ବନ୍ଧୁମାନେ ବର୍ତ୍ତମାନ ସମସ୍ତେ ନିଜକୁ ଯେମିତି ନ ଯେମିତି ହେଉ ସୁନ୍ଦର କଟିବାର ଲାଗିଛନ୍ତି ।ତେବେ କେଶ ହେଉ କି ମୁହଁ ଏହାକୁ ସୁନ୍ଦର କରିବା ପାଇଁ ସମସ୍ତେ କୁଉବ ବ୍ୟସ୍ତ ।ମୁହଁର ଭିନ୍ନ ଭିନ୍ନ ଅଙ୍ଗ ଭିତରୁ ଓଠ ଏକ ମୁଖ୍ୟ ଆକର୍ଷଣ ଅଟେ ଯାହା ଉପରେ ସମସ୍ତଙ୍କ ର ଆଜି ନଜର ପଡିଥାଏ ।
ତେବେ ସୁନ୍ଦର ଗୋଲାପୀ ଓ ନରମ ଓଠ ସମସ୍ତଙ୍କୁ ଅଧିକ ସୁନ୍ଦର କରିଥାଏ, ହେଲେ ଆଜିକାଲି ଆମେ ସମସ୍ତେ ବିଭିନ୍ନ କେମିକାଲ ଯୁକ୍ତ ଲିପଷ୍ଟିକ କୁ ଓଠରେ ଲଗାଇ ଓଠକୁ ସୁନ୍ଦର କରୁଚୁ ।ହେଲେ ପରବର୍ତ୍ତୀ ସମୟରେ ଓଠ କଳା ପଡିଯିବା ସହିତ ଶୁଖିଲା ବି ଦେଖାଯାଏ, ତେବେ ଏହିପରି ହେଲେ ଓଠ କୁ କେମିତି ସୁନ୍ଦର କରିବେ !
ତେବେ ପ୍ରଥମେ ତ ଓଠ କଳା ପଡିବା ଓ ଶୁଖିଲା ଦେଖାଯିବା ପଛରେ କାରଣ ହେଉଛି କମ ପାଣି ପିଇବା ।ପାଣିର ଅଭାବରେ ଓଠ ଶୁଷ୍କ ଦେଖାଯାଏ,ତେଣୁ ଆପଣଂକୁ ଅଧିକ ପାଣି ପିଇବାକୁ ପଡିବ ।ତେବେ ଶୀତ ଦିନ ରେ ଓଠର ସମସ୍ୟା ଅଧିକ ଦେଖାଯାଏ ଏହାକୁ ଦୂର କରିବା ପାଇଁ ଆପଣ ଏହି ରିମେଡି କୁ ବ୍ୟବହାର କରି ପାରିବେ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ନଡ଼ିଆ ତେଲ
-ଲେମ୍ବୁ
-ଗ୍ଲିସେରିନ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି କୁ ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ଗୋଟିଏ ପାତ୍ରରେ ଅଧା ଚାମଚ ଗ୍ଲିସେରିନ ନେବାକୁ ପଡିବ ।ଏହାପରେ ସେଥିରେ ଫାଳେ ଲେମ୍ବୁ ରସ ପକାଇବେ, ତେବେ ଲେମ୍ବୁ ରେ ଥିବା ଭିଟାମିନ ସି ସ୍କିନ ଓ ଓଠ ପାଇଁ ଖୁବ ଉପକାରୀ ଅଟେ ।ଏବେ ସେହି ପାତ୍ରରେ 3 ରୁ 4 ଚାମୁଚ ଦେଶୀ ନଡ଼ିଆ ତେଲ ପକାଇ ନିଅନ୍ତୁ ।ବର୍ତ୍ତମାନ ସବୁକୁ ଭଲ ଭାବରେ ଗୋଳାଇ ଗୋଟିଏ ଲିକୁଇଡ଼ ତିଆରି କରିନେବେ ।
ରିମେଡି ର ବ୍ୟବହାର:-
-ତେବେ ଆପଣ ତିଆରି କରିଥିବା ରିମେରି ଅଳ୍ପ ନେଇ ନିଜ ଓଠରେ ଲଗାଇ ନେବେ ଆଉ ଏମିତି ଦିନକୁ 2 ଥର କରିବେ ।ତେବେ ଗୋଟିଏ ମାସ ଯାଏ ଏମିତି ଏହି ରିମେଡି ର ବ୍ୟବହାର କରିବା ପରେ ଦେଖିବେ ଆପଣଙ୍କ ଓଠ ଗୋଲାପୀ ଦେଖାଯିବା ସହିତ ନରମ ବି ହେଇଯିବ ।
ତେବେ ଆପଣଙ୍କ ଓଠ ଯଦି ଶୁଖିଲା ପଡ଼ି ଯାଉଛି ତେବେ ଏହି ଉପାୟ କୁ ନିଶ୍ଚିତ ପାଳନ କରନ୍ତୁ ଯାହା ଅନ୍ତ୍ୟନ୍ତ ଲାଭଦାୟୀ ।ଆଉ ଶୀତ ଦିନରେ ଓଠ ର ଯତ୍ନ ନେବାର ଏହା ଠାରୁ ଭଲ ଉପାୟ କିଛି ନାହିଁ ।ଏହା ସହିତ ଆପଣ ଦିନକୁ 65 ରୁ 6 ଲିଟର ପାଣି ପିଇଲେ ଆପଣ ଓଠ ଶୁଷ୍କ ଦେଖାଯିବ ନାହିଁ ଆଉ ଆପଣଙ୍କ ଶରୀର ବି ସୁସ୍ଥ ରହିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।