ମୁଁ କଣ ଉଲଗ୍ନ ହେଇଯାଇଥିଲି ,ଷ୍ଟେଜ ଉପରେ କ’ଣ ଡ୍ରେସ ଗୋଟେ ପରେ ଗୋଟେ ଖୋଲିଥିଲି,ମୁଁ ସୀମା ଟପିନି:ରାଣୀ ପ୍ରିୟଦର୍ଶିନୀ
“ମୁଁ କଣ ଯାତ୍ରା ଷ୍ଟେଜ ରେ ଲଂଗଳା ହୋଇଥିଲି ନା ଗୋଟେ ଗୋଟେ କରି ଡ୍ରେସ ଖୋଲିଥିଲି। ଅଶୀଳ ଭିଡ଼ିଓ କାହାକୁ କୁହନ୍ତି ଏବଂ ଆଇଟମ ଡ୍ୟାନ୍ସ କାହାକୁ କୁହାଯାଏ ଥରେ ଦେଖନ୍ତୁ ତା ପରେ ମୋତେ କହିବେ। ମୋ ଉପରେ ଯେଉଁ ଚପଲ ମାଡ଼ ହୋଇଛି ଏହା ଉଦେଶ୍ୟ ମୂଳକ ହୋଇଛି କାରଣ ଯଦି ମୁଁ କିଛି ଅଶୀଳ ଡ୍ୟାନ୍ସ କରିଥାନ୍ତି ତେବେ ମୋ ଉପରକୁ ଗୋଟେ ନୁହେଁ ପାଞ୍ଚ ହଜାର ଜୋତା ଆସିଥାନ୍ତା।”ତେବେ ଏହା କହିଛନ୍ତି ଭଦ୍ରକ ଯାତ୍ରା ବିବାଦ ର ବିବାଦୀୟ ଡ଼୍ୟାନ୍ସର ରାନୀ ପ୍ରିୟଦର୍ଶନୀ।
ତେବେ ସୂଚନାଯୋଗ୍ୟ ଯେ, ଭଦ୍ରକ ର କାଳୀପୂଜା ଉପଲକ୍ଷେ ସେଠାରେ ଯାତ୍ରା ପାର୍ଟି ଆସିଥିଲେ ଯାତ୍ରା କରିବା ପାଇଁ। ଆଉ ଏହି ଯାତ୍ରା ଦେଖିବା ପାଇଁ ପ୍ରାୟ ହଜାର ହଜାର ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ତେବେ ଯାତ୍ରା ରେ ଯେଉଁ ଭଳି ଭାବରେ ଗୀତ ନାଚ ସବୁ ହୁଏ ସେହିପରି ସବୁ ଚାଲିଥିଲା। ମାତ୍ର ଏହି ମଧ୍ୟରେ ଜଣେ ମହିଳା ନୃତ୍ୟଶିଳ୍ପୀ ନାମ ରାନୀ ପ୍ରିୟଦର୍ଶିନୀ ଯାତ୍ରା ଷ୍ଟେଜ କୁ ଡ୍ୟାନ୍ସ କରିବା ପାଇଁ ଆସିଥିଲେ ଏବଂ ସେ ଅତ୍ୟନ୍ତ ଅଶୀଳ ଭାବ ରେ ଡ୍ରେସ ପରିଧାନ କରୁଥିଲେ। ଆଉ ଏହା ସହ ଷ୍ଟେଜ ରେ ସେ ଅଶୀଳ ଇଙ୍ଗିତ କରି ଡ୍ୟାନ୍ସ ମଧ୍ୟ କରିଥିଲେ।
