ମୋ ସ୍ୱାମୀ ଅନ୍ୟ ଝିଅଙ୍କ ସହ ଗପୁଛି, ଟିକେ ଟିକେ କଥାରେ ମୋ ସ୍ୱାମୀ ଛାଡପତ୍ର ଦେବ ବୋଲି…ନିଜ ସ୍ଵାମୀ ନାଁ ଏଭଳି ସାଂଘାତିକ ଅଭିଯୋଗ ଆଣି କଣ କହୁଛନ୍ତି Sumati, ଦେଖନ୍ତୁ Video
ଗଞ୍ଜାମ ପରେ ପୁଣି ବାଲେଶ୍ଵର ଜିଲ୍ଲା ରେ ଆଉ ଜଣେ ଦୀପିକା ବସିଛନ୍ତି ଧାରଣା ରେ। ନିଜ କୁନି ପୁଅ କୁ ସାଙ୍ଗ ରେ ଧରି ଧାରଣା ରେ ଶାଶୂଘର ଆଗରେ ବସିଛନ୍ତି ନିଜ ସ୍ୱାମୀ ଏବଂ ନିଜ ସ୍ତ୍ରୀ ର ଅଧିକାର ପାଇଁ। ଧାରଣା ରେ ବସିବାକୁ ଆଜ କୁ ହୋଇଗଲାଣି ଏକ ମାସ କିନ୍ତୁ ତାଙ୍କୁ ନ୍ୟାୟ ମିଳି ନାହିଁ କିମ୍ବା ଶାଶୂ ଘରେ ସ୍ଥାନ।
ତେବେ ନିଶ୍ଚିତ ଭାବରେ ଆପଣ ଜାଣିଥିବେ କି କିଛି ଦିନ ତଳେ ଗଂଜାମ ରେ ତପସ୍ୱୀନୀ ଆଉ ତାଙ୍କ ପରେ ଦୀପିକା ଆସି ନିଜ ନିଜର ଶାଶୂ ଘର ଆଗରେ ନ୍ୟାୟ ପାଇଁ ଧାରଣା ରେ ବସିଥିଲେ।
ତେବେ ସେହିଭଳି ପୁଣି ବାଲେଶ୍ଵର ରେ ଏକ ଘଟଣା ଦେଖିବାକୁ ମିଳିଛି। ତେବେ ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ର ରେମୁଣା ବ୍ଲକ ଅନ୍ତର୍ଗତ ଶ୍ରୀ କୃଷ୍ଣପଡା ଗ୍ରାମ ରେ ସୁମତି ନାମକ ଜଣେ ମହିଳା ନିଜର କୁନି ପୁଅ କୁ ସାଙ୍ଗ ରେ ଧରି ଶାଶୂଘର ଆଗରେ ଧାରଣା ଦେଇଛନ୍ତି। ତେବେ ସୁମତି କହିଛନ୍ତି କି ତାଙ୍କର ବାହାଘର ବୈଦିକ ରୀତି ନୀତି ରେ ହୋଇଥିଲା ଏବଂ ଆଜକୁ ତାଙ୍କର ବିବାହ କୁ ୧୬ ବର୍ଷ ହୋଇଗଲାଣି। ମାତ୍ର ବାହାଘର ର କିଛି ମାସ ଉପରେ ଉଭୟ ଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇଥିଲା ଆଉ ତା ପରେ ସୁମତି ତାଙ୍କର ବାପ ଘରେ ଯାଇ ରହୁଥିଲେ।
ତେବେ ସୁମତି କହିଛନ୍ତି କି ତାଙ୍କର ସ୍ୱାମୀ ସବୁବେଳେ ଅନ୍ୟ ଝିଅ ଙ୍କ ସହ ଗପନ୍ତି ଆଉ ତାଙ୍କୁ ତାଙ୍କର ଶାଶୂ ଘର ଲୋକେ ବହୁତ ନିର୍ଯ୍ୟାତନା ଦେଉଥିଲେ। ତେଣୁ ସେ ବର୍ତ୍ତମାନ ନ୍ୟାୟ ପାୟ ବସିଛନ୍ତି ଶାଶୂ ଘର ଆଗରେ ଏକ ତମ୍ବୁ ପକାଇ ଆଉ ନିଜ ସହ ନିଜ ପୁଅ କୁ ମଧ୍ୟ ଧରିଛନ୍ତି। ତେବେ ଏହା ପୂର୍ବରୁ ସେ ନୀଳଗିରି ଥାନା ରେ ଏକ ଅଭିଯୋଗ ମଧ୍ୟ ସ୍ୱାମୀ ଙ୍କ ନାମ ରେ କରିଥିଲେ। ତେବେ ବର୍ତ୍ତମାନ ସେ ତାଙ୍କ ସ୍ୱାମୀ ସହ ରହିବା ପାଇଁ ଚଂହୁଛନ୍ତି ଆଉ ନ୍ୟାୟ ଚାଁହୁ ଥିବା ନେଇ କହିଛନ୍ତି ।
କିନ୍ତୁ ତାଙ୍କର ସ୍ଵାମୀ ଓ ଶାଶୂ ଘର ଲୋକେ ସୁମତି ଙ୍କ ର ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି। ଆଉ କହିଛନ୍ତି କି ବହାଘର ଦିନ ଠାରୁ ତାଙ୍କର ସ୍ତ୍ରୀ ସବୁବେଳେ ତାଙ୍କୁ ସନ୍ଦେହ କରୁଥିଲେ ଆଉ ଏହା ପରେ ଝଗଡା ହୋଇ ଦୁହେଁ ଅଲଗା ହୋଇଥିଲେ। ତେବେ ଏନେଇ ଏକ କେସ ନୀଳଗିରି ଥାନା ରେ ଚାଲିଛି ତା ସହ ସେ ପୁଣି ବିନା କାରଣ ରେ ଆସି ଧାରଣା ରେ ବସିଛନ୍ତି। ସମସ୍ତେ ତାଙ୍କୁ ଏହା କରିବା ପାଇଁ ମନା କରିଥିଲେ ମାତ୍ର ସେ ସେହିପରି ଧାରଣା ରେ ବସିଛନ୍ତି ଆଉ ସ୍ୱାମୀ ଏପଟେ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ତେବେ ଘଟଣା ଟିକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।