Daily news update , Real odisha local news

ମି ମୋ ସାଙ୍ଗ, ବାପ ପୁଅଙ୍କୁ ଛାଡି ଆମେ ଶାଶୁ ବୋହୂ ସାଙ୍ଗ ହେଇ ବୁଲିବୁ : ମି ଙ୍କ ଶାଶୁ | Mee puch puch

0 105

“ମି ମୋ ବୋହୁ ନୁହେଁ ସେ ମୋ ସାଙ୍ଗ , ଆମେ ଶାଶୂ ବୋହୁ ମିଶିକି ବହୁତ ବୁଲିବୁ ଏବଂ ମଜାମସ୍ତି କରିବୁ ଆଉ ଏ ବାପ ପୁଅ ଙ୍କୁ ଛାଡି ଦେବୁ। ତେବେ ମି ମୋ ଘର କୁ ଆସିବା ପରେ ତାର ନାମ ମଧ୍ୟ ଆମେ ପରିବର୍ତ୍ତନ କରି ଦେଇଚୁ ଆଉ ସେ ମି ରୁ ଏବେ ମିଷ୍ଟି ହୋଇଯାଇଛି”। ବନ୍ଧୁଗଣ ଏହା କହିଛନ୍ତି ଆମ କମେଡିଆନ ମି ପୁଚ ପୁଚ ଙ୍କ ଶାଶୂ। ତେବେ ନିଜ ବୋହୁ ବିଷୟ ରେ ଏହିପରି କେତେକ କଥା କହିଛନ୍ତି ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।

ତେବେ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି।

ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

 

ତେବେ ଆପଣ ମାନେ ଜାଣିଥିବେ କି ଆମ ଓଡ଼ିଆ କମେଡ଼ିଆନ ଇତିକା ବା ମି ପୁଚ ପୁଚ ଙ୍କ ର ବିବାହ ହୋଇ ସାରିଛି ଏବଂ ସେ ଆମ ଲୋକପ୍ରିୟ କମେଡିଆନ ଅରିନ୍ଦମ ଷଡ଼ଙ୍ଗୀ ଙ୍କ ଘରକୁ ବୋହୁ ହୋଇ ଆସି ସାରିଛନ୍ତି। ତେବେ ମି ପୁଚ ପୁଚ ବା ଇତିକା ଜଣେ ୟୁ ଟ୍ୟୁବର ଅଟନ୍ତି ଯିଏକି କମେଡି କରି ଲୋକ ଙ୍କୁ ହସାଇ ଥାନ୍ତି।ତେବେ ତାଙ୍କର ବିବାହ ର ଫୋଟ ଓ ଭିଡ଼ିଓ ସବୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ମଧ୍ୟ। ତେବେ ବର୍ତ୍ତମାନ ମି ଙ୍କ ଶାଶୂ ନିଜ ବୋହୁ କୁ ନେଇ ମୁଁହ ଖୋଲିଛନ୍ତି ଆଉ ଯାହା ସେ କହିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ସେ କହିଛନ୍ତି କି ,ମି ମୋ ବୋହୁ ନୁହେଁ ସେ ମୋ ସାଙ୍ଗ , ଆମେ ଶାଶୂ ବୋହୁ ମିଶିକି ବହୁତ ବୁଲିବୁ ଏବଂ ମଜାମସ୍ତି କରିବୁ ଆଉ ଏ ବାପ ପୁଅ ଙ୍କୁ ଛାଡି ଦେବୁ। ତେବେ ମି ମୋ ଘର କୁ ଆସିବା ପରେ ତାର ନାମ ମଧ୍ୟ ଆମେ ପରିବର୍ତ୍ତନ କରି ଦେଇଚୁ ଆଉ ସେ ମି ରୁ ଏବେ ମିଷ୍ଟି ହୋଇଯାଇଛି।ତେବେ ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି କି , ମୁଁ ମୋ ପୁଅ ଓ ବୋହୁ ର ପ୍ରି ୱେଡିଙ୍ଗ ଭିଡ଼ିଓ ମୁଁ ଦେଖିଛି ତାହା ମୋତେ ଖୁବ ଭଲ ଲାଗିଲା। ଆଉ ମୁଁ ମୋ ସ୍ୱାମୀ ଙ୍କ ସହ ସେହିପରି ଭିଡ଼ିଓ କରିବାକୁ ଚାଁହୁଛି।ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.