ମୁଁ ପୋଖରୀ ରୁ ଆସେ ବୋଲି କହି ଚାଲିଗଲେ ମା…..ଆଜି ଯାଏ ଘରକୁ ଫେରିଲେ ନାହିଁ କୁନି ପିଲାର କାନ୍ଦ ଦେଖିଲେ ଆପଣ କାନ୍ଦି ପକେଇବେ
ଆମ ମା ଆମକୁ କହିଲେ କି ମୁଁ ଏଇ ପାଖକୁ ଯାଉଛି ଆସିଲେ ତୁମକୁ ବରା ଖାଇବା ପାଇଁ ପଇସା ଦେବୀ , କିନ୍ତୁ ସେ ଦିନ ଯାଇ ୬ ଦିନ ବିତି ଗଲାଣି ମା ଆଉ ଫେରିଲେ ନାହିଁ। ମା ଙ୍କୁ ନପାଇ ଦୁଇ ଛୋଟ ପିଲା ଦୁଃଖ ରେ ଭାଙ୍ଗି ପଡିଲେଣି ଆଉ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ଫେରାଇ ଆଣିବା ପାଇଁ ଚାରି ଆଡ଼େ ଖୋଜି ଖୋଜି ପାଗଳ ହୋଇଗଲେଣି।
ପୋଲିସ ଷ୍ଟେସନ କୁ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡି ଗଲାଣି ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ତେବେ ବର୍ତ୍ତମାନ ଏହାକୁ ନେଇ ମିଡିଆ ର ସାହାଯ୍ୟ ମାଗିଛନ୍ତି ଛୋଟ ପିଲା ଦୁଇ ଜଣ ଓ ପରିବାର ଲୋକେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଗୋଟିଏ ପିଲା ପାଇଁ ତାର ମା ସବୁଠାରୁ ଅଧିକ ଆବଶ୍ୟକ ହୋଇଥାଏ , ଗୋଟିଏ ଘର ପାଇଁ ବୋହୁ ଓ ସ୍ୱାମୀ ପାଇଁ ସ୍ତ୍ରୀ ।ମାତ୍ର ଯେତେବେଳେ କୌଣସି କଥା ନଥାଇ ମା ଜଣଙ୍କ ହଠାତ ଘରୁ କୁଆଡେ ଗାଏବ ହୋଇ ଯାଇଥାନ୍ତି ସେତେବେଳେ ମା ଙ୍କ ବିନା ପିଲା ମାନଙ୍କ ର କଣ ଅବସ୍ଥା ହୋଇଥିବ ଆପଣ ନିଶ୍ଚିତ ଭାବରେ ଜାଣି ପାରୁଥିବେ। ତେବେ ବେଗୁନିଆ ର ବାଘମାରି ଥାନା ଅନର୍ଗତ ଏକ ପରିବାର ସହ ଏହିପରି ହୋଇଛି।
ତେବେ ସୂଚନା ଅନୁସାରେ, ଗତ ଡିସେମ୍ବର ୨୯ ତାରିଖ ଦିନ ସନ୍ଧ୍ୟା ୫ ଟା ସମୟ ରେ ସବିତା ନାମକ ଜଣେ ମହିଳା ତାଙ୍କର ଦୁଇ ପୁଅ କୁ କହିଥିଲେ କି ମୁଁ ଏଇ ପାଖ ପୋଖରୀ କୁ ଯାଉଛି ଆସିଲେ ତୁମ ମାନ ଙ୍କୁ ବରା ଖାଇବା ପାଇଁ ପଇସା ଦେବୀ କହି ଯାଇଥିଲେ। ତେବେ ସାନ ପୁଅ ସାଙ୍ଗରେ ଯିବ ବୋଲି ଜିଦି କରିବା ସତେ ମଧ୍ୟ ସବିତା ତାକୁ ନେଇ ନଥିଲେ। କିନ୍ତୁ ସେ ଯେଉଁ ଗଲେ ଆଜକୁ ୬ ଦିନ ବିତି ଗଲାଣି କିନ୍ତୁ ଆଉ ଘର କୁ ଫେରିଲେ ନାହିଁ। ପରିବାର ଲୋକେ ସବିତା ଙ୍କୁ ବହୁତ ଖୋଜା ଖୋଜି କରିଲେଣି ହେଲେ ତାଙ୍କର କୌଣସି ଖବର ନାହିଁ।
ତେବେ ଏନେଇ ପରିବାର ଲୋକେ ବାଘମାରି ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି ମାତ୍ର ପୋଲିସ ଏହି କଥା କୁ ଗୁରୁତ୍ୱ ର ନେଉ ନାହାନ୍ତି କିମ୍ବା କିଛି ସୂଚନା ଦେଇ ନାହାନ୍ତି। ତେବେ ମା କୁଆଡେ ଗଲେ ପିଲା ମାନେ ଓ ପରିବାର ଲୋକେ ବ୍ୟସ୍ତ ହେଲେ ପୋଲିସ ନିଶ ରେ ଜଡ଼ା ତେଲ ଲଗାଇ ବସିଛି। ତେବେ କିନ୍ତୁ କିଛି ସ୍ଥାନୀୟ ଲୋକେ କହିଛନ୍ତି କି ସବିତା କାହା ସହ କାର ରେ ବସି ଚାଲିଗଲେ ବୋଲି। ଆଉ ଶାଶୂ କହିଛନ୍ତି କି ବୋହୁ କାହା ସହ ଗୋପେ ବୋଲି। ମାତ୍ର କାହା ପାଖରେ ସଠିକ ପ୍ରମାଣ ନାହିଁ। ତେବେ ପିଲା ମାନେ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ମା ଙ୍କୁ ଫେରାଇ ଆଣିବା ପାଇଁ। ତେବେ ନିଶ୍ଚିତ ଭାବରେ ପିଲାଙ୍କ ର ମା ତାଙ୍କ ପାଖକୁ ଫେରି ଆସନ୍ତୁ ବୋଲି ଆମେ ଆଶା କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।