ଭାରତରେ କେତୋଟି ରାଜ୍ୟ ଅଛି କହିପାରିଲେନି ?? Raja Sundari ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ଶେଷରେ ମାତ୍ର 3 ଘଣ୍ଟାରେ 280K
ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି, ବର୍ତ୍ତମାନ ଓଡ଼ିଆ ଟିଭି ଚେନାଲ “ସିଦ୍ଧାର୍ଥ ଟିଭି” ରେ “ରଜ ସୁନ୍ଦରୀ” ରିଆଳିଟି ସୋ ବିଷୟ ଜାଣିଥିବେ। ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା ଯୁବତୀ ମାନଙ୍କୁ ନିଜ କଳା ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି। ତେବେ ଏହି ସୋ ରେ ତିନି ଜଣ ଯୋଜ ରହିଛନ୍ତି ତଥା ପୁପିନ୍ଦର, ଦୀପକ ଏବଂ ଅଭିନେତ୍ରୀ ରିୟା। ତେବେ ବର୍ତ୍ତମାନ ଏହି ସୋ କୁ ଆସିଥିବା ପ୍ରତିଯୋଗି ଙ୍କର ଭିଡ଼ିଓ ଟି ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯାଏ।
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।ମାତ୍ର ବର୍ତ୍ତମାନ ସମସ୍ତେ ନିଜ ପ୍ରତିଭା କୁ ଦେଖାଇବା ର ଏକ ସୁଯୋଗ ପାଇଛନ୍ତି।
ତେବେ ବର୍ତ୍ତମାନ ଯେଉଁ ରଜ ସୁନ୍ଦରୀ ରିଆଳିଟି ସୋ ର ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ସେଥିରେ ଆପଣ ଦେଖିବେ କି ତିନି ଜଣ ସୁନ୍ଦରୀ ଆସିଛନ୍ତି ଆଉ ସେମାନେ ନିଜ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଛନ୍ତି। ତେବେ ତାଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ପଢା ସାରି ମଧ୍ୟ ରଜ ସୁନ୍ଦରୀ ରେ ଆସିଛନ୍ତି।ତେବେ ଅନ୍ୟ ଜଣେ ଯୁବତୀ ମଧ୍ୟ ବେଶ ସୁନ୍ଦର ଭାବରେ ନିଜର କଳା କୁ ପ୍ରଦର୍ଶନ କରିଛନ୍ତି ଆଉ ଜଜ କୁ ଖୁସି କରେଇବା ପାଇଁ ଚେଷ୍ଟା କରିଛନ୍ତି।
ତେବେ ଅନ୍ୟ ଜଣେ ଯୁବତୀ ଯିଏକି ପୁରୀ ରୁ ଆସିଛନ୍ତି, ତେବେ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହା କି ସେ ଯୁକ୍ତ ତିନି ରେ ପଢୁଛନ୍ତି ଆଉ ରଜ ସୁନ୍ଦରୀ ପାଇଁ ଆସିଛନ୍ତି। ମାତ୍ର ତାଙ୍କୁ ରାଜ୍ୟ ଓ ଦେଶ ବିଷୟ ରେ ସାଧାରଣ ଜ୍ଞାନ ବି ନାହିଁ। ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା କି ଓଡ଼ିଶାର ରାଜ୍ୟ ପାଳ କିଏ ଅଛନ୍ତି ବୋଲି ସେ ତାର ଉତ୍ତର ଦେଇ ପାରି ନଥିଲେ। ଏହା ସହ ଯେତେବେଳେ ଭାରତ ରେ କେତୋଟି ରାଜ୍ୟ ଅଛି ପଚରା ଯାଇଥିଲା ସେ ତାର ଉତ୍ତର ମଧ୍ୟ ଭୁଲ ଦେଇଥିଲେ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି, ଆପଣ ଏହି ଭିଡ଼ିଓ କୁ ଦେଖିଲେ ହସି ହସି ଗଡିଯିବେ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।