Daily news update , Real odisha local news

0:01 / 2:01 ମୋ ଆଖିଆଗରେ ଜନ୍ମ ହୋଇଥିଲା ,ମୋ ପୁଅ ସେ I ମୋ ଆଗରେ ଚାଲିଗଲା……ଅଭିନେତ୍ରୀ ପୁଷ୍ପା ପଣ୍ଡା

0 6,058

“ମୋ ରୀ ଆଖି ଆଗରେ ସେ ଜନ୍ମ ହୋଇଥିଲା ।ମୋ ପୁଅ ପରି ଥିଲା ଅକ୍ଳାନ୍ତ, ତାକୁ ଦେଖିଲେ ଆମକୁ ମିହିର ଭାଇ ଙ୍କୁ ଦେଖିବା ଭଳି ଲାଗୁଥିଲା ।ହେଲେ ମୁଁ ବଞ୍ଚିଛି ମୋ ଆଗରେ ମୋ ପୁଅ ସବୁଦିନ ପାଇଁ ମୋତେ ଛାଡି ଚାଲିଗଲା”। ବନ୍ଧୁଗଣ ଏହା ଆମେ କହୁ ନାହାନ୍ତି ବରଂ ଏହା କହିଛନ୍ତି ଆମ ଓଡ଼ିଆ ସିନେମା ତଥା ସିରିଏଲ ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ପୁଷ୍ପା ପଣ୍ଡା।

ତେବେ ମିହିର ଦାସ ଙ୍କ ସାନ ପୁଅ ଅକ୍ଳାନ୍ତ ଦାସ ଙ୍କ ମୃତ୍ୟୁ କୁ ନେଇ ଏହି ପରି କିଛି କହିଛନ୍ତି ଅଭିନେତ୍ରୀ ପୁଷ୍ପା ପଣ୍ଡା ଯାହାକୁ ନେଇ ଚାଲିଛି ଚର୍ଚ୍ଚା। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କାଲି ବିଳମ୍ବିତ ରାତି ରେ ମିହିର ଦାସ ଙ୍କ ସାନ ପୁଅ ର ମୃତ୍ୟୁ ହୋଇଛି। ତେବେ ସୂଚନାଯୋଗ୍ୟ ଯେ , ବାପା ଙ୍କ ର ପ୍ରଥମ ଶ୍ରଦ୍ଧା ବାର୍ଷିକୀ ପର ଠାରୁ ସାନ ପୁଅ ଅକ୍ଳାନ୍ତ ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ସେ ଲିଭର ରୋଗ ରେ ପୀଡିତ ଥିଲେ ବୋଲି ଡାକ୍ତର କହିଥିଲେ। ତେବେ ସେବେ ଠାରୁ ସେ ଭୁବନେଶ୍ୱର ର ଏମ୍ସ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗଲି ୨୪ ତାରିଖ ପ୍ରାୟ ବିଳମ୍ବିତ ରାତି ୧୨ ଟା ସମୟ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ବେଳକୁ ତାଙ୍କ ର ବୟସ ମାତ୍ର ୨୬ ବର୍ଷ ହୋଇଥିଲା।

ତେବେ ଅକ୍ଳାନ୍ତ ଙ୍କ ମୃତ୍ୟୁ ପରେ ଖୁବ ଭାଙ୍ଗି ପଡିଛନ୍ତି ଅମ୍ଳାନ ଏବଂ ଅନ୍ୟ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ। କାରଣ ଅକ୍ଳାନ୍ତ ଙ୍କ ଛଡା ଅମ୍ଳାନ ଙ୍କୁ ସାହାରା ଦେବା ପାଇଁ ଆଉ କେହି ନାହାନ୍ତି। କିଛି ବର୍ଷ ପୂର୍ବରୁ ମା କୁ ହରେଇ ଥିଲେ ସେ ଏବଂ ଏକ ବର୍ଷ ପୂର୍ବରୁ ବାପା ଚାଲିଗଲେ ଆଉ ଆଜି ସାନ ଭାଇ ମଧ୍ୟ ଏକା କରି ଚାଲିଗଲା। ତେବେ ଏହା କୁ ନେଇ ବର୍ତ୍ତମାନ ଅଭିନେତ୍ରୀ ପୁଷ୍ପା ପଣ୍ଡା ଯାହାଙ୍କୁ ଆପଣ ଅନେକ ସମୟ ରେ ସ୍ୱର୍ଗତ ମିହିର ଦାସ ଙ୍କ ସହ ସିନେମା ରେ ଅଭିନୟ କରିଥିବା ର ଦେଖିବା କୁ ପାଇଥିବେ ସେ ତାଙ୍କର ମତ ଦେଇଛନ୍ତି ଏବଂ କାନ୍ଦି ପକେଇଛନ୍ତି ।

ତେବେ ସେ କହିଛନ୍ତି କି ,”ମୋ ରୀ ଆଖି ଆଗରେ ସେ ଜନ୍ମ ହୋଇଥିଲା ।ମୋ ପୁଅ ପରି ଥିଲା ଅକ୍ଳାନ୍ତ, ତାକୁ ଦେଖିଲେ ଆମକୁ ମିହିର ଭାଇ ଙ୍କୁ ଦେଖିବା ଭଳି ଲାଗୁଥିଲା ।ହେଲେ ମୁଁ ବଞ୍ଚିଛି ମୋ ଆଗରେ ମୋ ପୁଅ ସବୁଦିନ ପାଇଁ ମୋତେ ଛାଡି ଚାଲିଗଲା”।ତେବେ ତାଙ୍କର ଏହି ଅଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ସତ ରେ ଭଗବାନ ଅମ୍ଳାନ ଙ୍କ ସହ ବହୁତ ଅନ୍ୟାୟ କରିଛନ୍ତି। ମାତ୍ର ତଥାପି ସେ ତାଙ୍କର ସ୍ତ୍ରୀ ଓ ପିଲା ସହ ଆଗାମୀ ଜୀବନ ଭଲ ରେ କଟାନ୍ତୁ ବୋଲି ଆମେ ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.