Daily news update , Real odisha local news

ଜଗା ଦୁଆରେ ମା ପୁଅଙ୍କ ମିଳନ ,ମାଆର ଲୁହ ପାଇଁ ପୁଅ ଫେରିଆସିଛି… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ, ଦେଖନ୍ତୁ Video

0 277

କାଳିଆ ଦୁଆର ରେ ଏକାଠି ହେଲେ ମା ପୁଅ, ହଜି ଯାଇଥିବା ପୁଅ କୁ ନିଜ କୋଳ ରେ ପାଇ ମା ର ହୃଦୟ ର ଯେଉଁ ଖୁସି ରହିଛି ତାହା ଆପଣ ଦେଖିଲେ ଜାଣି ପାରିବେ। ଗୋଟିଏ ମା ପାଇଁ ତା ପିଲା ଠାରୁ ବଡ଼ କେହି ବି ହୋଇ ନଥାନ୍ତି, ତାର ପିଲା ଭଲ ହେଉ କିମ୍ବା ଖରାପ , ଦିବ୍ୟଙ୍ଗ ହେଉ କିମ୍ବା ଦୁର୍ବଳ , ସଫଳ ହେଉ କିମ୍ବା ବିଫଳ ସେଥିରେ ତାର କୌଣସି ବାଛ ବିଚାର ନଥାଏ।ସେ କେବଳ ଏହା ଚାହେଁ କି ତା ପିଲା ତା ପାଖରେ ରହୁ ବୋଲି। ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଆମ ଓଡ଼ିଶା ର ଗର୍ବ ଓ ଗୌରବ ପ୍ରଭୁ ଜଗନ୍ନାଥ, ଭାବ ବିନୋଦିଆ ସେ କଳା ଠାକୁର, ଭକ୍ତ ପ୍ରେମରେ ପାଗଳ ସେହି କାଳିଆ ଠାକୁର ,ତାଙ୍କର ଲୀଳା ଅପାର ସେ ଅନନ୍ତ ସାଧାରଣ ମଣିଷ ଟିଏ କିପରି ବା ବୁଝିବ ତାଙ୍କର ଏହି ଲୀଳା କୁ।

କେତେ ବେଳେ ସେ ସାଗ ପଖାଳ ରେ ତ, କେତେ ବେଳେ ଭକ୍ତ ର ନଡ଼ିଆ ରେ ,କେତେବେଳେ ସେ କଛା କୁଡ଼ିଆ ରେ ତ କେତେ ଭକ୍ତ ଙ୍କର ବିଶ୍ୱାସ ରେ।ତାଙ୍କର ଲୀଳା ଅନେକ ଆଉ ସେ ନିଜେ ହେଉଛନ୍ତି ଜଣେ ଲୀଳାମୟ ତଥା ରହସ୍ୟମୟ ଠାକୁର ଯାହାଙ୍କ ର ମଧ୍ୟରେ ରହିଛି ଅନେକ ରହସ୍ୟ।

ଆଉ ତାଙ୍କରି ଲୀଳା ରେ ଆଜି ଜଣେ ମା ତାର ପୁଅ କୁ ଫେରି ପାଇଛି। ତେବେ ଘଟଣା ଟି ହେଉଛି ଏପରି କି କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାର ନାରାୟଣ ପାଣିଗ୍ରାହୀ ନାମ ଜଣେ ଦଶମ ଶ୍ରେଣୀ ର ଛାତ୍ର ତାଙ୍କ ଘର ଛାଡ଼ି କୁଆଡେ ପଳେଇ ଯାଇଥିଲେ। ତେବେ ଯାହା ସୂଚନା ରହିଛି କି ନାରାୟଣ ହେଉଛନ୍ତି , ଗଞ୍ଜାମ ର ରେଣୁଆ ଙ୍କ ପୁଅ ଯିଏକି ଦଶମ ଶ୍ରେଣୀ ରେ ପଢ଼ୁଥିଲେ। ତେବେ ତାଙ୍କର ପାଠ ଭଲ ହେଉ ନଥିଲା ଆଉ ସେ ଜାଣି ପାରିଲେ କି ସେ ଦଶମ ରେ ଫେଲ ହେବା କୁ ଯାଉଛନ୍ତି ବୋଲି।

ତେଣୁ ସେ ତାଙ୍କ ମା କୁ ଏକ ଚିଠି ଲେଖି ଦେଇ ଘରୁ ବାହାରି ପଳେଇଲେ ,ଏହା ପରେ ତାଙ୍କର ମା ଛୁଆ କୁ ଖୋଜି ଖୋଜି ଅସ୍ତବ୍ୟସ୍ତ ହୋଇ ଯାଉଥିଲେ। ଆଉ ସୋସିଆଲ ମିଡ଼ିଆ ମାଧ୍ୟମ ରେ କାନ୍ଦି କାନ୍ଦି ନିଜ ପୁଅ କୁ ଫେରାଇ ଆସିବା ପାଇଁ କହୁଥିଲେ ।ମା ର ଏହି ଭିଡ଼ିଓ ଟିକୁ ଦେଖିବା ପରେ ପୁଅ ଜଣଙ୍କ ମଧ୍ୟ ଦୁଖୀ ହୋଇ ଯାଇଥିଲେ ଆଉ ସେ ମା ଙ୍କୁ ଫୋନ କରି କହିଥିଲେ ପୁରୀ ଜଗନ୍ନାଥ ଙ୍କ ଦ୍ଵାର ରେ ଅଛନ୍ତି ବୋଲି। ଏହା ପରେ ମା ସେଠାରେ ପହଁଚି ପୁଅ କୁ କୋଳେଇ ନେଇଥିଲେ ,ତେବେ ପ୍ରଭୁ ଜଗନ୍ନାଥ ତାଙ୍କ ପୁଅ କୁ ତାଙ୍କ ପାଖକୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.