Daily news update , Real odisha local news

ରାତିରେ ଭାଲୁ ଵନିଯାଇ ଏବେ ପୋଲିସ ହାତରେ ସେହି -ଦେଖନ୍ତୁ ଭିଡିଓ

0 1,120

ବନ୍ଧୁଗଣ ବର୍ତ୍ତମାନ ମୟୁରଭଞ୍ଜ ର ଉଦଳା ରୁ ଏହିପରି ଏକ ଘଟଣା ସାମ୍ନା କୁ ଆସିଅଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଜଣେ ବ୍ୟକ୍ତି ଯେ , ଲୋକଙ୍କ ଘର କୁ ଲୁଟିବା ପାଇଁ ଏହିପରି ରୂପ ଧାରଣ କରି ପାରନ୍ତି ତାହା ଆପଣ ଭାବି ବି ପାରିବେ ନାହିଁ।

ଚୋରି କରିବା ପାଇଁ ରାତିରେ ଭାଲୁ ପାଲଟି ଯାଉଥିଲେ ଏହି ଚୋର ଗ୍ୟାଙ୍ଗ ଆଉ ହାତରେ ଧାରୁଆ ଅସ୍ତ୍ର ଶସ୍ତ୍ର ଧରି ଲୋକଙ୍କ ଘରେ କଳାକନା ବୁଲାଇ ଦେଉଥିଲେ। ମାତ୍ର ଆଜି ପୋଲିସ ହାତରେ ଧରା ପଡିଯାଇଛନ୍ତି ଏହି ଗ୍ୟାଙ୍ଗ, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।

ସୂଚନାଯୋଗ୍ୟ ଯେ, ଦିର୍ଘ ଦିନ ଧରି ରାତି ରେ ଭାଲୁ ହୋଇ ଲୋକଙ୍କ ଘରେ କଳାକନା ବୁଲାଉ ଥିଲେ। କିନ୍ତୁ କଥା ରେ ଅଛି କି ଚୋର ଘର ବେଶି ଦିନ ଅନ୍ଧାର ରେ ରହେ ନାହିଁ, ଠିକ ସେହିଭଳି ଆଜି ଏହି ମଣିଷ ରୂପୀ ଭାଲୁ ପଡିଯାଇଛି ପୋଲିସ ହାବୁଡ଼ ରେ ଆଉ ସାମ୍ନା କୁ ଆସିଛି ତାଙ୍କର ଅସଲ ଚେହେରା।ତେବେ ଯାହା ଜଣା ପଡ଼ିଛି କି ଆଜି ଉଦଳା ପୋଲିସ କପ୍ତିପଦା ର ଏକ ଅଞ୍ଚଳ ରୁ ଚାରି ଜଣ ଚୋର ଙ୍କୁ ଗିରଫ କରିଛି ଯେଉଁ ମାନେ କୁ ଅନେକ ଦିନ ରୁ ଘର ଘର ବୁଲି ଚୋରି କରି ଆସୁଥିଲେ।

ତେବେ ସୂଚନା ଅନୁସାରେ, ଏହି ଚାରି ଜଣ ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲା ର ମାତ୍ର ପ୍ରାୟ ଦୀର୍ଘ ଦିନ ହେବ ସେମାନେ ମୟୁରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା ର ଅନେକ ଗ୍ରାମ ରେ ଘରେ ପଶି ଚରି କରୁଥିଲେ। ତେବେ ଚୋରି କରିବା ପାଇଁ ସେମାନେ ଭାଲୁ ର ମୁଖା କୁ ପିନ୍ଧୁଥିଲେ ଏବଂ ଲୋକଙ୍କ ଘର ର କାନ୍ଥ କୁ ଭାଙ୍ଗି ଘରେ ପଶି ଧାରୁଆ ଅସ୍ତ୍ର ଦେଖାଇ ଲୋକଙ୍କୁ ଡ଼ରେଇ ଧମକେଇ ଚୋରି କରୁଥିଲେ। ତେବେ ଏହିପରି ସେମାନେ ଅନେକ ଦିନ ରୁ କରି ଆସୁଥିଲେ , ପୋଲିସ ମଧ୍ୟ ଅନେକ ଚେଷ୍ଟା କରିବା ପରେ ବି ଏମାନ ଙ୍କୁ ଧରିବା ରେ ସକ୍ଷମ ହେଉ ନଥିଲା।

ମାତ୍ର ଆଜି କପ୍ତିପଦା ଅଞ୍ଚଳ ରୁ ଏହି ଚୋର ଗ୍ୟାଙ୍ଗ ଚୋରି କରିବାକୁ ଯାଇଥିବା ବେଳେ ଉଦଳା ପୋଲିସ ଏହାର ଖବର ପାଇଥିଲା ଆଉ ସଂଗେ ସଂଗେ ଚୋର ଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ତେବେ ଯୋଜନା ଅନୁସାରେ ସମସ୍ତ ଚୋର ଙ୍କୁ ସେମାନେ ଧରିବା ପାଇଁ ଚେଷ୍ଟା କରିଥିଲେ ହିଁ ଜଣେ ସେଠାରୁ ଖସିଯିବା ରେ ସକ୍ଷମ ହୋଇ ଥିଲା ମାତ୍ର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ମଧ୍ୟ ଜଣେ ବ୍ୟକ୍ତି ନିଜ ମୁଁହ ରେ ଭାଲୁ ର ମୁଖା ପିନ୍ଧିଥିବା ର ଦେଖିବା କୁ ମିଳିଛି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.