Daily news update , Real odisha local news

ମୁଁ ତାଙ୍କୁ 3ତାରିଖରେ ମେସେଜ କଲି ସେ 7ଦିନ ପରେ ଜବାବ ଦେଲେ ,ଭିଡିଓ କଲ୍ କରିବାକୁ 17ଦିନ ନେଲେ: ସୋନା ମିଶ୍ର

0 227

ବନ୍ଧୁଗଣ ବର୍ତ୍ତମାନ ଆମ ଓଡ଼ିଆ ଝିଅ ଓ ପଞ୍ଜାବ ପୁଅ ଙ୍କ ଭେଲେଣ୍ଟାଇନ କୁ ନେଇ ଚାଲିଆଡ଼େ ଖୁବ ଚର୍ଚ୍ଚା ଚାଲିଛି। ତେବେ ଆମେ ଅଭିନେତ୍ରୀ ସୋନା ମିଶ୍ର ପଞ୍ଜାବ ର ବୋହୁ ହୋଇଛନ୍ତି ଯାହା ବିଷୟ ରେ ସେମାନେ ସୋସିଆଲ ମିଡ଼ିଆ ରେ ଜଣେଇଛନ୍ତି ମଧ୍ୟ। ତେବେ କଳାକାର ମାନେ ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ କଳାକାର ମାନେ ମଧ୍ୟ ଦର୍ଶକ ଙ୍କ ସହ ତାଙ୍କର ପ୍ରେମ, ବୈବାହିକ ସମ୍ପର୍କ ଆଦି ସେୟାର କରିଥାନ୍ତି ଏବଂ ସାଙ୍ଗରେ ଲାଇଭ ଆସି ଖୁବ ମଜାମସ୍ତି ମଧ୍ୟ କରିଥାନ୍ତି ।

ତେବେ ବର୍ତ୍ତମାନ ଆମେ ଆମ ଓଡ଼ିଆ କଳାକାର ଜଗତ ର ଅଭିନେତ୍ରୀ ସୋନା ମିଶ୍ର ଙ୍କ ବୈବାହିକ ସମ୍ପର୍କ ବିଷୟ ରେ ଜଣେଇଛନ୍ତି ଯିଏକି ଆମ ଓଡ଼ିଶାର ଝିଅ ହୋଇ ବର୍ତ୍ତମାନ ପଞ୍ଜାବ ର ବୋହୂ ସାଜିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କି ସେ ପଞ୍ଚାବ ଘରକୁ ଆରେଞ୍ଜ ମ୍ୟାରେଜ କରି ଯାଇଛନ୍ତି। ତେବେ ବର୍ତ୍ତମାନ ସେ ସେୟାର କରିଛନ୍ତି କି , କେଉଁ ଭଳି ଭାବରେ ତାଙ୍କର ଏହି ସମ୍ପର୍କ ବଢିଥିଲା ବୋଲି। ତେବେ ସୋନା କହିଛନ୍ତି କି , ପ୍ରଥମେ ତାଙ୍କୁ ତାଙ୍କର ଶାଶୂ ଫୋନ କରିଥିଲେ ଆଉ କିଛି ସମୟ କଥା ହୋଇ ବିବାହ କଥା କହିଥିଲେ।

ତେବେ ଏହା ପରେ ସୋନା ତାଙ୍କର ହେବାକୁ ଯାଉଥିବା ସ୍ୱାମୀ ଙ୍କୁ ମେସେଜ କରିଥିଲେ , ମାତ୍ର ମେସେଜ କରିବାର ୭ ଦିନ ପରେ ତାଙ୍କୁ ପୁଅ ଠାରୁ ଜବାବ ମିଳିଥିଲା। ଆଉ ଏହା ର ୧୭ ଦିନ ପରେ ଉଭୟ ପ୍ରଥମ ଥର ଭିଡ଼ିଓ କଲ ରେ କଥା ହୋଇଥିଲେ। ତେବେ ଏହା ପରେ ସୋନା ଓ ପଞ୍ଜବ ବୟ ଙ୍କ ମଧ୍ୟରେ ଗଢି ଉଠିଥିଲା ଏକ ସୁନ୍ଦର ସମ୍ପର୍କ ଆଉ ଏହାର ଏକ ବର୍ଷ ପରେ ବର୍ତ୍ତମାନ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ତେବେ ନିଜ ବିବାହ କୁ ନେଇ ସେ ବହୁତ ଖୁସି ଥିବା ଜଣେଇଛନ୍ତି।

ତେବେ ସୋନା କହିଛନ୍ତି କି , ଯେତିକି ଦିନ ସେ ଶାଶୂ ଘରେ ପଞ୍ଜାବ ରେ ଥିଲେ, ତାଙ୍କୁ ବହୁତ ଭଲ ଲାଗିଲା ଆଉ ସେ ବହୁତ ଖୁସି ମଧ୍ୟ ନିଜ ସ୍ୱାମୀ ଓ ପରିବାର କୁ ନେଇ। ତେବେ ବର୍ତ୍ତମାନ ସେ ଭୁବନେଶ୍ୱର ଆସିଛନ୍ତି ଆଉ ତାଙ୍କର ରିସେପସନ ମଧ୍ୟ ଏଠାରେ ସେଲିବ୍ରେଟ କରି ପୁଣି ଶାଶୂ ଘରକୁ ଫେରିବେ ବୋଲି। ତେବେ ସୋନା ଙ୍କ ସ୍ୱାମୀ ମଧ୍ୟ କହିଛନ୍ତି କି , ଓଡ଼ିଶା ତାଙ୍କୁ ବହୁତ ଭଲ ଲାଗୁଚି ଆଉ ସେ ପୁରୀ ଶ୍ରୀ ଜଗନ୍ନାଥ ଙ୍କ ର ଦର୍ଶନ କରି ବେଶ ଆନନ୍ଦିତ ଅଛନ୍ତି ବୋଲି। ତେବେ ସୋନା କହିଛନ୍ତି କି , ଏକ ବର୍ଷ ପୂର୍ବରୁ ମୁଁ ତାଙ୍କୁ ପଚାରିଥିଲି ସେ ମୋ ଭେଲେଣ୍ଟାଇନ ହେବେ କି ନାହିଁ ବୋଲି ଆଉ ଚଳିତ ବର୍ଷ ଆମେ ଦୁହେଁ ଭଲେଣ୍ଟାଇନ ଡେ ସେଲିବ୍ରେଟ କରିଛୁ ତେଣୁ ମୁଁ ବହୁତ ଖୁସି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.