Daily news update , Real odisha local news

Sushree Tapaswini ଝିଅଙ୍କର ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? ଜାଣନ୍ତୁ କାରଣ ଏବଂ ଚିକିତ୍ସା ସମ୍ପର୍କରେ…

0 589

ବନ୍ଧୁମାନେ ଆମ ଶରୀର ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ତେବେ ଅନେକ ଏହି ଶରୀର ବିଭିନ୍ନ ରୋଗ ଶିକାର ହେଇଥାଏ ।ଶରୀର ରେ ଥିବା ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ବାହାର ବ୍ୟାକ୍ଟେରିଆ କୁ ଭିତରକୁ ପଶିବାକୁ ଦେଇ ନଥାଏ ।

ଆଉ ଯେତେବେଳେ ଏହି ରୋଗପ୍ରତିରୋଧ ଶକି ଦୁର୍ବଳ ହେଇଯାଏ ସେତେବେଳେ ଆମ ଶରୀର ଭିତରକୁ ବିଭିନ୍ନ ଜୀବାଣୁ ପଶିଯାଆନ୍ତି ।ତେବେ ୟୁରିନ ଇନଫେକ୍ଷ୍ନ, ତେବେ ଆମ ଶରୀର କେତୋଟି ସୁକ୍ଷ୍ମ ବାଟ ରହିଛି ଯେଉଁ ରାସ୍ତାରେ ଖୁବ ଜଲଦି ଇନଫେକ୍ଷ୍ନ ହେଇଥାଏ ।ଆଉ ୟୁରିନ ଇନଫେକ୍ଷ୍ନ ବା ମୂତ୍ରମାର୍ଗ ଇନଫେକ୍ଷ୍ନ ହେବା ସେହି ଭିତରୁ ଗୋଟିଏ ତେବେ ଏହା କେମିତି ହୁଏ ଓ ଏହାର ଚିକିତ୍ସା କଣ ଆସନ୍ତୁ ଜାଣିବା ।

ତେବେ ପରିସ୍ରା ମାଧ୍ୟମରେ ଆମ ଶରୀର ରୁ ଖରାପ ଜିନିଷ ବାହାରକୁ ବାହାରିଥାଏ ଆଉ ଏଥିରେ ଶରୀର ରେଥିବା କିଡନୀ ମୁଖ୍ୟ ଭୂମିକା ନିଭେଇ ଥାଏ ।ତେବେ କିଡନୀ ରୁ ପରିସ୍ରା ୟୁଟ୍ରେସ ଦେଇ ଆସି ୟୁରିନାରି ବ୍ଲାଡର କୁ ପରିସ୍ରା ଥଳୀ ଜମା ହେଇଥାଏ ।ତାପରେ ୩ ଘଣ୍ଟାରେ ୪ ଘଣ୍ଟା ପରେ ଆମକୁ ପରିସ୍ରା ଯାଇଥାଉ,କିନ୍ତୁ ଯେତେବେଳେ ପରିସ୍ରା କାମରେ ବ୍ୟବହାର ହେଉଥିବା ଅଙ୍ଗ ଗୁଡ଼ିକ ଭିତରୁ କୋଉଟି ବି ସଂକ୍ରମିତ ହେଇଯାଏ ସେତେବେଳେ ପରିଶ୍ରା ଇନଫେକ୍ଷ୍ନ ହେଇଚି ବୋଲି କହିଥାଉ ।ତେବେ ଅଧିକାଂଶ ସମୟରେ ୟୁରିନାରି ବ୍ଲାଡର ଏବଂ ପରିସ୍ରା ପାଇପରେ ଅଧିକ ଇନଫେକ୍ଷ୍ନ ହେବାର ଦେଖିବାକୁ ମିଳିଥାଏ ।

କୋଉ ମାନଙ୍କ ପାଖରେ ପରିସ୍ରା ଇନଫେକ୍ଷ୍ନ ଅଧିକ ଦେଖାଯାଏ….

-ପରିସ୍ରା ଇନଫେକ୍ଷ୍ନ ଅଧିକ ପ୍ରାୟ ମହିଳା ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ ।ଆଉ ଛୋଟ ଛୋଟ ପିଲାଙ୍କ ପାଖରେଇ ପାଖରେ ବି ଏହି ଇନଫେକ୍ଷ୍ନ ଖୁବ ମାତ୍ରାରେ ଦେଖିବାକୁ ମିଳିଥାଏ ।ଏହା ବ୍ୟତୀତ ଯେଉଁ ବ୍ୟକ୍ତି ମାନେ ଡାଇବେଟିସ, କ୍ୟାନ୍ସର ପରି ରୋଗରେ ପୀଡିତ ଥାଆନ୍ତି ତାଙ୍କ ପାଖରେ ବି ପରିସ୍ରା ଇନଫେକ୍ଷ୍ନ ହେବାର ଖୁବ ସମ୍ଭାବନା ରହିଥାଏ ।ଆଉ ଯେତେବେଳେ ଶରୀର ରେ କୌଣସି ରୋଗ କାରଣ ରୁ ରୋଗପ୍ରତିରୋଧ ଶକ୍ତି କମ ଥିଲେ ସେତେବେଳେ ବି ଏହି ଇନଫେକ୍ଷ୍ନ ହେଇଥାଏ ।

ପରିସ୍ରା ଇନଫେକ୍ଷ୍ନ କାହିଁକି ହୁଏ ?

-ତେବେ ଆମ ଶରୀର କିଛି ଅଙ୍ଗ ଖୁବ ସେସ୍ସେଟିଭ ଅଟେ ଆଉ ସେସବୁ କୁ ସବୁବେଳେ ସଫା ରଖିବାକୁ ପଡିଥାଏ ।ତେଣୁ ପରିସ୍ରା ଦ୍ୱାର ଯେତେବେଳେ ଅପରିଷ୍କାର ହେଇଥାଏ ସେତେବେଳେ ପରିସ୍ରା ଇନଫେକ୍ଷ୍ନ ହେଇଥାଏ ।
-ରୋଗପ୍ରତିରୋଧ ଶକ୍ତି ଦୁର୍ବଳ ହେଲେ ବ୍ୟାକ୍ଟେରିଆ ଆକ୍ରମଣ ଯୋଗୁଁ ପରିସ୍ରା ଇନଫେକ୍ଷ୍ନ ହେଇଥାଏ ।

ପରିସ୍ରା ଇନଫେକ୍ଷ୍ନ ବେଳେ ଚିକିତ୍ସା..

-ତେବେ ଯେତେବେଳେ ଆପଣଙ୍କ ର ପରିସ୍ରା ଇନଫେକ୍ଷ୍ନ ହେଉଛି ସେତେବେଳେ ଆପଣ ପ୍ରଥମେ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ ।
-ଆଉ ସବୁବେଳେ ପରିଶ୍ରା ଦ୍ଵାର କୁ ସଫା ରଖିବା ସହିତ ସଫା ଓ ଶୁଖିଲା ଇନର ପିନ୍ଧିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.