ତେବେ ସେହି ମହିଳା ନୃତ୍ୟଶିଳ୍ପୀ ଙ୍କ ର ଏହିପରି ଅଶୀଳ ଡ୍ୟାନ୍ସ ଦେଖି ସେଠାରେ ଯାତ୍ରା ଦେଖିବା ପାଇଁ ଆସିଥିବା ଜଣେ ମହିଳା ନାମ ମନ୍ଦାକିନି ଅତ୍ୟନ୍ତ ରାଗି ଯାଇଥିଲେ ।ଆଉ ସେ ଏହି ଅଶୀଳ ଡ୍ୟାନ୍ସ କୁ ବିରୋଧ କରି ସେହି ନୃତ୍ୟଶିଳ୍ପୀ ଙ୍କ ଉପର କୁ ଜୋତା ମାଡ଼ କରିଥିଲେ।ତେବେ ଏହାକୁ ନେଇ ବର୍ତ୍ତମାନ କେଉଁ ଭଳି ଭାବରେ ସମସ୍ତେ ନିଜର ମତ ଦେଉଛନ୍ତି ତାହା ଆପଣ ମାନେ ଦେଖୁଥିବେ। ମାତ୍ର ବର୍ତ୍ତମାନ ମୁଁହ ଖୋଲିଛନ୍ତି ରାଣୀ ପ୍ରିୟଦର୍ଶନୀ ସାହୁ ନିଜେ। ଆଉ ସେ ନୃତ୍ୟଶିଳ୍ପୀ ରାନୀ ଯାହା କହିଛନ୍ତି ତାହାକୁ ନେଇ ବଡ଼ ଚର୍ଚ୍ଚା ଚାଲିଛି।
ତେବେ ରାନୀ ପ୍ରିୟଦର୍ଶନୀ କହିଥିଲେ କି, “ମୁଁ ମୋ ସୀମା ଭିତରେ ରହି ଡ୍ୟାନ୍ସ କରିଛି, ମୁଁ ଜଣେ ଆଇଟମ ଡ଼୍ୟାନ୍ସର ତେଣୁ ମୋ ଗୀତ ଅନୁସାରେ ମୁଁ ପୋଷାକ ପିନ୍ଧିଥିଲି ।ମୁଁ କଣ ଯାତ୍ରା ଷ୍ଟେଜ ରେ ଲଂଗଳା ହୋଇଥିଲି ନା ଗୋଟେ ଗୋଟେ କରି ଡ୍ରେସ ଖୋଲିଥିଲି। ଅଶୀଳ ଭିଡ଼ିଓ କାହାକୁ କୁହନ୍ତି ଏବଂ ଆଇଟମ ଡ୍ୟାନ୍ସ କାହାକୁ କୁହାଯାଏ ଥରେ ଦେଖନ୍ତୁ ତା ପରେ ମୋତେ କହିବେ। ମୋ ଉପରେ ଯେଉଁ ଚପଲ ମାଡ଼ ହୋଇଛି ଏହା ଉଦେଶ୍ୟ ମୂଳକ ହୋଇଛି କାରଣ ଯଦି ମୁଁ କିଛି ଅଶୀଳ ଡ୍ୟାନ୍ସ କରିଥାନ୍ତି ତେବେ ମୋ ଉପରକୁ ଗୋଟେ ନୁହେଁ ପାଞ୍ଚ ହଜାର ଜୋତା ଆସିଥାନ୍ତା।”
ଏହା ପରେ ସେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ବିଷୟ ରେ କହିଛନ୍ତି ଆଉ କହିଛନ୍ତି କି , ସେ ଜଣେ ପଣ୍ଡା ଘରର ଝିଅ ହୋଇ ଏହିପରି ସବୁ ଶବ୍ଦ ରେ କଥା ହେଉଛନ୍ତି ତାହା ଆପଣ ମାନେ ଦେଖୁଥିବେ। ତା ଛଡା କେବଳ ତାଙ୍କ ପାଇଁ ବର୍ତ୍ତମାନ ପୁରା ଯାତ୍ରା ଇନ୍ଦ୍ରଷ୍ଟ୍ରି ବଦନାମ ହୋଇଛି, ତେଣୁ କିଛି କହିବା ଆଗରୁ ସେ ନିଜ କାର୍ଣ୍ଣମା ଭୁଲିବା ଉଚିତ ନୁହେଁ। ତେବେ ତାଙ୍କର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।