ପ୍ରତ୍ୟେକ ଦିନ ସୋସିଆଲ ମେଡିଆରେ ଅନେକ ନୂଆ ଖବର ଆସୁଛି ସେଲିବ୍ରେଟି ମାନଙ୍କୁ ନେଇ ।ତେବେ ବର୍ତ୍ତମାନ ପୁଣି ବୁଦ୍ଧାଦିତ୍ୟ ଖୋଲିଛନ୍ତି କିଛି ଗୁମର ଆଉ ଯେଉଁଥିରେ ସେ କହିଛନ୍ତି କି କାହିଁକି ବର୍ଷାଙ୍କ ସହିତ ରୋମାନ୍ସ ହେଇ ପାରିନଥିଲା ପ୍ରେମରୋଗୀ ଫିଲ୍ମରେ ।
ତେବେ ଆଗରୁ ବହୁତ ଥର ବର୍ଷାଙ୍କୁ ନେଇ ଅନେକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମେଡିଆରେ କିନ୍ତୁ ଏବେ ବୁଦ୍ଧାଦିତ୍ୟ ଯେଉଁ କଥା କହିଛନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଚି ।ତେବେ ବୁଦ୍ଧାଦିତ୍ୟ କଣ କହୁଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା ।
ବୁଦ୍ଧାଦିତ୍ୟ ମହାନ୍ତି ଯିଏ ଓଲିଉଡର ଇଣ୍ଡଷ୍ଟ୍ରୀ ର ଜଣେ ଖୁବ ପରିଚିତ ଅଭିନେତା ଯିଏ ଅନେକ ପ୍ରକାର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ନିଜର କରିପାରିଛନ୍ତି ।ତେବେ ତାଙ୍କର ଅନେକ ଗୁଡିଏ ଖୁବ ସୁପୁରହିଟ ଫିଲ୍ମ ରହିଛି ଯାହା ଆଜିବି ଦର୍ଶକ ଙ୍କ ଆଖି ଆଗରୁ ହଟି ପାରେ ନାହିଁ ।ବର୍ଷା ମଧ୍ୟ ଜଣେ ଲୋକପ୍ରିୟ ହିରୋଇନ ଓଲିଉଡ ଇଣ୍ଡଷ୍ଟ୍ରିରେ, ତେବେ ଆଜିକାଲି ସେ ବହୁତ ସୋସିଆଲ ମେଡିଆରେ ନଜର ଆସୁଛନ୍ତି ।ତେବେ ବୁଦ୍ଧାଦିତ୍ୟ ବର୍ଷା ଙ୍କୁ ବି ଅନେକ ଫିଲ୍ମରେ ଦେଖିବାକୁ ମିଳିଛି ସେହି ଭିତରୁ ପ୍ରେମରୋଗୀ ବି ଗୋଟିଏ ।ହେଲେ ଏହି ଫିଲ୍ମ ରେ କାହିଁକି ବର୍ଷା ଙ୍କ ସହିତ ବୁଦ୍ଧାଦିତ୍ୟ ଙ୍କର ରୋମାନ୍ସ ସିନ ହେଇ ପାରି ନଥିଲା ସେ ବିଷୟରେ ସହିତ ସତ କହିଛନ୍ତି ।
ବୁଦ୍ଧାଦିତ୍ୟ ଙ୍କ ପାଇଁ ପ୍ରେମରୋଗ ଫିଲ୍ମ ଏକ ବହୁତ ବଡ଼ ଫିଲ୍ମ ଥିଲା ଯାହାକୁ ସେ କେବେ ଭୁଲି ପାରିବେ ନାହିଁ ।ଏହି ଫିଲ୍ମ କରିବା ପାଇଁ ସେ ବହୁତ କଷ୍ଟ କରିବା ସହିତ ଫିଲ୍ମ ଭିତରେ ନିଜକୁ ହଜେଇ ଦେଇଥିଲେ ।ତେବେ ଏହି ଫିଲ୍ମ ରେ ଗୋଟିଏ ସିନ ଥିଲା ଯେଉଁଥିରେ ସେ ରାସ୍ତାରେ ମନ୍ଦିର ରେ ଦୀପ ହାତରେ ଜଳାଇଥିଲେ ।ଆଉ ଏହି ହାତରେ ଦୀପ ରଖିବା ଯୋଗୁ ତାଙ୍କ ହାତ ପୁରା ଜଳି ଯାଇଥିଲା, ତେଣୁ ପୂର୍ବ ଦିନ ଶୁଟିଂରେ ବର୍ଷା ଙ୍କ ସହିତ ତାଙ୍କର ଡ୍ୟାନ୍ସ ସିନ ଥିଲା ଯେଉଁଥିରେ ଜମା ସେ ହାତ ଖୋଲି ପାରିନଥିଲେ ।
ତେବେ ଏହି କଥା ବୁଦ୍ଧାଦିତ୍ୟ କହିବା ସହିତ ଏହି ଫିଲ୍ମ କୁ ସଫଳ କରାଇବା ପଛରେ ଅଶୋକ ପତି ଓ ବର୍ଷା ଙ୍କର ଖୁବ ସୋପର୍ଟ ରହିଥିଲା ।ଆଉ ସେହି ଫିଲ୍ମରେ ବସ ରେ ସୁଟିଂ, ଚଣ୍ଡୀ ମାଡମ ଡାକ ଖୁବ ନିଆରା ଥିଲା ଯାହା ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଥିଲା ।ତେବେ ଆଜି ବି ୟୁଟ୍ୟୁବ ରେ ଦର୍ଶକ ଏହି ଫିଲ୍ମ ଦେଖୁଛନ୍ତି ଯାହାକୁ ଦେଖି ବୁଦ୍ଧାଦିତ୍ୟ ଙ୍କୁ ବହୁତ ଖୁସି ଲାଗେ ।ଆଉ କିଛି ବର୍ଷ ପରେ ଏହି ଫିଲ୍ମ ଟି ଏକ ଇତିହାସ ପରି ନିଶ୍ଚିତ ଲାଗିବ ।ତେବେ ଏମିତି ସବୁ ସତ କଥା ଥିଲା ପ୍ରେମରୋଗୀ ଫିଲ୍ମ ପଛରେ ଯାହାକୁ କାହାକୁ ଜଣା ନଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।