ମଝି_ଆକାଶରେ_ଲଭ୍ ! ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ୍। ଏୟାର ଇଣ୍ଡିଆ ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାକୁ ଜବରଦସ୍ତ ସରପ୍ରାଇଜ୍ ଦେଉଛନ୍ତି
ପ୍ରେମ ନିରନ୍ତର, ପ୍ରେମ ଶ୍ଵାଶତ୍ୱ ,ପ୍ରେମ ର ନା ଥାଏ କିଛି ବାଛ ବିଚାର ନା ତାର ରହିଛି ଆରମ୍ଭ ନା ଶେଷ। ତେବେ ସତ ପ୍ରେମ କରୁଥିବା ଲୋକେ କିଛି ବୁଝନ୍ତି ନାହିଁ ସେ ବାସ ନିଜ ହୃଦୟ ର ପ୍ରତି କୋଣ ଅନୁକୋଣରେ ବିଶ୍ୱାସ ର ସହ ପ୍ରେମ କରିଥାନ୍ତି।ପରିସ୍ଥିତି କିଛି ବି ହେଉ ନା କାହିଁକି କେବେବି କେହି କାହାର ହାତ ଛାଡିବେ ନାହିଁ ବୋଲି ଶପଥ ନେଇଥାନ୍ତି।
ତେବେ ଏହି ପ୍ରେମ କୁ ଆଉ ଟିକେ ଅଧିକ ଚିରନ୍ତନ ତଥା ମେମରେବୁଲ କରିବା ପାଇଁ ବର୍ତ୍ତମାନ ର ଯୁବପିଢ଼ି ମାନେ ଭିନ୍ନ ଭିନ୍ନ ଉପାୟ ସବୁ କରୁଥିବାର ଆପଣ ଦେଖିବା କୁ ପାଉଥିବେ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ଜଣେ ଯୁବକ ମଝି ଆକାଶ ରେ ବିମାନ ମଧ୍ୟରେ ତାଙ୍କର ପ୍ରେମିକା ବା ଭାବି ସ୍ତ୍ରୀ ଙ୍କୁ ପ୍ରୋପଜ କରିଛନ୍ତି ଆଉ ଯେଉଁ ଭଳି ଭାବରେ ସେ ତାଙ୍କ ପ୍ରେମିକା ଙ୍କୁ ସରପ୍ରାଇଜ ଦେଇଛନ୍ତି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି ଯେ , ହାଇଦ୍ରାବାଦ ମୁମ୍ବାଇ ଏୟାର ବିମାନ ମଧ୍ୟରେ ଜଣେ ଯୁବକ ତାଙ୍କର ପ୍ରେମିକା ତଥା ଭାବି ସ୍ତ୍ରୀ ଙ୍କୁ ସରପ୍ରାଇଜ ଦେଇଛନ୍ତି ଏବଂ ତାଙ୍କୁ ଭିନ୍ନ ଉପାୟ ରେ ପ୍ରେମ ନିବେଦନ କରିଛନ୍ତି। ତେବେ ଯାହା ଦେଖା ଯାଇଛି କି ଯୁବକ ଜଣଙ୍କ ପ୍ରଥମେ ଗୋଟିଏ ଗୋଲାପୀ ରଙ୍ଗ ର କାର୍ଡ ବୋର୍ଡ ରେ କିଛି ଫୋଟ ଗ୍ରାପ୍ସ ଲଗାଇ ସେଥି ରେ ଲେଖିଛନ୍ତି କି , “କଣ ତୁମେ ସାରା ଜୀବନ ମୋ ହାତ ଧରି ଚାଳିବାକୁ ଚାହିଁବ” ।ତେବେ ଏହା ଦେଖିବା ମାତ୍ରେ ଯୁବତୀ ଜଣଙ୍କ ବହୁତ ଖୁସି ହୋଇ ଯାଉଛନ୍ତି ଏବଂ ନିଜ ସିଟ ରୁ ଉଠି ଯୁବକ ଙ୍କ ପାଖକୁ ଆସୁଛନ୍ତି।
ତେବେ ଏହା ପରେ ପୁଣି ଯୁବକ ଜଣଙ୍କ ତାଙ୍କୁ ଆଣ୍ଠେଇ ପୁରା ସିନେମା ଷ୍ଟାଇଲ ରେ ମୁଦି ଦେଇ ପ୍ରୋପଜ କରୁଛନ୍ତି।ଏବଂ ଯୁବତୀ ଜଣଙ୍କ ମଧ୍ୟ ଖୁବ ଭାବ ବିହ୍ୱଳ ହୋଇ ଯାଉଛନ୍ତି ଏବଂ ସେ ଯୁବକ ଙ୍କୁ ଯାଇ ଆଲିଙ୍ଗନ କରିଛନ୍ତି ଏବଂ ତାଙ୍କ ଗାଲ ରେ ଚୁମ୍ବନ ମଧ୍ୟ କରିଛନ୍ତି। ତେବେ ଏହା ପରେ ପରସ୍ପର ଙ୍କ ଆଖିରେ ଖୁସି ର ଲୁହ ମଧ୍ୟ ଦେଖିବା କୁ ମିଳିଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ଟି ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଆପଣ ମଧ୍ୟ ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।