବିପଦ ସଙ୍କୁଳ ଅବସ୍ଥା ରେ ଯାତ୍ରା କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।