ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି , ଟ୍ରେନ ଯାତ୍ରା ବହୁତ ବିପଦ ଜନକ ହୋଇଥାଏ। ଆଉ ଟିକିଏ ଅସାବଧାନତା ପାଇଁ ବ୍ୟକ୍ତି ଙ୍କର ଜୀବନ ଯିବାର ବହୁତ ସମ୍ଭାବନା ରହିଥାଏ ।ତେବେ ଆପଣ ମାନେ ମଧ୍ୟ ଅନେକ ସମୟରେ ଏହି ରେଳ ଦୁର୍ଘଟଣା ରେ ଅନେକ ଲୋକଙ୍କ ଜୀବନ ଯିବାର ମଧ୍ୟ ଆପଣ ଶୁଣିଥିବେ।
ଏହା ଯେତିକି ସୁବିଧା ଜନକ ହୋଇଥାଏ ସେତିକି ବିପଦ ସଂକୁଳ ମଧ୍ୟ। ତେବେ ବର୍ତ୍ତମାନ ଏହିଭଳି ଏକ ଭିଡିଓ ଯାହାକି ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା ତାହା ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ଙ୍କର ଲୋମ ଟାଙ୍କୁରି ଉଠିବ ଓ ଭୟ ରେ ଛାତି ଥରି ଯିବ।
ତେବେ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ସେଥି ରେ ଦେଖା ଯାଇଛି କି ଜଣେ ଯୁବତୀ ଟ୍ରେନ ରେ ଯାତ୍ରା କରୁଥିବା ବେଳେ ତାଙ୍କର ଟିକେ ଅନ୍ୟମନସ୍କତା କାରଣ ରୁ ତାଙ୍କୁ ଜୀବନ ଚାଲି ଯାଇଥାନ୍ତା। ମାତ୍ର ଭଗବାନ ଙ୍କ କୃପା ରୁ ଯୁବତୀ ଜଣଙ୍କ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ତେବେ ଏହି ଘଟଣା ଟି ହେଉଛି ମୁମ୍ବାଇ ର ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ଏବଂ ଆପଣ ମାନେ ମଧ୍ୟ ଘଟଣା ଟିକୁ ଜାଣନ୍ତୁ ଏବଂ ଏହିପରି ଭୁଲ କେବେ ବି କରନ୍ତୁ ନାହିଁ।
ତେବେ ଆପଣ ମାନେ ଦେଖିଥିବେ କି , ଅନେକ ସମୟ ରେ ଟ୍ରେନ ରେ ଯାତ୍ରା କରୁଥିବା ବେଳେ ଯାତ୍ରୀ ମାନେ ଟ୍ରେନ ର କବାଟ ପାଖରେ ଛିଡା ହୋଇଥାନ୍ତି। କେହି କେହି ଟ୍ରେନ ସିଟ ପଛରେ ମଧ୍ୟ ଛିଡା ହୋଇଥାନ୍ତି ମାତ୍ର ଏହି ସମୟ ରେ ଟିକେ ଅସାବଧାନତା କାରଣ ରୁ ଟ୍ରେନ ରୁ ପଡି ମଣିଷ ର ମୃତ୍ୟୁ ହୋଇଥାଏ।ଏହି ପରି ଅନେକ ଲୋକେ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି। ତେବେ ଏହି ଘଟଣା ଟିରେ କିଛି ଏହିପରି ହୋଇଥିଲା, ଯୁବତୀ ଜଣଙ୍କ ମୁମ୍ବାଇ ର ଏକ ଲୋକାଲ ଟ୍ରେନ ରେ ଯାଉଥିବା ବେଳେ ତାର ଗେଟ ପାଖରେ ଛିଡା ହୋଇଥିଲା ଏବଂ ସେଠାରେ ଅନ୍ୟ ଯୁବକ ମାନେ ମଧ୍ୟ ଥିଲେ।
ତେବେ ଏହି ସମୟ ରେ ଟ୍ରେନ ର ବିପରୀତ ଦିଗରେ ଅନ୍ୟ ଏକ ଟ୍ରେନ ଆସୁଥିଲା ଏବଂ ଏହି ସମୟ ରେ ଯୁବତୀ ଜଣଙ୍କ ଅନ୍ୟ ମନସ୍କ ଥିଲେ ତେଣୁ ତାଙ୍କର ହାତ ଖସିଗଲା ଏବଂ ସେ ତଳେ ପଡିବାକୁ ଯାଉଥିଲେ। ମାତ୍ର ଭଗବାନ ଙ୍କ କୃପା ରୁ ପାଖରେ ଥିବା ଅନ୍ୟ ଯୁବକ ଜଣଙ୍କ ଯୁବତୀ ଙ୍କୁ ପଡିବା ପୂର୍ବରୁ ଧରି ନେଇଥିଲେ ଏବଂ ତାଙ୍କର ଜୀବନ ବଞ୍ଚାଇ ଥିଲେ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମାନେ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ସାବଧାନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।