ବୟସ ର ଶେଷ ପର୍ଯ୍ୟାୟରେ ବୁଢ଼ୀ ମା, ନା ସେ ଚାଲି ପାରୁଛି ନା କଥା ହୋଇ ପାରୁଛି , ନିଜ ଗୋଡ଼ ରେ ଛିଡା ହେବା ପାଇଁ ମଧ୍ୟ ଶକ୍ତି ନାହିଁ। ଆଉ ଏହି ବୟସ ରେ ଜନ୍ମ କରିଥିବା ୪ ପୁଅ ମାନେ ଯେ ତାଙ୍କୁ ଏହିଭଳି ଦାଣ୍ଡ ରେ ଫୋପାଡି ଦେବେ ଏକ ଅଦରକାରୀ ଜିନିଷ ଭଳି ତାହା ସେ ଜାଣି ନଥିଲେ। ତେବେ କିନ୍ତୁ ୪ ପୁଅ ଓ ବୋହୁ ମିଶି ବୁଢ଼ୀ ମା କୁ ଫୋପାଡି ଦେଇଛନ୍ତି ଦାଣ୍ଡ ରେ ଆଉ ଆଗରେ ପଡିଛି ମଝିଆ ବୋହୁ ର ରକ୍ତ ଜୁଡୁବୁଡୁ ଶବ ।ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ କାନ୍ଦି ପକେଇବେ
କୁହାଯାଏ କି, “ବାପା ମା ଙ୍କ ଠାରୁ ବଡ଼ ଦେବତା କେ ସରଗେ ରାଇଜେ ନାହିଁ, ତାଙ୍କର ଆଶିଷ ସାହା ଏକା ସିନା ବିପଦୁ ତାରିବା ପାଇଁ “। ଅର୍ଥାତ ଏହି ସଂସାର ରେ ବାପା ମା ହେଉଛନ୍ତି ଆମର ଦେବତା ଏବଂ ପୂଜ୍ୟ । କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଏହାର ବିପରୀତ ଦେଖିବାକୁ ମିଳୁଛି।
ବାପା ମା ତ ନିଜ ଜୀବନ କୁ ବାଜିରେ ଲଗାଇ ପିଲା ମାନଙ୍କୁ ପାଠ ସାଠ ପଢ଼ାଇ ବଡ଼ ମଣିଷ କରିଛନ୍ତି ମାତ୍ର ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପରେ ପିଲାମାନେ ବାପା ମା ଙ୍କୁ ଭୁଲିଯାଉଛନ୍ତି ।ଆଉ ବିବାହ ପରେ ପୁଅ ଓ ବୋହୁ ବାପା ମା ଙ୍କୁ ଭୁଲିଯାଏ ଆଉ ତାକୁ ଘରେ ରଖିବା କୁ ମଧ୍ୟ ତାକୁ କଷ୍ଟ ହୋଇଥାଏ।ତେଣୁ ବୃଦ୍ଧ ବୟସ ରେ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ।
ତେବେ ଠିକ ଏହିପରି ଏକ ଅତ୍ୟନ୍ତ ଦୁଃଖନୀୟ ଘଟଣା ଦେଖିବା କୁ ମିଳିଛି , ବାଣପୁର ଅଞ୍ଚଳ ରେ ଯେଉଁ ଠାରେ ଜଣେ ବୁଢ଼ୀ ମା କୁ ତାର ପୁଅ ଓ ବୋହୂ ଘରୁ ବାହାର କରି ଦେଇ ଦାଣ୍ଡ ରେ ପକେଇ ଦେଇଛନ୍ତି। ଖାଲି ଏତିକି ନୁହେଁ ବରଂ ବୁଢ଼ୀ ମା ଆଗରେ ତାର ମଝିଆ ବୋହୁ କୁ ହତ୍ୟା କରିଛନ୍ତି ଅନ୍ୟ ତିନି ପୁଅ ଓ ବୋହୁ ।ଆଉ ମା ର ଗୋଡ଼ ଭାଙ୍ଗି ଯାଇଛି ବୋଲି ତାକୁ ଦାଣ୍ଡ ରେ ପକେଇ ଦେଇଛନ୍ତି। ତେବେ ଘଟଣା ଟି କିଛି ଏହିପରି ରହିଛି କି ସମ୍ପତ୍ତି କୁ ନେଇ ଚାରି ଭାଇ ଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଆଉ ଏହି କୋଳି ଏତେ ଅଧିକ ହୋଇଗଲା ଯେ, ବୁଢ଼ୀ ମା କୁ ତାଙ୍କର ତିନି ପୁଅ ବୋହୂ ଅନ୍ୟ ଜଣେ ମଝିଆ ପୁଅ ଓ ବୋହୁ ଘର ଆଗରେ ଆଣି ପକେଇ ଦେଲେ। ତେବେ ଏହାକୁ ନେଇ ମଝିଆ ବୋହୁ ମୀନଖି ମୁଁହ ଖିଲିବାରୁ ତାକୁ ମାରଣାସ୍ତ୍ର ରେ ହତ୍ୟା କରିଛନ୍ତି ତିନି ପୁଅ ଆଉ ବୁଢ଼ୀ ମା ଆଗରେ ରକ୍ତ ଜୁଡୁ ବୁଡୁ ହୋଇ ପଡ଼ିଥିବା ବୋହୂ ର ଶବ ଆଗରେ ପକେଇ ଦେଇଥିଲେ।
ତେବେ ବୁଢ଼ୀ ମା ର ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି ,ଆଉ ତାର ସବୁ କାମ ପୁଅ ଓ ବୋହୁ ଙ୍କୁ କରିବାକୁ ହେବ ବୋଲି ସେମାନେ ଏହିପରି ଅମାନସିକ କାର୍ଯ୍ୟ କରିଛନ୍ତି। ତେବେ ଘଟଣା ସ୍ଥଳ ରେ ପୋଲିସ ପହଁଚି ଶବ କୁ ଉଦ୍ଧାର କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।