Daily news update , Real odisha local news

New Twist – ଶେଷରେ ହେଲା କି ସମାଧାନ ! ଦିନେଶ ଗୋଟେ ଚୋର ତାକୁ ମୋ ଛୁଆ ଦରକାର ମୁଁ ନୁହେଁ : ଦୀପିକା ଦେଖନ୍ତୁ Video

0 692

ଦେଖୁ ଦେଖୁ ମାସ କୁ ମାସ ଗଡି ଚାଲିଛି , ନିଜ ପୁଅ କୁ ବାପର ପରିଚୟ ଦେବା ଲାଗି ସ୍ୱାମୀ ଘର ଆଗରେ ଧାରଣା ରେ ବସିଛନ୍ତି ଦୀପିକା। କିନ୍ତୁ ଆଜି ଯାଏ ମିଳିଲାନି ସମାଧାନ ର ରାସ୍ତା ତା ଉପରେ ବଢି ଚାଲିଛି ଦୀପିକା ଙ୍କ ଉପରେ ନିର୍ଯ୍ୟାତନା ର ଭାର। ମାତ୍ର ବର୍ତ୍ତମାନ ଏହି ମାମଲା ରେ ଉତେଜନା ସୃଷ୍ଟି ହୋଇଛି।

ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି। ଯାହା ସୂଚନା ରହିଛି କି ଗତକାଲି ଦୀପିକା ମହିଳା କମିଶନର ଙ୍କୁ ଭେଟି ଥିଲେ ଆଉ ଏହା ପରେ ଦିନେଶ ଙ୍କୁ ନେଇ ମୁଁହ ଖୋଲିଥିଲେ। ତେବେ ଏହା କୁ ନେଇ ଦୀପିକା ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ।

ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ ଯେ ବ୍ରହ୍ମପୁର ର ଦିନେଶ ଦୀପିକା ଙ୍କୁ ପ୍ରେମ କରି ବିବାହ କରିଥିଲେ ଆଉ ତାଙ୍କୁ ବର୍ତ୍ତମାନ ୧୮ ମାସ ର ଗୋଟିଏ କୁନି ପୁଅ ଅଟେ। ମାତ୍ର ଦିନେଶ ତାଙ୍କୁ ଧକ୍କା ଦେଇ ଅନ୍ୟତ୍ର ବିବାହ କରିବାକୁ ଚଂହୁଥିଲେ। ଏହାକୁ ଅଟକାଇବା ପାଇଁ ଦିନେଶ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି ଦୀପିକା ଏବଂ ନିଜ ପାଇଁ ତଥା ନିଜ ପୁଅ ପାଇଁ ନ୍ୟାୟ ଦାବି କରୁଛନ୍ତି। ମାତ୍ର ସମୟ ର ଗତି ଅନୁସାରେ ଏହି ଘଟଣା ଦିନ କୁ ଦିନ ଜଟିଳ ହେବାକୁ ଯାଉଥିବା ଦେଖିବାକୁ ମିଳୁଛୁ। ତେବେ ସମୟ କହିବ ଦୀପିକା ଙ୍କୁ ନ୍ୟାୟ ମିଳିବ କି ନାହିଁ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦୀପିକା ଙ୍କ ର ପୁଣି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ସେ ପ୍ରଥମ ଥର ପାଇଁ ଦିନେଶ ଙ୍କ ଉପରେ ବର୍ଷିଛନ୍ତି। ଆଉ ସେ କହିଛନ୍ତି କି, ଦିନେଶ ଗୋଟେ ଚୋର ସେ ମୋ ପୁଅ କୁ ନିଜର କରିବା ପାଇଁ ଚାଂହୁଛି ମାତ୍ର ମୋତେ ନୁହେଁ ।ତେବେ ଆପଣ ମାନେ କୁହନ୍ତୁ ଗୋଟିଏ ସ୍ତ୍ରୀ ବିନା ପିଲା କିପରି ଜନ୍ମ ହେବ ,କିନ୍ତୁ ସେ ମୋତେ ସ୍ତ୍ରୀ ଭାବରେ ଗ୍ରହଣ କରିବା ପାଇଁ ଚାଁହୁ ନାହାନ୍ତି।ତାଙ୍କ ପରିବାର ର ଲୋକେ ତାଙ୍କ ମୁଣ୍ଡ କୁ ଖରାପ କରୁଛନ୍ତି ଆଉ ଯାହା ସେମାନେ କହୁଛନ୍ତି ସେ ସେୟା କରୁଛି।

ଦିନେଶ ଗୋଟେ ଭୀରୁ ଟେ, ମୁଁ ଯେମିତି ସାମ୍ନା କୁ ଆସି ଫାଇଟ କରୁଛି ମୋ ନ୍ୟାୟ ପାଇଁ ସେ କାଇଁ ସାମ୍ନା କୁ ଆସୁ ନାହିଁ। ମୁଁ ଏହିପରି ମୋ ର ନ୍ୟାୟ ପାଇଁ ଧାରଣା ରେ ବସିବି ଯେତେ ଯାଏ ମୋତେ ନ୍ୟାୟ ନମିଳିଛି। ମୁଁ ଏହାକୁ ଧରି ୫ ଥର ମହିଳା କମିଶନର ଙ୍କୁ ଦେଖା କରି ସାରିଲାଣି ମାତ୍ର ଦିନେଶ ର ଦେଖା ନାହିଁ। କହୁଛି ମୋ ପୁଅ କୁ ପରିଚୟ ଦେବ କିନ୍ତୁ ମୋତେ ସ୍ତ୍ରୀ ର ଅଧିକାର ଦେବ ନାହିଁ ବୋଲି। ତେବେ ଦୀପିକା ଙ୍କ ର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ବର୍ତ୍ତମାନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.