ବନ୍ଧୁମାନେ ବର୍ତ୍ତମାନ ଅତ୍ୟାଧୁନିକ ଯୁଗରେ ସମସ୍ତଙ୍କ ପାଖରେ ସମସ୍ତ ପ୍ରକାରର ସୁଖ ଆଉ ସୁବିଧା ରହିଛି ।କିନ୍ତୁ ସେହି ଭିତରେ ବି ଆମ ପାଖରେ ସମୟ କମ ତେଣୁ ବହୁତ ସମୟରେ ସମୟ ବଞ୍ଚାଇବା ପାଇଁ ଛୋଟ ଛୋଟ ଭୁଲ କାମ କରିଯାଉ କିନ୍ତୁ ସେସବୁର ପରିଣାମ ବହୁତ ଭୟଙ୍କର ହେଇଥାଏ ।
ଆପଣ ଦେଖିଥିବେ ବର୍ତ୍ତମାନ ଦିନକୁ ଦିନ ସଡ଼କ ଦୁର୍ଘଟଣା ପ୍ରତି ଘଂଟାରେ ଘଟୁଛି ଆଉ ଏଥିରେ କେତେ ଜୀବନ ଚାଲି ଯାଉଛି ତାହାର ସୀମା ନାହିଁ ।ତେବେ ବର୍ତ୍ତମାନ ଏମିତି ଏକ ସଡ଼କ ଦୁର୍ଘଟଣା ଘଟିଛି ଯାହା କୁ ସବୁଠି ଖୁବ ଆଲୋଚନା ହେଉଛି ।
ରାସ୍ତାରେ ଗାଡିଟିଏ ଚଳାଇବା ବେଳେ ବହୁତ ନିୟମ ମାନିବାକୁ ପଡିଥାଏ ଯାହା ଦ୍ୱାରା ଆପଣ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନେ ସୁରକ୍ଷିତ ରହି ପାରିବେ ।ହେଲେ ବହୁତ ଲୋକ ଏହି ନିୟମ କୁ ଅଣଦେଖା କରି ଦେଇଥାନ୍ତି ।ତେବେ ସେହି ନିୟମ ଗୁଡିକ ଭିତରେ ଗାଡି ପାର୍କିଂ ବି ଯାଉଛି ବହୁତ ଲୋକ ସମୟ ବଞ୍ଚାଇବା ପାଇଁ ରାସ୍ତା ଉପରେ ଗଡ଼ି ରଖି ଡେଇଥାନ୍ତି ।ଆଉ ଏହା କେମିତି ଜୀବନ ନେଇଯାଏ ଆଜିର ଏହି ଘଟଣାରୁ ଦେଖନ୍ତୁ ।ତେବେ ବେଆଇନ ଗାଡି ପାର୍କିଂ ପାଇଁ ମାଆ ବିରଜା ଙ୍କ ଦର୍ଶନ ସାଜିଛି ଶେଷ ଦର୍ଶନ ।
ସୂଚନା ମୁତାବକ ଯାଜପୁର ଜିଲ୍ଲାର କଟକରେ 16 ନମ୍ବର ରାଜପଥ ଛତିଆ ବଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣକ ର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।ତେବେ ଗୋଟିଏ କାରରେ ତିନି ଜଣ ଲୋକ ଯାଜପୁର ମାଆ ବିରଜା ଙ୍କ ଦର୍ଶନ କରି ଫେରୁଥିଲେ ।ଆଉ ଫେରିବା ରାସ୍ତାରେ 16 ନମ୍ବର ରାଜପଥ ଛତିଆ ବଟ ନିକଟରେ ଗାଡି ରଖି ଜଳଖିଆ କରିବାକୁ ଓଲାହୁଥିଲେ କିନ୍ତୁ ଠିକ ସେତିକି ବେଳେ ପଛରୁ ଏକ ଟ୍ରକ ଆସି ଗାଡିକୁ ଧକ୍କା ଦେଇଥିଲା ।ଆଉ ଗାଡ଼ିରେ ଥିବା ଜଣେ ମହିଳା ଓ ପୁରୁଷ ଗାଡି ଆଗକୁ ଚାଲି ଆସିଥିଲେ ଆଉ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଚିବା ପରେ ଆଉ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ତେବେ ଏହି ଦୁର୍ଘଟଣା ଆଜି ନୂଆ ନୁହେଁ ଛତିଆ କାକରା ପ୍ରସିଦ୍ଧ ଥିବାରୁ ପ୍ରତିଦିନ ଅନେକ ଗାଡି ଏହିପରି ବେଆଇନ ଭାବେ ପାର୍କିଂ କରି ଜଳଖିଆ କରିବାକୁ ଯାଆନ୍ତି ।ଆଉ ଏମିତି ଦୁର୍ଘଟଣା ଅନେକ ଦୁର୍ଘଟଣା ଘଟୁଛି କିନ୍ତୁ ଏ ପ୍ରତି ପୋଲିସ କି ରାଜରାସ୍ତା ବିଭାଗ ପକ୍ଷରୁ କୌଣସି ଦୃଡ଼ ପଦକ୍ଷେପ ନିଆ ଯାଉନାହିଁ ।ତେବେ ଏମିତି ଆଗକୁ ବି ଚାଲିବ ତେବେ ଆଗକୁ ଆହୁରି ଦୁର୍ଘଟଣା ଘଟିବା କଥା ସୁନିଶ୍ଚିତ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।