“ମୁଁ ଯାହାକୁ ବି ଭଲପାଏ ,ହେଲେ ମୋ ଆତ୍ମା ଭିତରେ ସବୁବେଳେ ତୁମ ପାଖରେ …” ଦ୍ବିତୀୟ ବାହାଘରକୁ ନେଇ ମୁହଁ ଖୋଲିଲେ ଅନୁଭବ ମହାନ୍ତି
ବନ୍ଧୁଗଣ ବର୍ତ୍ତମାନ ଓଡ଼ିଆ ସିନେମା ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କର ଫେନ ଓ ଦର୍ଶକ ମାନ ଙ୍କୁ ଦେଇଛନ୍ତି ଏକ ଖୁସି ଖବର। ତେବେ ଖୁବ ଶୀଘ୍ର ଅନୁଭବ ମହାନ୍ତି ଙ୍କ ର ଏକ ନୂଆ ଓଡ଼ିଆ ସିନେମା ଆସିବା କୁ ଯାଉଛି ଯାହାକୁ ନେଇ ଅନୁଭବ ନିଜେ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଅନୁଭବ ଙ୍କ ଜୀବନ ରେ ଅନେକ ଉଥାନ ପତନ ହୋଇଥିଲା ଏବଂ ତାଙ୍କର ବୈବାହିକ ଜୀବନ ର ସମସ୍ୟା କୁ ନେଇ ସେ ଖୁବ ଭାଙ୍ଗି ପଡ଼ିଥିଲେ ମଧ୍ୟ ।ମାତ୍ର ଏହିସବୁ ପରେ ପୁଣି ଥରେ ସେ ନିଜ ଦର୍ଶକ ମାନଙ୍କ ପାଖକୁ ଫେରି ଆସିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ନୂଆ ସିନେମା କୁ ନେଇ କଣ କହିଛନ୍ତି ସେ ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଲୋକପ୍ରିୟ ହିରୋ ଅନୁଭବ ମହାନ୍ତି ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଯାହାକି ତାଙ୍କର ନୂଆ ସିନେମା କୁ ନେଇ ସେ କହିଛନ୍ତି। ତେବେ ଏହି ଭିଡ଼ିଓ ରେ ଅନୁଭବ କହିଛନ୍ତି କି , ଏଥର ମୁଁ ପୁଣି ଥରେ ପ୍ରେମ କରୁଛି ଆଉ ମୋ ପ୍ରେମ ଏଠି ସେଠିର ନୁହେଁ ସିଧା ଯାଇ ପ୍ରେମ ହେଉଛି ଲଣ୍ଡନ ରେ। ତେବେ ଏହି ସିନେମା ଟି ଏକ ଭିନ୍ନ ପ୍ରେମ କାହାଣୀ କୁ ନେଇ ତିଆରି ହୋଇଛି ଏବଂ ଏହାର ତାପସ ସରଘରିଆ ଡାଇରେକ୍ଟ କରିଛନ୍ତି। ତେବେ ସିନେମା ର ୭୦ ଭାଗ ଲଣ୍ଡନ ରେ ସୁଟିଂ ହୋଇଥିଲେ ମଧ୍ୟ ଏହାର ଅନ୍ୟ ସବୁ ସିନ ଓଡ଼ିଶା ରେ ତିଆରି ହୋଇଛି।
ତେବେ କିନ୍ତୁ ଏହି ସିନେମା ରେ ଆପଣ ମାନେ ଏକ ନୂଆ ଟୁଇଷ୍ଟ ଦେଖିବା ପାଇଁ ପାଇବେ ଯାହା କି ସିନେମା ଟିକୁ ଖୁବ ଆକର୍ଷିତ କରେଇଛି। ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ଅନୁଭବ ଙ୍କ ଦ୍ୱିତୀୟ ବାହାଘର କୁ ନେଇ ଖୁବ ଚର୍ଚ୍ଚା ହେଉଥିଲା ମାତ୍ର ତାହା ସିନେମା ର ସିନ କିମ୍ବା ପ୍ରକୃତ ଜୀବନ ର ସତ ବିବାହ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ। ତେବେ ସେ ଏନେଇ କହିଛନ୍ତି କି ମୁଁ ଯାହାକୁ ବି ଭଲ ପାଏ ନା କାହିଁକି ମୋ ହୃଦୟ ସବୁବେଳେ ଓଡ଼ିଶା ଓ ଓଡ଼ିଆ ଲୋକଙ୍କ ପାଇଁ ଖୋଲା ରହିଥାଏ।
ମୁଁ ଲଣ୍ଡନ ରେ ବି ଗର୍ଵ ରେ କହିଥିଲି କି ମୁଁ ଜଣେ ଓଡ଼ିଆ ବୋଲି। ମୁଁ ମଝିରେ କିଛି ବର୍ଷ ସିନେମା ରୁ ଟିକେ ବ୍ରେକ ନେଇଥିଲି କାରଣ ମୁଁ ଜଣେ MP ଭାବରେ ମୋର କାର୍ଯ୍ୟ ଭାର କିଛି ଅଲଗା ଥିଲା ଏବଂ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ଟିକେ ସମସ୍ୟା ଥିଲା। ମାତ୍ର ପୁଣି ଥରେ ମୁଁ ଦର୍ଶକ ଙ୍କ ପାଖକୁ ଫେରି ଆସିଛି ଏବଂ ଆପଣ ଙ୍କ ପାଇଁ ଏକ ନୂଆ ଧମାକାଦାର ସିନେମା ନେଇ ଆସିଛି। ତେବେ ନିଶ୍ଚିତ ଭାବରେ ଆପଣ ଙ୍କୁ ଏହି ସିନେମା ଟି ଭଲ ଲାଗିବ ଏବଂ ଏହାକୁ ନିଶ୍ଚିତ ଦେଖିବା କୁ ଆସିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।