ପ୍ରତ୍ୟେକ ମହିଳା ମାନଙ୍କ ପାଇଁ ଗୋଟିଏ ମୁଖ୍ୟ ଅସୁବିଧା ହେଉଛି ଯୌନାଙ୍ଗ ରୁ ଦୁର୍ଗନ୍ଧ ହେବା ।ତେବେ ବିବାହିତ ମହିଳା ହୁଅନ୍ତୁ ବା ଅବିବାହିତ, ସମସ୍ତଙ୍କ ପାଖରେ ଯୌନାଙ୍ଗ ରେ କୁଣ୍ଡେଇ ହେବା ଓ ଯୋୖନି ରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖିବାକୁ ମିଳିଥାଏ ।ଆଉ ଏହାକୁ ଆପଣ ସାଧାରଣ ସମସ୍ୟା ଭାବି ଅଣଦେଖା କରିବା ଆଦ୍ୟୁ ଉଚିତ ନୁହେଁ ।
ତେବେ ଯେତେବେଳେ White Discharge ହେଇଥାଏ ସେତେବେଳେ ଏହି ଦୁର୍ଗନ୍ଧ ଖୁବ ବଡିଯାଏ ଏହା ବ୍ୟତୀତ White Discharge ବହୁତ ପ୍ରକାର ହେଇଥାଏ । ଯେତେବେଳେ ଦହି ପରି ହଳଦିଆ ବା ହାଲକା ଗ୍ରୀନ White Discharge ହେଉଥିବ ସହିତ ଏଥିରେ ପ୍ରବଳ ଦୁର୍ଗନ୍ଧ ଆସେ ।
ତେବେ ମୁଖ୍ୟତଃ white dishcharge ହେଲେ ଇଣ୍ଟରନାଲ ଅଙ୍ଗ କୁଣ୍ଡେଇ ହୁଏ ପରିସ୍ରା ରୁ ବି ଦୁର୍ଗନ୍ଧ ଆସେ ଓ ବାରମ୍ବାର ପରିସ୍ରା ଲାଗେ ସେତେବେଳେ ଏହି White Discharge ସାଧାରଣ ନୁହେଁ ତେଣୁ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେବା ଜରୁରୀ ଅଟେ ।ଏହା ବ୍ୟତୀତ ବହୁତ ସମୟରେ ଫୋଙ୍ଗଲ ଇନଫେକସନ ପାଇଁ ବି ଯୌନାଙ୍ଗ ରେ କୁଣ୍ଡେଇ ହେଇଥାଏ ଆଉ ଛୋଟ ଛୋଟ ଦାନା ପରି ବାହାରିଥାଏ ।ଏହା ବ୍ୟତୀତ ଅନେକ ସମୟରେ ବିନା କାରଣ ରେ ବି ଯୌନାଙ୍ଗ ରୁ ଦୁର୍ଗନ୍ଧ ବାହାରିଥାଏ ।ତେବେ ଏମିତି ଦୁର୍ଗନ୍ଧ କାହିଁକି ହୁଏ ଓ ଏହାର ଚିକିତ୍ସା କଣ ଆସନ୍ତୁ ଜାଣିବା ।
ଯୌନାଙ୍ଗ ରେ ଦୁର୍ଗନ୍ଧ ର କାରଣ:-
-ତେବେ ପରିସ୍ରା ଯାଇସାରି ବହୁତ ମହିଳା ବାରମ୍ବାର ଯୌନାଙ୍ଗ କୁ ଧୋଇଥାନ୍ତି,ଆଉ ଏମିତି କରିବା ଯୋଗୁ ଯୌନାଙ୍ଗ ରେ ଥିବା ଖରାପ ବ୍ୟାକ୍ଟେରିଆ ସହିତ ଭଲ ଭଲ ବ୍ୟାକ୍ଟେରିଆ ବି ବାହାରକୁ ଆସିଯାଏ ।ଏହା ସହିତ କୌଣସି ପ୍ରକାର ଫୋଙ୍ଗଲ ଇନଫେକ୍ଷ୍ନ ହେଲେ ବି ଖରାପ ଦୁର୍ଗନ୍ଧ ହେଇଥାଏ ।
ଯୌନାଙ୍ଗ ର ଖରାପ ଦୁର୍ଗନ୍ଧ ର ଚିକିତ୍ସା:-
-ଆପଣ ଯୌନାଙ୍ଗ ର ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣ ଦହି ନିଅନ୍ତୁ,ଆଉ ଦହି କୁ ନିଜ ଯୌନାଙ୍ଗ ର ବାହାର ଅଂଶରେ ଲଗାଇ ଦିଅନ୍ତୁ ।ତେବେ ମନେ ରଖିବେ କି ଦହି ଭିତର ଅଂଶରେ ଯେମିତି ନ ଲାଗିବ ।ଦହି ଲଗାଇବା ପରେ 5 ରୁ 6 ମିନିଟ ଯାଏ ସେମିତି ସେମିତି ରଖିବେ ତାପରେ ଆପଣ ଯୌନାଙ୍ଗ କୁ ଧୋଇ ଦେବେ ।ଏମିତି କରିବାର କିଛି ଦିନ ପରେ ଦେଖିବେ ଯୌନାଙ୍ଗ ରୁ ଖରାପ ଦୁର୍ଗନ୍ଧ ଆସିବା ଦୂର ହେବ ।
-‘ଏପଲ ସାଇଡ଼ର ଭିନେଗାର’ ଏହା ଯୌନାଙ୍ଗ ରୁ ଖରାପ ଦୁର୍ଗନ୍ଧ ଆସିବା ଦୂର କରିବାରେ ଝୁବ ସାହାଯ୍ୟ କରିଥାଏ ।ତେବେ ଆପଣ ଏପଲ ସାଇଡ଼ର ଭିନେଗାର ରୁ ଗୋଟିଏ ଠିପି ନେଇ ମଗ ପାଣିରେ ମିଶାଇ ଦିଅନ୍ତୁ, ଆଉ ଯେତେବେଳେ ପରିସ୍ରା ଯାଉଛନ୍ତି ସେତେବେଳେ ସେହି ପାଣିରେ ଯୌନାଙ୍ଗ କୁ ଧୁଅନ୍ତୁ ।ଆଉ ଏମିତି ହେଲେ କଲେ ଆପଣଙ୍କ ଯୌନାଙ୍ଗ ରୁ ଭଲ ବ୍ୟାକ୍ଟେରିଆ ବାହାର ହେଇ ନଥାଏ ଓ ଦୁର୍ଗନ୍ଧ ବି ଆସି ନଥାଏ ।ଏସବୁ ବ୍ୟତୀତ ଯେଉଁ ନାରୀ ମାନଙ୍କ ର ଅଧିକ ଦୁର୍ଗନ୍ଧ ଆସିଥାଏ ସେମାନେ ରାତିରେ ଶୋଇବା ପୂର୍ବରୁ ଇନର ବାହାର କରିଦେବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।