Daily news update , Real odisha local news

ମୁଁ ସବୁଦିନ ପାଇଁ ତୁମକୁ ଛାଡି ଚାଲିଯାଉଛି ବାୟା…. ମୋତେ ଟିକେ ସଧବା ବେଶ ରେ ଅନ୍ତିମ ସଂସ୍କାର କରିବ ଚିଠି ଲେଖି ଦୁନିଆଁ ଛାଡ଼ିଲା ପ୍ରେମିକା

0 885

“ମୋ ବାୟା ମୋତେ କେତେ ଭଲ ପାଉଥିଲା ହେଲେ ଘର କୁ ଯିବା ପରେ ସବୁ ଭୁଲି ଗଲ ଆଉ ତୁମ ପରିବାର ଲୋକଙ୍କ ଆଗରେ ଅନ୍ଧ ପାଲଟି ଯାଇ ମୋତେ ଭୁଲି ଗଲ। ମୁଁ କିନ୍ତୁ ତୁମ ବିନା ବଂଚି ପାରିବି ନାହିଁ , କିଛି ଦିନ ପରେ ତୁମେ ତୁମ ପରିବାର କୁ ପାଇପାରି ଥାନ୍ତ ମାତ୍ର ମୋତେ ତୁମେ ସବୁ ଦିନ ପାଇଁ ହରେଇ ଦେଲେ।

ମୁଁ ସବୁ ଦିନ ପାଇଁ ଚାଲିଯାଉଛି ମୋ ବାୟା ଆଇ ଲଭ ୟୁ , ମିସ ୟୁ ମୋ ବାୟା। ମା ମୋତେ ସଧବା ଭାବରେ ସଜେଇ ମୋର ଅନ୍ତିମ ସତ୍କାର କରିବ”।

ବନ୍ଧୁଗଣ ଏହା ହେଉଛି ଜଣେ ପ୍ରେମିକା ଙ୍କ ର ସୁଇସାଇଟ ନୋଟ ଯିଏକି ନିଜ ପ୍ରେମିକ ବାୟା ଙ୍କୁ ଶେଷ ଚିଠି ଲେଖି ଦେଇ ବେକ ରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଘଟଣା ଟି ହେଉଛି ଗଂଜାମ ଜିଲ୍ଲା ର ବଡ଼ପାହି ଥାନା ଅନର୍ଗତ ଅଟେ। ଯେଉଁ ଠାରେ ଗତକାଲି ଜଣେ ଯୁବତୀ ଙ୍କୁ ରହୁଥିବା ଏକ ଭଡା ଘରେ ତାଙ୍କର ମୃତ୍ୟୁ ଦେହ ଫେନ ରେ ଝୁଲୁ ଥିବାର ଦେଖିବା କୁ ମିଳିଛି। ତେବେ ଯାହା ସୂଚନା ରହିଛି କି ଯୁବତୀ ଜଣଙ୍କ ନିଜ ପରିବାର କୁ ଲୁଚେଇ ତାଙ୍କର ପ୍ରେମିକ ଙ୍କ ସହ ଗଞ୍ଜାମ ର ବଡ଼ପାହି ରେ ଏକ ଭଡା ଘର ନେଇ ରହୁଥିଲେ ଆଉ ସେ ତାଙ୍କୁ ବିବାହ କରିଥିବା ମଧ୍ୟ ସୂଚନା ରହିଛି।

ତେବେ କିନ୍ତୁ ଝିଅ ର ବାପା ମା କହିଛନ୍ତି କି ସେ ଜାଣି ନଥିଲେ କି ତାଙ୍କର ଝିଅ କାହାକୁ ବିବାହ କରିଛନ୍ତି ବୋଲି ଆଉ ତାଙ୍କ ଝିଅ ର ମୃତ୍ୟୁ ଖବର ଆସିବା ପରେ ସେମାନେ ପୁରା ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଯୁବତୀ ଜଣଙ୍କ ଙ୍କ ମୃତ୍ୟୁ ଦେହ ପାଖରୁ ଏକ ସୁଇସାଇଟ ନୋଟ ଜବଦ କରାଯାଇଛି ।ଆଉ ସେହି ସୁଇସାଇଟ ନୋଟ ରେ ଯାହା ଲେଖା ଯାଇଛି କି ଯୁବତୀ ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲେ ଆଉ ତାଙ୍କୁ ସେ ବାୟା ବୋଲି ଡାକୁଥିଲେ ଯାହା ସହ ସେ ଭଡା ଘରେ ରହୁଥିଲେ। ମାତ୍ର ଯୁବକ ଙ୍କ ପରିବାର ଏହାକୁ ବିରୋଧ କରୁଥିଲେ।

ଆଉ କିଛି ଦିନ ସାଙ୍ଗରେ ରହିବା ପରେ ଯୁବକ ଜଣଙ୍କ ନିଜ ଘରକୁ ଯାଇଥିଲେ ମାତ୍ର ଆଉ ଯୁବତୀ ଙ୍କ ପାଖକୁ ଫେରି ନଥିଲେ। ଏପରୀ କି ଯୁବକ ଙ୍କ ପରିବାର ଲୋକେ ତାଙ୍କ ଠାରୁ ମୋବାଇଲ ନେଇ ଯାଇଥିଲେ ଯାହା ଫଳରେ ଉଭୟ ଙ୍କ ମଧ୍ୟରେ କୌଣସି ଯୋଗାଯୋଗ ହୋଇ ନଥିଲା। ତେବେ ଏହି ଦୂରତା କୁ ସହି ନପାରି ଯୁବତୀ ଜଣଙ୍କ ବେକ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଉ ସେହି ଚିଠି ରେ ନିଜ ମା କୁ ଲେଖିଛନ୍ତି କି ମୋତେ ସଧବା ଭଳି ସଜେଇ ଦେଇ ମୋର ଶବ ସତ୍କାର କରିବ ବୋଲି। ତେବେ ଏହା ଜାଣିବା ପରେ ଯୁବତୀ ଙ୍କ ପରିବାର ପୁରା ଭାଙ୍ଗି ପଡିଛି। ତେବେ ଘଟଣା ଟି ଚାରିଆଡେ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.