Daily news update , Real odisha local news

Motivation- ଆପଣଙ୍କ ପିଲା ମାନଙ୍କ ଦିଅନ୍ତୁ ଉଚିତ୍ ଶିକ୍ଷା ଦିକ୍ଷା ଏହି କାହାଣୀ ମାଧ୍ୟମରେ,ଜାଣନ୍ତୁ କ’ଣ..

0 69

ପ୍ରତ୍ୟେକ ବାପାମାଆ ନିଜ ପିଲା ମାନଙ୍କ ଭବିଷ୍ୟତ ପାଇଁ ଖୁବ ଦାୟିତ୍ୱବାନ ହେଇଥାନ୍ତି ।ଆଉ ନିଜ ପିଲା କେମିତି ଭବିଷ୍ୟତରେ ଭଲରେ ରହିବ ଭଲ ପାଠ ପଡିବ ସେ ନେଇ ତତ୍ପର ଥାଆନ୍ତି ।ତେବେ ବନ୍ଧୁମାନେ ଆପଣ ଆଜିର ଦୁନିଆରେ ଦେଖୁଥିବେ ପିଲା ମାନଙ୍କ ପାଇଁ ସବୁ କରିଲା ପରେ ବି ବୁଡ଼ା ଅବସ୍ଥାରେ ବାପାମାଆ ବାର ଦୁଆର ହେଉଛନ୍ତି ।ତେବେ ପିଲା ମାନଙ୍କୁ ଏମିତି କଣ ଶିଖା ଦେଲେ ପିଲା ଭବିଷ୍ୟତରେ ଜଣେ ଭଲ ମଣିଷ ହେବ !ତେବେ ଏହି ଉତ୍ତର ପାଇବା ପାଇଁ ହେଲେ ଆଗକୁ ପଡିବାକୁ ପଡିବ ।

ତେବେ ଘଟଣା ଅନୁସାରେ ଗୋଟିଏ ଅଞ୍ଚଳରେ ତିନୋଟି ସ୍କୁଲ ଥିଲା ଯେଉଁ ସ୍କୁଲ ଗୁଡିକ ସେହି ଅଞ୍ଚଳରେ ପ୍ରତି ବର୍ଷ ହେଉଥିବା ବାର୍ଷିକ ପ୍ରତିଯୋଗିତାରେ ଅନ୍ୟ ସ୍କୁଲ ମାନଙ୍କ ଅଂଶଗ୍ରହଣ କରୁଥିଲା ।

ଆଉ ସେହି ତିନୋଟି ସ୍କୁଲ ହିଁ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ କରି ସବୁ ବର୍ଷ ପ୍ରତିଯୋଗିତା ଜିତୁଥିଲା ।ତେବେ ଗୋଟିଏ ବର୍ଷ ସେମିତି ବାର୍ଷିକ ଉତ୍ସବ ସମୟ ଆସିଲା ଆଉ ସେହି ତିନୋଟି ସ୍କୁଲ ବି ସେହି ପ୍ରତିଯୋଗିତାରେ ସାମିଲ ହେଲା ।ତେବେ ଯେତେବେଳେ ଦୌଡ଼ ପ୍ରତିଯୋଗିତା ହେଲା ସେତେବେଳେ ପ୍ରଥମ ନମ୍ବରରେ ଥିବା ସ୍କୁଲର ଜଣେ ପିଲା ପ୍ରଥମ ହେଲା ।

ଏହାପରେ ଦ୍ଵିତୀୟ ରେ ଥିବା ସ୍କୁଲର ଜଣେ ପିଲା ପ୍ରତିଯୋଗିତାରେ ଦ୍ଵିତୀୟ ହେଲା ଆଇ ତୃତୀୟ ରେ ଥିବା ସ୍କୁଲର ଜଣେ ପିଲା ତୃତୀୟ ହେଲା ।ତେବେ ପ୍ରଥମ ପିଲାକୁ 1000 ପୁରସ୍କାର ମିଳିଲା ଯାହା ଦେଖି ପିଲାର ବାପାମାଆ ବହୁତ ଖୁସି ହେଇଗଲେ, ଦ୍ଵିତୀୟ ହେଇଥବା ପିଲାକୁ 500 ଟଙ୍କା ଓ ତୃତୀୟ ହେଇଥିବା ଥିବା ପିଲାକୁ 200 ଟଙ୍କା ପୁରସ୍କାର ଦିଆଗଲା ।ତେବେ ଏହାପରେ ପ୍ରତିଯୋଗିତା ଶେଷ ହେଇଗଲା ।

