Daily news update , Real odisha local news

ଯାଉଥିବା ସମୟରେ “ଛିଡି ଗଲା ଝୁଲା ପୋଲ”…..ପାଣି ରେ ଫସିଗଲେ ୪୦୦ ରୁ ଅଧିକ ଲୋକେ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0 110

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗୁଜୁରାଟ ଠାରେ ଏବେ ବହୁତ ବଡ଼ ଦୁର୍ଘଟଣା ଘଟିଯାଇଛି। ପ୍ରାୟ ଚାରି ଶହ ରୁ ଅଧିକ ଲୋକ ଜୀବନ ଓ ମୃତ୍ୟୁ ମଧ୍ୟରେ ଝୁଲିକି ରହିଛନ୍ତି। ପ୍ରଶାସନ ତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛି ମାତ୍ର କଣ ହେବ କଣ ନାହିଁ ଏହି ଦୁର୍ଘଟଣା ରେ ତାହା କାହାକୁ ବି ଜଣା ନଥାଏ।

ସମସ୍ତେ ବୁଲାବୁଲି ପାଇଁ ଯାଇଥିଲେ, କିଏ ନିଜ ପରିବାର ସହ ତ କିଏ ବନ୍ଧୁ ବନ୍ଧୁବ ଙ୍କ ସହ ଆହୁରି କେତେ କେତେ ଲୋକେ ଯାଇଥିଲେ ଝୁଲା ପୁଲ ରେ ବୁଲିବା ପାଇଁ। କିନ୍ତୁ କିଏ ଜାଣିଥିଲା ହଠାତ ଏହିପରି ବିପଦ ମାଡି ଆସିବ ବୋଲି ଆଉ କ୍ଷଣିକ ରେ ସବୁକିଛି ଶେଷ କରିଦେବ ବୋଲି।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି, ଗତକାଲି ଗୁଜୁରାଟ ର ଝୁଲା ପୋଲ ରେ ଏକ ବହୁତ ବଡ଼ ଦୁର୍ଘଟଣା ହୋଇଛି। ଲୋକମାନେ ଏହି ପୋଲ ଉପରେ ଯିବା ଆସିବା କରୁଥିବା ସମୟ ରେ ବା ପୋଲ ଉପରେ ବୁଲୁ ଥିବା ସମୟ ରେ ହଠାତ ପୋଲ ଟି ଛିଡି ଯାଇଥିଲା। ଆଉ ଦେଖୁ ଦେଖୁ ପ୍ରାୟ ୪ ଶହ ରୁ ଅଧିକ ଲୋକେ ନଦୀ ରେ ପଡି ଯାଇଥିଲେ। ତେବେ ସଂଗେ ସଂଗେ ଏହାର ଖବର ପାଇଁ ଉଦ୍ଧାର କାର୍ଯ୍ୟ ପାଇଁ ପାଖ ଲୋକେ ଏବଂ ଅଗ୍ନିଶମ ବାହିନୀ ସେଠାରେ ପହଁଚି ଥିଲେ। ଆଉ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଚାଲି ରହିଛି।

ତେବେ ଯାହା ସୂଚନା ରୁ ମିଳିଛି କି , ଗତକାଲି ରବିବାର ଥିଲା ଏବଂ ତା ସାଂଗ କୁ ଥିଲା ଛୋଟ ପୂଜା ତେଣୁ ଝୁଲା ପୋଲ ଉପରେ ଲୋକଙ୍କ ର ଭିଡ଼ ଲାଗିଥିଲା। ତେବେ ଲୋକଙ୍କ ଓଜନ ଅଧିକ ହୋଇଥିବା ରୁ ପୋଲ ଟି ଛିଣ୍ଡି ଯାଇଥିଲା ହଠାତ ଉପରେ ଏବଂ କେହି କିଛି କରିବା ଆଗରୁ ନଦୀ ରେ ପ୍ରାୟ ୪୦୦ ରୁ ଅଧିକ ଲୋକେ ପଡି ଯାଇଥିଲେ। ତେବେ ବର୍ତ୍ତମାନ ଯାହା ଜଣାପଡିଛି ଯେ ଏହି ଝୁଲା ପୋଲ ଟି ବହୁତ ପୁରାତନ ଅଟେ ଏବଂ କିଛି ଦିନ ପୂର୍ବ ରୁ ଏହି ପୋଲ ର ମରାମତି ମଧ୍ୟ ହୋଇଥିଲା।

ତେବେ ଏହି ଝୁଲା ପୋଲ ର ମରାମତି ପରେ ପ୍ରାୟ ଏକ ସପ୍ତାହ ହେବ ଏହାକୁ ଲୋକଙ୍କ ପାଇଁ ଖୋଲା ଯାଇଥିଲା ମାତ୍ର ଏହା ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ବର୍ତ୍ତମାନ ନଦୀ ଭିତରୁ ସମସ୍ତ ଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ କୁ ହସ୍ତାନ୍ତର କରାଯାଉଛି ,ଏବଂ ଏହି ଉଦ୍ଧାର କାର୍ଯ୍ୟ ରେ ଅନେକ ଗ୍ରାମ ବାସୀ ତଥା ନିକଟରେ ରହୁଥିବା ଲୋକେ ମଧ୍ୟ ସାହାଯ୍ୟ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଖବର ସେହିପରି ନାହିଁ କି କେତେ ଜଣଙ୍କ ର ମୃତ୍ୟୁ ହୋଇଛି କିମ୍ବା କେଉଁ କାରଣ ରୁ ପୋଲ ଟି ହଠାତ ଛିଣ୍ଡି ଯାଇଛି ବୋଲି। ମାତ୍ର ଏହି ଘଟଣା ଟି ପୁରା ଅଞ୍ଚଳ କୁ ଦୁଃଖିତ କରିଦେଇଛି। ତେବେ ଏହିପରି ଦୁର୍ଘଟଣା ଆଗକୁ ନହେଉ ବୋଲି ଆଶା କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.