Daily news update , Real odisha local news

ମା’ ହିଙ୍ଗୁଳାଙ୍କ ଅଲୌକିକ ଘଟଣା..ହୁତୁ ହୁତୁ ହୋଇ ଜଳିଲା ନିମ୍ବ ଗଛ ଝୁଣା ବାସ୍ନାରେ ମହକିଲା ଅଞ୍ଚଳ.. ଦେଖିବାକୁ ଲୋକଙ୍କ ଭିଡ

0 219

ହୁତୁ ହୁତୁ ହୋଇ ଜଳୁଛି ନିମ୍ବଗଛ, ପୁରା ଅଞ୍ଚଳ ରେ ଛୁଟି ଯାଇଛି ଝୁଣା ର ବାସ୍ନା । ମା ହିଙ୍ଗୁଳା ଙ୍କ ନାମ ରେ ଜୟ ଜୟ କାର କରି ନିମ୍ବଗଛ ମୂଳ ରେ ଲାଗିଛି ଭକ୍ତ ଙ୍କ ର ଭିଡ଼ିଓ। ତେବେ ବନ୍ଧୁଗଣ ଆପଣ ମାନେ ଭାବୁ ଥିବେ କି ଏହିପରି କଣ ଘଟଣା ହୋଇଛି ଯାହାକୁ ନେଇ ଆମେ ଏହିପରି କହୁଛନ୍ତି ବୋଲି। ତେବେ ପ୍ରକୃତ ରେ ଘଟଣା ଟି କିଛି ଏହିପରି ରହିଛି କି ମା ହିଙ୍ଗୁଳା ଙ୍କ ପୂଜା ଚାଲିଥିବା ବେଳେ ବର୍ତ୍ତମାନ ମା ଆବିର୍ଭାବ ହୋଇଛନ୍ତି ନିମ୍ବଗଛ ରେ ଆଉ ଆପେ ଆପେ ନିମ୍ବଗଛ ଜଳି ଯାଉଛି ଏବଂ ସେଥିରୁ ଆସୁଛି ଝୁଣା ର ବାସ୍ନା।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି, ମା ହିଙ୍ଗୁଳା ଦେବୀ ହେଉଛନ୍ତି ତାଳଚେର ର ପ୍ରସିଦ୍ଧ ଦେବୀ ଏବଂ ବର୍ତ୍ତମାନ ମା ହିଙ୍ଗୁଳା ଙ୍କ ର ପୂଜା ମଧ୍ୟ ଚାଲିଛି। ମା ଙ୍କୁ ଦର୍ଶନ କରିବା ପାଇଁ ତଥା ତାଙ୍କର ସ୍ୱତନ୍ତ୍ର ପୂଜା ଦେଖିବା ପାଇଁ କାହିଁ କେଉଁ ଆଡୁ ଧାଇଁ ଆସିଛନ୍ତି ହଜାର ହଜାର ଭକ୍ତ। ତେବେ ଏହି ପୂଜା ର ପଞ୍ଚମ ଦିନ ରେ ତାଳଚେର ର ଜଗନ୍ନାଥପୁର ଅଞ୍ଚଳ ରେ କିଛି ଏହିପରି ଅଲୌକିକ ଘଟଣା ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି ।

ତେବେ ସୂଚନାଯୋଗ୍ୟ ଯେ, ମା ହିଙ୍ଗୁଳା ଙ୍କ ପଞ୍ଚମ ପୂଜା ଦିନ ରେ ତାଳଚେର ର ଜଗନ୍ନାଥପୁର ଅଞ୍ଚଳ ର ଏକ ପୋଖରୀ ପାଖରେ ଥିବା ଏକ ନିମ୍ବ ଗଛ ଟି ହଠାତ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ କରି ଦେଇଥିଲା। ତେବେ ହୁ ହୁ କରି ଜଳୁଥିଲା ନିମ୍ବଗଛ ହେଲେ ସେହି ଗଛ ରୁ ଆସୁଥିଲା ଝୁଣା ର ବାସ୍ନା ଯାହା ପୁରା ଅଞ୍ଚଳ ରେ ଖେଳି ଯାଇଥିଲା। ତେବେ ଝୁଣା ବାସ୍ନା ପାଇବା ପରେ ଲୋକେ ସେଠାରେ ଆସି ଦେଖି ଥିଲେ କି ନିମ୍ବଗଛ ଜଳୁଛି ଆଉ ଝୁଣା ର ବାସ୍ନା ଆସୁଛି। ତେବେ ଏହା ମା ହିଙ୍ଗୁଳା ଙ୍କ କୃପା ବୋଲି କହିଥିଲେ।

ତେବେ ଏହା ପରେ ହିଙ୍ଗୁଳା ଦେବୀ ଙ୍କ ପୂଜକ କୁ ତଥା ଦେହୁରୀ ବାସୀ ଙ୍କୁ ଏହା ବିଷୟ ରେ ଜଣେଇଥିଲେ ଗ୍ରାମବାସୀ ମାନେ। ତେବେ ପୂଜାରୀ ମଧ୍ୟ ସଂଗେ ସଂଗେ ସେଠାରେ ଆସି ପହଁଚି ଥିଲେ ଏବଂ ମା ହିଙ୍ଗୁଳା ଙ୍କ ଅଲୌକିକ କାର୍ଯ୍ୟ ଦେଖି ସେଠାରେ ତାଙ୍କର ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ତେବେ ମା ଙ୍କ ର ଏହି ଅଲୌକିକ କାର୍ଯ୍ୟ କୁ ଦେଖିବା ପାଇଁ ସେଠାରେ ହଜାର ହଜାର ଲୋକ ଙ୍କ ଭିଡ଼ ଜମି ରହିଛି। ଆଉ ସମସ୍ତେ ଏକା ସ୍ୱର ରେ ଜୟ ମା ହିଙ୍ଗୁଳା ବୋଲି ନାର ଦେଇଛନ୍ତି। ତେବେ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.