ତେବେ ଏମିତି କିଛି ବର୍ଷ ପରେ ପୁଣି ସେହି ପ୍ରତିଯୋଗିତା ହେଲା ଆଉ ସେଥିରେ ପୂର୍ବ ବର୍ଷର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହେଇଥିବା ପିଲା ମାନଙ୍କ ର ବାପାମାଆ ସାମିଲ ହେଇଥିଲେ ।ତେବେ ସେହି ପ୍ରତିଯୋଗିତା ସମୟରେ ସବୁ ବାପାମାଆ କଥା ହେଉଥିବା ବେଳେ ଜଣେ ପ୍ରଥମ ହେଇଥିବା ବାପାମାଆ ଙ୍କୁ ତାଙ୍କ ପୁଅ କଥା ପଚାରିଲେ ଯାହା ପରେ ସେହି ବାପାମାଆ ବହୁତ କାନ୍ଦିଲେ ।ଯାହାପରେ ସେହି ବାପାମାଆ କହିଲେ ପୁଅ ଭଲ ପାଠ ପଡୁଥିଲା ତା ପାଇଁ ବିକିବାକି ସବୁକିଛି କଲୁ ଆଉ ପୁଅ ଏବେ ବିଦେଶରେ ରହୁଛି ଘର କଥା ଭୁଲିଯାଇଛି ।

ଏହାପରେ ଦ୍ୱିତୀୟ ହେଇଥିବା ବାପାମାଆ ବି କହିଲେ କି ତାଙ୍କ ପୁଅ ବି ଭଲ ପାଠ ପଡୁଥିଲା ଆଉ ସେ ଆଜି ଚାକିରୀ କରି ନିଜ ପରିବାର ସହ ସହରରେ ରହୁଛି ଆଉ ନିଜ ବାପାମାଆ କଥା ମନେ ରଖୁନି ।ତେବେ ତୃତୀୟ ହେଉଥିବା ବାପାମାଆ କହିଲେ ସେମାନେ ବହୁତ ଖୁସିରେ ଅଛନ୍ତି ତାଙ୍କ ପୁଅ ଏତେ ଭଲ ପାଠ ପଡୁନଥିଲା କିନ୍ତୁ ସେ ଏବେ ବ୍ୟବସାୟ କରୁଛି ଆଉ ଘର ସଂସାର କରି ପୁରା ପରିବାର ସହିତ ରହୁଛି ।ତେବେ ଏମିତି ହେବା ପଛରେ କାରଣ ହେଉଛି ବାପାମାଆ ଛୋଟ ବେଳେ ପିଲାଙ୍କୁ କଣ ଶିକ୍ଷା ଦିଅନ୍ତି, ତେବେ ପ୍ରଥମ ଓ ଦ୍ଵିତୀୟ ହେଇଥିବା ପିଲାଙ୍କୁ ତାଙ୍କ ବାପାମାଆ ପ୍ରତିଯୋଗିତାରେ ଜିତିଥିବା ଟଙ୍କା ନିଜ ପାଖରେ ରଖିବାକୁ କହିଥିଲେ ।ଆଉ ସେହି ଜାଗାରେ ତୃତୀୟ ହେଇଥିବା ପିଲାକୁ ମିଳିଥିବା ଟଙ୍କାକୁ ପ୍ରତିଯୋଗିତାରେ ଭାଗ ନେଇଥିବା ସବୁ ପିଲା ଭିତରେ ବାଣ୍ଟି ନେବାକୁ ତାର ବାପାମାଆ କହିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.