ପୁଣି ନୂଆ ମୋଡ଼ ନେବାକୁ ଯାଉଛି ଓଲିଉଡ ଇନ୍ଦ୍ରଷ୍ଟ୍ରି ର ବିବାଦୀୟ ଯୋଡି ଅନୁଭବ ଓ ବର୍ଷା ପ୍ରିୟଦର୍ଶନୀ ଙ୍କ ଘଟଣା କୁ ନେଇ। ଅଭିନେତ୍ରୀ ବର୍ଷା ଙ୍କ ର ମନ୍ତବ୍ୟ ର କଡା ଜବାବ ରଖିଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କର ବନ୍ଧୁ ଜାଗୃତି ମିଶ୍ର।
ତେବେ ନିକଟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଭୁବନେଶ୍ୱର ରେ ରମାଦେବୀ ବିଶ୍ଵ ବିଦ୍ୟାଳୟ କୁ ଯାଇ ନିଜ ପାରିବାରିକ ଘଟଣା କୁ ନେଇ କିଛି ଏହିପରି କହିଥିଲେ ଯାହାର ଜବାବ ଅନୁଭବ ମହାନ୍ତି ଟୁଇଟ ମାଧ୍ୟମ ରେ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।
ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଷ୍ଟାର ବିବାହ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ବୌବହିକ ସମ୍ପର୍କ ର ବିବାଦ ବିଷୟ ରେ ଜାଣିଥିବେ ନିଶ୍ଚିତ। ତେବେ ଅନେକ ଦିନ ଧରି ଏହି ବିବାଦ ଫ୍ୟାମିଲି କୋର୍ଟ ରେ ଚାଲିଥିଲା ଆଉ ବର୍ତ୍ତମାନ ଏହି ବିବାଦ ଟି ଧୀରେ ଧୀରେ ସାମାଧାନ ର ରାସ୍ତା ଆଡ଼କୁ ଯାଉଥିବା ଜଣା ପଡ଼ିଛି ।ତେବେ କିନ୍ତୁ କିଛି ଦିନ ତଳେ କୋର୍ଟ ର ରାୟ ପରେ ବର୍ଷା ଅନୁଭବ ମହାନ୍ତି ଙ୍କ ର ଘର ଛାଡ଼ି ଦେଇଛନ୍ତି।କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଙ୍କ ବିବାଦ ର ଅନ୍ତ ହୋଇ ନାହିଁ।
ତେବେ ସୂଚନାଯୋଗ୍ୟ ଯେ, ନିକଟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଭୁବନେଶ୍ୱର ର ରମାଦେବୀ ବିଶ୍ୱ ବିଦ୍ୟାଳୟ କୁ ଏକ କାର୍ଯ୍ୟକ୍ରମରେ ଗେଷ୍ଟ ଭାବରେ ଯୋଗ ଦେଇଥିଲେ ଏବଂ ସେଠାରେ ନିଜ ପାରିବାରିକ ବିବାଦକୁ ନେଇ କହିଥିଲେ। ଆଉ ସେ କହିଥିଲେ କି , ସେ ଜଣେ ପୀଡିତ ଆତଙ୍କ ଏବଂ ତାଙ୍କ ସହ ଉପଚାରିକତା ହେଉଛି ବୋଲି। ତେବେ ଏହାର ଭିଡ଼ିଓ ଟି ଭାଇରାଲ ହେବା ପରେ। ଅଭିନେତା ଅନୁଭବ ମହାନ୍ତି ବର୍ଷା ଙ୍କ ର ନାମ ଉଲ୍ଲେଖ ନକରି ତାଙ୍କ ଉଦେଶ୍ୟ ରେ ଟୁଇଟ କରିଥିଲେ।
ଏବଂ ସେ ଲେଖିଥିଲେ କି କେହି ଯଦି ଉପଚାରିକତା ର ସ୍ୱୀକାର ହେଉଛନ୍ତି ତେବେ ତାହାର ବିରୋଧ ରେ ଯିବା ଆବଶ୍ୟକ ଏବଂ ଆଇନଗତ ଭାବରେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ। ତେବେ ଜାଗୃତି ମିଶ୍ର ମଧ୍ୟ ବର୍ଷା ଙ୍କ ମନ୍ତବ୍ୟ ରେ କଡା ଜବାବ ରଖିଥିଲେ। ଆଉ ବର୍ଷା ଙ୍କ ନାମ ଉଲ୍ଲେଖ ନକରି ଲେଖିଥିଲେ କି , ନିଜକୁ ପୀଡିତା କହୁଥିବା ତଥା ସମାଜ ରେ ସଶକ୍ତିକରଣ ର ବାର୍ତା ବାଣ୍ଟୁଥିବା ଏହି ମହିଳା ବାସ୍ତବ ରେ ସ୍ୱାମୀ ଙ୍କ ଟଙ୍କା ପାଇଁ ନିଜକୁ ପୀଡିତା ସଜେଇ ପାରନ୍ତି ତାହା ଆପଣ ମାନେ ବୁଝି ପାରୁଥିବେ ନିଶ୍ଚିତ ସେ କଣ ବାର୍ତା ଦେଉଛନ୍ତି ବୋଲି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।