ରାଜଧାନୀ ଭୁବନେଶ୍ୱର ରୁ ବର୍ତ୍ତମାନ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ଯାହା ବିଷୟ ରେ ଜାଣିଲେ ଭୟ ରେ ଆପଣ ଥରି ଉଠିବେ।ତେବେ ଏହି ଘଟଣା ବିଷୟ ରେ ଜାଣିବା ପରେ ଆପଣ ଘରେ କୁକୁର ରଖିବା ଦୂର ର କଥା ବରଂ କୁକୁର ନାମ ଜାଣିଲେ ଆପଣ ଭୟ କରିବେ।
ତେବେ ଘଟଣା ଟି କିଛି ଏହିପରି ହୋଇଛି କି ଭୁବନେଶ୍ୱର ର ଜଣେ ୯ ବର୍ଷ ର କୁନି ବାଳକ କୁ ଗୋଟିଏ ପୋଷା କୁକୁର ତାର ମାଲିକ ଆଗରେ କାମୁଡି ଝୁଣି ପକେଇଛି ।ତେବେ ଆପଣ ମାନେ ଜାଣିଥିବେ କି କୁକୁର କାମୁଡ଼ା କେତେ ଭୟଙ୍କର ଅଟେ ବୋଲି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ତେବେ ଘଟଣା ଟି ହୋଇଥିଲା ନଭେମ୍ବର ମାସ ୬ ତାରିଖ ରେ ଯେଉଁ ଦିନ ଭୁବନେଶ୍ୱର ର ଜଣେ ୯ ବର୍ଷ ର ବାଳକ ନିଜ ସାଇକେଲ ନେଇ ନିଜ ସୋସାଇଟି ରେ ଖେଳିବାକୁ ଯାଉଥିଲେ।ତେବେ ଏହି ସମୟ ରେ ସେହି ସୋସାଇଟି ରେ ରହୁଥିବା ଜଣେ ବ୍ୟକ୍ତି ନିଜ ପୋଷା କୁକୁର କୁ ସାଙ୍ଗ ରେ ନେଇ ସେଠାରେ ଯାଉଥିଲେ। ତେବେ ପିଲା ଟିକୁ ଦେଖି କୁକୁର ଟି ଅତ୍ୟନ୍ତ ବିବ୍ରତ ହୋଇ ଯାଇଥିଲା ଆଉ ସେ ତାର ମାଲିକ ହାତ ରୁ ଖସି ଯାଇ ସେହି କୁନି ପୁଅ ଟିକୁ ସାଇକେଲ ରେ ତଳକୁ ପକାଇ ତାକୁ କାମୁଡି ଝୁଣି ପକାଇଥିଲା।
ତେବେ କୁକୁର ଟି ତାର ମାଲିକ ର କମାଣ୍ଡ କୁ ଶୁଣି ନଥିଲା କିମ୍ବା ପିଲା ଟିକୁ ଛାଡି ନଥିଲେ , ତେବେ ସେହି ସମୟ ରେ ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ଆସି ପିଲା ଟିକୁ ସେଠାରୁ ବଞ୍ଚାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଆଉ ସେ ଘର ମାଲିକ ସେଠାରୁ ଚୁପଚାପ ପଳେଇ ଯାଇଥିଲେ। ତେବେ ପରେ ପିଲା ଟିର ବାପା ମା ପିଲା କୁ ଚିକିତ୍ସା କରିବା ପାଇଁ ଭୁବନେଶ୍ବର ସିଟି ହସ୍ପିଟାଲ ରୁ ଆପୋଲ ହସ୍ପିଟାଲ ପର୍ଯ୍ୟନ୍ତ ପହଁଚି ଥିଲେ। ସେଠାରେ ପିଲା ଟିକୁ ପ୍ରାୟ ୩୦ ରୁ ଅଧିକ ଇଂଜେକସନ ଲାଗିବା ସହ ICU ମଧ୍ୟରେ ଭର୍ତ୍ତି କରି ରଖା ଯାଇଥିଲା।
ତେବେ ପିଲା ଟି ଦେହ ରେ କୁକୁର କାମୁଡ଼ିବା ଦ୍ୱାରା ପ୍ରାୟ ୪ ଟି ବହୁତ ବଡ଼ ବଡ଼ ଗାତ ହୋଇଯାଇଛି ଆଉ ଅସଂଖ୍ୟ ଛୋଟ କ୍ଷତ। ତେବେ ପିଲା ଟି ବର୍ତ୍ତମାନ ଆଗ ଠାରୁ ଭଲ ରହିଥିବା ତାର ବାପା ମା ଜଣେଇଛନ୍ତି। ତେବେ କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା କି ଏତେ ପରେ ମଧ୍ୟ ମାଲିକ ଜଣଙ୍କ ତାଙ୍କର କୁକୁର କୁ ବାହାର କରିବା କୁ ରାଜି ନାହାନ୍ତି। ମାତ୍ର ସେହି କୁକୁର ଟି ଆଗରୁ ମଧ୍ୟ ଅନ୍ୟ ଏକ ପିଲା କୁ ଏହିପରି କାମୁଡ଼ି ଥିଲା। ତେବେ ସେହି ପିଲା ର ବାପା ମା ଥାନା ରେ ଅଭିଯୋଗ କରି ସେହି କୁକୁର କୁ ଥାନା ରେ ଜମା କରିବାକୁ କହିଛନ୍ତି। ମାତ୍ର ମାଲିକ ଏଥିରେ ରାଜି ହୋଇନଥିଲେ କିନ୍ତୁ ଶେଷ ରେ କୁକୁର କୁ ଅନ୍ୟତ୍ର ନିଆଯିବା ର ନିଷ୍ପତ୍ତି ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।