NEW TWIST – ମୋତେ ବହୁତ କଷ୍ଟ ହଉଛି ହ୍ୟୁମାନ, ମୋତେ ଆଉ ମାରନି ପ୍ଲିଜ ଆଉ ମାରନି…. ଦେଖନ୍ତୁ VIDEO କେମିତି ଥିଲା ଶାରୀରିକ ଟର୍ଚର
“ଆଉ ମାରନି ମୋତେ ବହୁତ କଷ୍ଟ ହେଉଛି। ସବୁଦିନ ରାତି ରେ ଆସୁଛ ମଦ ପିଇ ଆଉ ମୋତେ ମାରୁଛ , ମୁଁ ଆଉ ସହି ପାରୁନି। ମୋ ଝିଅ ଟେ ହେବା ଦିନ ଠାରୁ ତୁମେ ଏହିପରି ବଦଳି ଗଲ କିପରି। ମୁଁ ଆଉ ସହି ପାରୁନି। ବନ୍ଧୁଗଣ ଏହା ଆମେ ନୁହେଁ ଏହା ନିଜେ କହିଛନ୍ତି ଗାୟକ ହ୍ୟୁମାନ ସାଗର ଙ୍କ ପତ୍ନୀ ଶ୍ରୀୟା ଏବଂ ଏ ନେଇ ସେ ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି।
ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି, ଯାହା ବିଷୟ ରେ ଆପଣ ମାନେ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ। ତେବେ ବର୍ତ୍ତମାନ ଏହି ଘଟଣା କୁ ନେଇ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଆପଣ ମାନେ ଓଲିଉଡ ର ଗାୟକ ହ୍ୟୁମାନ ସାଗର ଙ୍କୁ ବେଶ ଭଲ ଭାବରେ ଜଣାଇଥିବେ , ସେ ଜଣେ ଭଲ ଗାୟକ ଅଟନ୍ତି ଏବଂ ବର୍ତ୍ତମାନ ଓଲିଉଡ ର ପ୍ରାୟ ସିନେମା ଗୀତ ଓ ଆଲବମ ସେ ଗାଇଥାନ୍ତି। ସେ ଜଣେ ଯାଦୁଗର ଭଳି ଯେଉଁ ଗୀତ କୁ ଗାଇଥାନ୍ତି ସେହି ଗୀତ ରେ ଏକ ନୂଆ ପ୍ରାଣ ଭରି ଦେଇଥାନ୍ତି। ସୁନ୍ଦର ଗୀତ କୁ ତାଙ୍କର ଆକର୍ଷଣୀୟ କଣ୍ଠ ସମସ୍ତ ଙ୍କୁ ମୁଗ୍ଧ କରି ଦେଇଥାଏ। କିନ୍ତୁ ବର୍ତ୍ତମାନ ସେ ଏକ ବିବାଦ ରେ ପଡିଛନ୍ତି ଆଉ ଏହି ବିବାଦ ତାଙ୍କର ସ୍ତ୍ରୀ ନିଜେ ଆଣିଛନ୍ତି ହ୍ୟୁମାନ ସାଗର ଙ୍କ ନାମ ରେ।
ତେବେ ସୂଚନା ଅନୁସାରେ , ହ୍ୟୁମାନ ସାଗର ପତ୍ନୀ ଓ ତାଙ୍କର କୁନି ଝିଅ ସହ କଟକ ରେ ରୁହନ୍ତି। ତେବେ ପତ୍ନୀ କହିଛନ୍ତି କି ହ୍ୟୁମାନ ସାଗର ତାଙ୍କୁ ଓ ଝିଅ କୁ ଭଲ ପାଆନ୍ତି ନାହିଁ ଏବଂ ପ୍ରାୟ ଗୀତ ଗାଇ ଫେରିବା ପରେ ସେ ମଦ୍ୟପାନ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ତାଙ୍କୁ ସେ ବହୁତ ମାର ପିଟ କରନ୍ତି ଯାହାକୁ ଆଉ ସହି ନପାରି ସେ ବର୍ତ୍ତମାନ ବାଲେଶ୍ଵର ରେ ତାଙ୍କର ବାପ ଘରେ ରହୁଛନ୍ତି। ତେବେ ବାପ ଘରେ ରହିବା ପରେ ବର୍ତ୍ତମାନ ସେ ଥାନା ରେ ଗାୟକ ହ୍ୟୁମାନ ସାଗର ଙ୍କ ନାମ ରେ ଅଭିଯୋଗ କରିଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ,ହ୍ୟୁମାନ ସାଗର କିଛି ଦିନ ତଳେ ମଧ୍ୟ ବିବାଦ ରେ ଥିଲେ ଯେତେବେଳେ ସେ ପ୍ରଭୁ ଜଗନ୍ନାଥ ଙ୍କ ର ଭଜନ ଗାଇବେ ନାହିଁ ବୋଲି କହିଥିଲେ। ମାତ୍ର ପରେ ଯେତେବେଳେ ସେ ଷ୍ଟେଜ ଉପରେ ଯାଇ ଜଗନ୍ନାଥ ଙ୍କ ଭଜନ ଗାଇଥିଲେ ସେତେବେଳେ ସେହି ବିବାଦ ଥମି ଥିଲା। ତେବେ ବର୍ତ୍ତମାନ ପୁଣି ସେ ନିଜ ପରିବାର କୁ ନେଇ ବିବାଦ ରେ ଅଛନ୍ତି ,ତେବେ ଏହି ବିବାଦ ମଧ୍ୟ ଶୀଘ୍ର ସମାପ୍ତ ହୋଇଯାଉ ଵୋଇ ଆମେ ଆଶା କରୁଛୁ ନଚେତ ତାଙ୍କର ସଙ୍ଗୀତ ଜୀବନ ଉପରେ ନିଶ୍ଚିତ ଭାବରେ ଏହାର ଖରାପ ପ୍ରଭାବ ରହିବ। ତେବେ ଦେଖାଯାଉ କଣ କରୁଛନ୍ତି ହ୍ୟୁମାନ ସାଗର।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।