Daily news update , Real odisha local news

LIVE | NABA DAS BREAKING NEWS :-ହଜାର ହଜାର ସମର୍ଥକଙ୍କ ମେଳରେ ଲୀନ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ…. ଦେଖନ୍ତୁ VIDEO …

0 171

କାଲି କେତେ ଆଶା ନେଇ ପାର୍ଟି ମିଟିଂ କୁ ଆସିଥିଲେ ହେଲେ ଆଜି ସେହି ମଣିଷ ପଞ୍ଚଭୂତ ରେ ବିଲୀନ ହୋଇ ସାରିଛନ୍ତି। ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ଶେଷ କୃତ୍ୟ ଏହି ମଧ୍ୟରେ ସମାପ୍ତ ହୋଇଛି। ତେବେ ଅମର ରହେ ଅମର ରହେ ବାଣୀ ରେ , ଗାର୍ଡ ଅଫ ଅନର ନେଇ ପଞ୍ଚଭୂତ ରେ ଲୀନ ହୋଇ ସାରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

ତେବେ ବାପା ଙ୍କୁ ପୁଅ ଦେଇଛନ୍ତି ମୁଖାଗ୍ନି ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଆଉ ହଜାର ହଜାର ଲୋକଙ୍କ ଭିଡ଼ ରେ ସବୁଦିନ ପାଇଁ ଜଳି ପଡି ପାଉଁଶ ହୋଇଯାଇଛନ୍ତି ସେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ମୃତ୍ୟୁ ବରଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ।

ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ତେବେ ଗୁଳି ମାଡ଼ ହେବା ପରେ ସଂଗେ ସଂଗେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ଆପୋଲ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଓଟି ରେ ଚିକିତ୍ସା କରାଯାଉ ଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସେଠାରେ ତଦାରଖ ପାଇଁ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ଯାହାକି ଅତ୍ୟନ୍ତ ଦୁଖଃ ର କାହାଣୀ ଅଟେ।

ତେବେ ବର୍ତ୍ତମାନ ନବ ଦାସ ଙ୍କ ମୃତ୍ୟୁ ପରେ ତାଙ୍କର ମୃତ୍ୟୁ ଦେହ କୁ ଘର କୁ ନିଆଯାଇ ଥିଲା ଆଉ ତାହାକୁ ଦେଖି ତାଙ୍କର ସ୍ତ୍ରୀ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଥିଲେ ,ଆଉ ପୁଅ ଆଖିରେ ଶୁଖୁ ନଥିଲା ଲୁହ କାରଣ ସେ ତାର ବାପ ଙ୍କ ସହ ସବୁ ସ୍ୱପ୍ନ କୁ ହରେଇ ଦେଇଛି। ଆଉ ଜଣେ ଭଲ ଲୋକଙ୍କୁ ହରାଇ ପୁରା ପରିବାର ଲୋକେ ମଧ୍ୟ କାନ୍ଦି କାନ୍ଦି ବେଦମ ହୋଇଗଲେଣି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଅନ୍ତାନ ସତ୍କାର ଶେଷ ହୋଇ ସାରିଛି ଆଉ ପଞ୍ଚଭୂତ ରେ ଲୀନ ହୋଇ ସାରିଛନ୍ତି ନବ ଦାସ। ତେବେ ଭଗବାନ ତାଙ୍କର ଆତ୍ମା କୁ ସଦ୍ଗତି ଦିଅନ୍ତୁ ଏବଂ ତାଙ୍କ ପରିବାର କୁ ନିଜ ପରିସ୍ଥିତି ସହ ଲଢେ଼ଇ କରି ବଞ୍ଚିବାର ଶକ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.