ବନ୍ଧୁଗଣ ବର୍ତ୍ତମାନ ର ସବୁଠାରୁ ବଡ଼ ସୂଚନା ରହିଛି କି , ଯାତ୍ରା ଅଭିନେତ୍ରୀ ତଥା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ କାର ଧକ୍କା ରେ ଜଣେ ବାଇକ ଆରୋହି ଙ୍କ ର ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଛି ଯାହା ନେଇ ଥାନା ରେ ମଧ୍ୟ ଅଭିଯୋଗ ରହିଥିବା ଜଣା ପଡ଼ିଛି।
ତେବେ ବର୍ତ୍ତମାନ ଏହି ଘଟଣା ଟିକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ଏବଂ ରାନୀ ପଣ୍ଡା ଙ୍କ ଉପରେ ଗୋଟିଏ ବହୁତ ବଡ଼ ପ୍ରଶ୍ନବାଚୀ ଉଠିଛି। ତେବେ ଆମେ ଆପଣ ଙ୍କୁ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବୁ।
ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ଯାତ୍ରା ର ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ରାଣୀ ପଣ୍ଡା ଜଣେ ଏହିପରି କାଳକର ଅଟନ୍ତି ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବେଶ ଚର୍ଚ୍ଚିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବେଶ ଆକ୍ଟିଭ ରହିଥାନ୍ତି ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ମାତ୍ର ସେ ପ୍ରାୟ ବିବାଦ ଘେର ମଧ୍ୟରେ ରହିଥାନ୍ତି।
ତେବେ କିନ୍ତୁ ବର୍ତ୍ତମାନ ସୂଚନା ରହିଛି କି, ଗତକାଲି ରାନୀ ପଣ୍ଡା ବିଳମ୍ବିତ ରାତି ରେ ଏକ ବିବାହ ଉତ୍ସବ ରୁ ଫେରିବା ସମୟ ରେ ଆଠଗଡ଼ ଥାନା ଅଞ୍ଚଳ ରେ ରାନୀ ଙ୍କ କାର ଏକ ବାଇକ ଆରୋହି ଙ୍କୁ ଧକ୍କା ଦେଇଥିଲା। ତେବେ କାର ଧକ୍କା ଫଳରେ ଯୁବକ ଜଣଙ୍କ ଯିଏକି ସେହି ଆଠଗଡ଼ ଅଞ୍ଚଳ ର ସୁକାନ୍ତ କୁମାର ଦୂରକୁ ଛିଟକି ପଡିଥିଲେ। ତେବେ ସଂଗେ ସଂଗେ ଯୁବକ ଜଣ ଙ୍କୁ ଆଠଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ମାତ୍ର ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଶୁକାନ୍ତ କୁମାର ସେହି ସ୍ଥାନୀୟ ବାସିନ୍ଦା ହୋଇଥିବା ରୁ ସ୍ଥାନୀୟ ଲୋକେ ଉତେଜନା ସୃଷ୍ଟି କରିଥିଲେ ଆଉ ରାନୀ ପଣ୍ଡା ଙ୍କୁ ସଂଗେ ସଂଗେ ଆଠଗଡ଼ ପୋଲିସ ଷ୍ଟେସନ କୁ ନିଆଯାଇ ଥିଲା। ତେବେ ସେଠାରେ କିଛି ସମୟ ରହିବା ପରେ ପୋଲିସ ତାଙ୍କୁ ଛାଡି ଦେଇଥିଲା। କିନ୍ତୁ ସ୍ଥାନୀୟ ଲୋକ ଙ୍କ ଗହଳି କମିନଥିଲା ସେମାନେ ରାସ୍ତା ଅବରୋଧ ମଧ୍ୟ କରିଥିଲେ। ମାତ୍ର ପରେ ପୋଲିସ ସେଠାରେ ପହଁଚି ପରିସ୍ଥିତି କୁ ଟିକିଏ ନିୟନ୍ତ୍ରଣ କୁ ଆଣିଥିଲେ ଏବଂ ଲୋକ ଙ୍କୁ ବୁଝା ସୁଝା କରି ସମାଧାନ କରିଥିଲେ। ତେବେ ଏହି ଘଟଣା ଟିକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ରାନୀ ପଣ୍ଡା। ତେବେ ଘଟଣା କୁ ନେଇ ଖୁବ ଚର୍ଚ୍ଚା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।