Daily news update , Real odisha local news

କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ?

0 194

ବନ୍ଧୁମାନେ ଆମେ ମଣିଷ ବର୍ତ୍ତମାନ ଯେତେବେଳେ ଆଧୁନିକତା ଆଡ଼କୁ ମାଡି ଚାଲୁଚି ସେହି ଅନୁସାରେ ଆମେ ଅନେକ ପ୍ରକାରର ସମସ୍ୟାର ବି ସମ୍ମୁଖୀନ ହେଉଛୁ ।ତେବେ ବର୍ତ୍ତମାନ ସମୟରେ ଗର୍ଭଧାରଣ କରି ନପାରିବା ଏକ ବହୁତ ବଡ଼ ଅସୁବିଧାରେ ପାଲଟି ଗଲାଣି ।ପୁରୁଷ ଓ ନାରୀ ଏକ ଆବଶ୍ୟକ ବୟସ ପରେ ଆଉ ପିଲା ଚାହିଁଲେ ବି ସେମାନେ ସେଥିରେ ସଫଳ ହେଇ ପାରୁ ନାହାନ୍ତି ।ତେବେ ଗର୍ଭବତୀ ନହେଇ ପାରିବା ପଛେ ଅନେକ କାରଣ ରହିଛି, ତେବେ ଆସନ୍ତୁ କାରଣ ଓ ସମାଧାନ ବିଷୟରେ ଜାଣିବା ।

ଗର୍ଭଧାରଣ କରି ନପାରିବାର କାରଣ:-

1.ବୟସ:-ତେବେ ପୁରୁଷ ଓ ନାରୀ ଉଭୟ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଗର୍ଭଧାରଣ କରିବାରେ ସ୍ଖମ ହେଇ ପାରନ୍ତି ନାହିଁ ।ତେବେ ପ୍ରାୟତଃ ପୁରୁଷର 40 ରୁ 50 ବୟସ ପରେ ତାଙ୍କର ଶୁକ୍ରାଣୁ ସଂଖ୍ୟା କମିଯାଏ ଆଉ ନାରୀ ର 30 ପରେ ଅଣ୍ଡା ସଂଖ୍ୟା କମିବା ଆରମ୍ଭ ହୁଏ ।ସେତେବେଳେ ପ୍ରେଗନେନ୍ସି ବହୁତ କଷ୍ଟ ହେଇଥାଏ ।
2.PCOD ସମସ୍ୟା:-ଆପଣ ଅଧିକ ମୋଟା ହେଇଗଲେ ଓ ଜଙ୍କ ଫୁଡ଼ ଖାଇବା ଦ୍ଵାରା ବି ପ୍ରେଗନେନ୍ସି ଅସୁବିଧା ହୁଏ ।
3.ପିରିୟଡ଼ ରେ ଅସୁବିଧା ହେଲେ:-ତେବେ ଯେତେବେଳେ ନାରୀର ପିରିୟଡ଼ କୁ ନେଇ କିଛି ସମସ୍ୟା ଉପୁଜିଥାଏ ଯେପରି ରେଗୁଲାର ପିରିୟଡ଼ ନହେଲେ , ଡେରିରେ ପିରିୟଡ଼ ଆସିଲେ ଆଦି, ସେତେବେଳେ ବି ପ୍ରେଗନେନ୍ସି ରେ ଅସୁବିଧା ହୁଏ ।
4.ଷ୍ଟ୍ରେସ ଓ ଅଧିକ ଚିନ୍ତାରେ ରହିଲେ ବି ପ୍ରେଗନେନ୍ସି ସମ୍ଭବ ହେଇପାରେ ନାହିଁ ।

5.କେତେକ କ୍ଷେତ୍ରରେ ପୁରୁଷ ର ବଂଶାନୁଗତ ଗୁଣ ପାଇଁ ବି ପୁରୁଷ ର ଶୁକ୍ରାଣୁ ଠିକରେ ତିଆରି ହେଇ ନଥାଏ, କିଛି ଆକ୍ସିଡେଣ୍ଟ ହେଇ ଆପଣଙ୍କ ଆଭ୍ୟନ୍ତରୀଣ ଅଙ୍ଗ ଆଘାତ ପାଇଥିଲେ ବି ପ୍ରେଗନେନ୍ସି ରେ ଅସୁବିଧା ହୁଏ ।
6.କୌଣସି ପ୍ରକାରର ଧାତୁ ଦୋଷ ଆଦି ପୁରୁଷ ପାଖରେ ଥିଲେ ସେତେବେଳେ ପ୍ରେଗନେନ୍ସି ରେ ଅସୁବିଧା ଆସିଥାଏ ।

ଏସବୁର ସମାଧାନ:-

-ତେବେ ଆଜିର ବ୍ୟସ୍ତ ଜୀବନ ଭିତରେ ସମସ୍ତେ ବିଳମ୍ବରେ ବିବାହ କରୁଛନ୍ତି ଆଉ ସେହି ସମୟରେ ପ୍ରେଗନେନ୍ସି ରେ ଅସୁବିଧା ହେଉଛି ।ତେଣୁ ଆପଣ ଏ ଦିଗ ପ୍ରତି ଧ୍ୟାନ ଦେବା ଦରକାର ।
-ପ୍ରେଗନେନ୍ସି ପ୍ଲାନିଂ ପୂର୍ବରୁ ଡାକ୍ତର ଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ ।
-ଏସବୁ ବ୍ୟତୀତ ଆପଣ ଡାଇବେଟିସ ଆଦି ରୋଗରେ ପୀଡିତ ଥିଲେ ସେତେବେଳେ ଖୁବ ଯତ୍ନଶୀଳ ହେଇ ଚିକିତ୍ସିତ ହେବେ ଆଉ ତାପରେ ପ୍ରେଗନେନ୍ସି ପ୍ଲାନିଂ କରିବେ ।
-ତେବେ ଆଜିର ଆଧୁନିକ ଟେକ୍ନୋଲୋଜି ଦ୍ଵାରା ଆପଣ IVF, ଟେଷ୍ଟ ଟ୍ୟୁବ ବେବି, ଅଣ୍ଡା ଫ୍ରିଜ ଆଦି ଉପାୟ ବାହାରିଲାଣି ।ଆଉ ଏହି ଉପାୟ କୁ ଆପଣ ବ୍ୟବହାର କରି ସନ୍ତାନ ହୀନତା ମୁକ୍ତି ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.