ବନ୍ଧୁମାନେ ଆମେ ଏକ ସମାଜରେ ବସବାସ କରୁଛୁ ସେଠାରେ କିଛି ନୀତି ନିୟମ ଅନୁସାରେ ଚଳିବାକୁ ପଡିଥାଏ ।କାରଣ ବଡ଼ ମାନଙ୍କୁ ଅନୁସରଣ କରି ଚାଲିଥାଏ ଆଗାମୀ ପିଡ଼ି ତେବେ ଏବେ କିନ୍ତୁ ଦିନକୁ ଦିନ ଏହି ସମାଜରେ ଏମିତି ସବୁ କାର୍ଯ୍ୟ ହେଉଛି ଯାହା ପାଇଁ ଦିନ କୁ ଦିନ ସମାଜ କଳୁଷିତ ହେବାକୁ ବଶିଲାଣି ।
ତେବେ ଏମିତି ଗୋଟିଏ ଘଟଣା ଦେଖିବାକୁ ସୋସିଆଲ ମେଡ଼ିଆରେ ଯେଉଥିରେ ଜଣେ ମହିଳା ନିଜର ଜନ୍ମ କଲା ୪ ଟି ଛୁଆ କୁ ଛାଡ଼ି ଦେଇ ଅନ୍ୟ ଟୋକା ସହ କୁଆଡେ ଫେରାର ହୋଇ ଯାଇଛି।
ଯେତେବେଳେ ମଣିଷ ନିଜ ଭିତରେ ଥିବା ନୈତିକତାକୁ ଭୁଲି ଯାଏ ସେତେବେଳେ ସେ କଣ କରେ କିଛି ଭାବି ପାରେନା ଭୁଲ କରୁଥିଲେ ତାଙ୍କୁ କେହି କହିଲେ ବି ସେ ଏତେ ମାତ୍ରାରେ ବାଟ ବଣା ହେଇଯାଇ ଥାଏ ତାଙ୍କ ଉପରେ କିଛି ବି କାମ କରେନା ।ତେବେ ଏହି ଘଟଣା ଟି କିଛି ସେହିପରି ହୋଇଥିଲା, ତେବେ ସୁବର୍ଣ୍ଣପର ଜିଲ୍ଲା ର ପୂର୍ଣ୍ଣିମା ନାମକ ଜଣେ ମହିଳା ନିଜର ୪ ଛୁଆ କୁ ଛାଡି ଦେଇ ପର ପୁରୁଷ ସହ ଘରୁ ପଳେଇ ଯାଇଛନ୍ତି। ଆଉ ତାର କିଛି ଦିନ ପରେ ପିଲା ମାନଙ୍କ ବାପା ମଧ୍ୟ ଚାଲିଗଲେ। ଉଭୟ ବାପା ମା କେହି ବି ଏହି ନିରୀହ ମୁଁହ ଗୁଡିକୁ ଦେଖିଲେ ନାହିଁ ଆଉ ନିଜ ସ୍ୱାର୍ଥ ପାଇଁ ସବୁକିଛି ଛାଡି ଚାଲିଗଲେ।
ତେବେ ଶେଷ ରେ ନିଜ ୪ ନାତି ନାତୁଣୀ ଙ୍କୁ କୋଳେଇ ନେଲା ୭୦ ବର୍ଷ ର ଜେଜେ ମା , ବୟସ ର ଶେଷ ଅବସ୍ଥା ରେ ମଧ୍ୟ ଗାଁ ଗାଁ ବୁଲି ଭିକ୍ଷା ମାଗି ନାତି ନାତୁଣୀ ଙ୍କୁ ବଂଚେଇ ରଖିଛନ୍ତି। ଆଉ ଖୋଲା ଆକାଶ ତଳେ ବଞ୍ଚୁଛନ୍ତି ୪ କୁନି ପିଲା। ମାତ୍ର ଜନ୍ମ କଲା ମା କୁ ନିଜ ପିଲା ଠାରୁ ପର ପୁରୁଷ ର ପ୍ରେମ ଏତେ ଭଲ ଲାଗିଲା କି ସେ ନିଜ କଅଁଳ ଛୁଆ କୁ ପର କରି ଦେଇ ପ୍ରେମିକ ସହ ପଳେଇଲା। ଆଉ ବାପା ମଧ୍ୟ ସ୍ୱାର୍ଥପର ହୋଇଗଲେ ଆଉ କୁଆଡେ ଚାଲିଗଲେ ।ଶେଷ ରେ ବୁଢ଼ୀ ମାନେ ପିଲା ମାନ ଙ୍କୁ ନିଜ ପଣତ କାନି ରେ ଘୋଡାଇ ସାହାରା ଦେଲେ।
ତେବେ କିନ୍ତୁ ବର୍ତ୍ତମାନ ଯାହା ସୂଚନା ରହିଛି କି , ଏକ ଚାରିଟି ଆଶ୍ରମ ର ଲୋକେ ଆସି ଏହି ଅନାଥ ପିଲା ମାନ ଙ୍କୁ ଉଦ୍ଧାର କରି ନିଜ ସାଙ୍ଗ ରେ ନେଇ ଯାଇଥିଲେ ଏବଂ ବର୍ତ୍ତମାନ ୩ ଜଣ ପିଲା ସେହି ଆଶ୍ରମ ରେ ରହୁଛନ୍ତି। ଏବଂ ସାନ ପିଲା ଟି ନିଜ ଜେଜେ ମା ଙ୍କ ସହ ସେହି କୁଡ଼ିଆ ଘରେ ରହୁଛି। ତେବେ ଘଟଣା ଟି ସତ ରେ ବହୁତ ନିନ୍ଦନୀୟ ଅଟେ , ମା ଓ ବାପା ପରି ଦୁଇ ଜଣ ସ୍ୱାର୍ଥପର ମଣିଷ ବି ନିଜ ଜନ୍ମ କଲା ପିଲାଙ୍କୁ ଭୁଲି ଯାଇ ନିଜ ସ୍ୱାର୍ଥ ପାଇଁ ଯିଏ ଯାହା ରାସ୍ତା ରେ ଚାଲିଗଲେ। ତେବେ ଘଟଣା ଟିକୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।