ବନ୍ଧୁଗଣ ବର୍ତ୍ତମାନ ର ଯାହା ସବୁଠାରୁ ବଡ଼ ସୂଚନା ରହିଛି କି, ଭୁବନେଶ୍ୱର ର ହନିଗାର୍ଲ ଅର୍ଚ୍ଚନା ଙ୍କୁ ସାତ ଦିନିଆ ରିମାଣ୍ଡ ରେ ନେବା ପରେ ମଧ୍ୟ କୌଣସି ସିଦ୍ଧାନ୍ତ ରେ ପହଁଚି ପାରୁ ନାହିଁ ଇଡି। ଅର୍ଚ୍ଚନା ଙ୍କୁ ନେଇ ଏବେ ବି ଦ୍ୱନ୍ଦ ରେ ଇଡ଼ି କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଚ୍ଚନା ତାଙ୍କର ମୁଁହ ଖୋଲି ନାହାନ୍ତି କିମ୍ବା କୌଣସି ସଠିକ ସୂଚନା ଦେଉ ନାହାନ୍ତି। ତେଣୁ କୁହା ଯାଉଛି କି ଅର୍ଚ୍ଚନା ବର୍ତ୍ତମାନ ଇଡ଼ି ଙ୍କ ସହ ଡବଲ ଗେମ ଖେଳୁଛନ୍ତି ବୋଲି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ।
ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ ଅର୍ଚ୍ଚନା ନାଗ ଆଉ ସବୁ ସତ ସାମ୍ନା କୁ ଆସିଥିଲା।
ତେବେ ବର୍ତ୍ତମାନ ଅର୍ଚ୍ଚନା ଙ୍କୁ ଭୁବନେଶ୍ୱର ର ଇଡି ସାତ ଦିନିଆ ରିମାଂଡ ରେ ନେଇଛନ୍ତି ଏବଂ ରିମାଣ୍ଡ ରେ ଯିବା ବେଳେ ସୋସିଆଲ ମିଡିଆ ରେ ଅର୍ଚ୍ଚନା ସବୁ ସତ କହିବେ ଏବଂ ସମସ୍ତ ଙ୍କ ଅସଲ ମୁଖା ଖୋଲିବେ ବୋଲି କହିଥିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସେ କୌଣସି ଭିତିରିଆ କଥା କହି ନାହାନ୍ତି। ତେବେ ଯେଉଁ ଆଶା ଥିଲା କି ଇଡି ଙ୍କ ଜେରା ପରେ ସବୁ ସତ ସାମ୍ନା କୁ ଆସିବ ଏବଂ କିଏ ପ୍ରକୃତ ଦୋଷୀ ତାହା ଜଣା ପଡିବ ବୋଲି ତାହା ବିଫଳ ହୋଇଛି। ତେବେ ଅର୍ଚ୍ଚନା କାହିଁକି ଏହିପରି କରୁଛନ୍ତି କେହି ତାଙ୍କୁ ଡ଼ରାଉଛି କି ସତ ନକହିବା ପାଇଁ ତାହା ଜଣା ପଡି ନାହିଁ।
ତେବେ ଯାହା ସୂଚନା ରହୁଛି କି ଯଦି ଏହି ରିମାଣ୍ଡ ରେ କୌଣସି ସତ ସାମ୍ନା କୁ ନଆସେ ତେବେ ପୁଣି ଥରେ ଅର୍ଚ୍ଚନା ଙ୍କୁ ଇଡି ରିମାଣ୍ଡ ରେ ନେବେ ଏବଂ ପଚରା ଉଚରା କରି ସବୁ ଭିତିରିଆ କଥା ବାହାର କରିବେ ବୋଲି। ତେବେ ଅର୍ଚ୍ଚନା ଙ୍କ ର ସ୍ୱାମୀ ଜଗବନ୍ଧୁ ଙ୍କୁ ମଧ୍ୟ କୋର୍ଟ ରେ ହାଜିର କରାଯିବା ର ସୂଚନା ରହିଛି। ତେବେ କିନ୍ତୁ ଅର୍ଚ୍ଚନା ଙ୍କ ର ଏହିପରି ଚୁପ ରହିବା କୌଣସି ତଥ୍ୟ ଇଡି ଙ୍କୁ ଠିକ ଭାବରେ ନଜଣେଇବା କୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନ ରହିଛି ।ତେବେ ଦେଖାଯାଉ କେବେ ଏହି ମାମଲା ର ଅନ୍ତ ହେଉଛି ଏବଂ କିଏ ଏହାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।