Daily news update , Real odisha local news

କେଉ ବାଟ ଦେଇ ପ୍ରାଣ ବାୟୁ ଗଲେ କି ଜନ୍ମ ମିଳେ | II ଶ୍ରୀମଦ୍ ଭାଗବତ ଓ ପ୍ରବଚନ

0 88

ଭଗବାନ ଙ୍କ ସୃଷ୍ଟି ରେ ମନୁଷ୍ୟ ଜନ୍ମ ହେଉଛି ସବୁଠାରୁ ବଡ଼, ତେବେ ଏହି ମନୁଷ୍ୟ ଜନ୍ମ ବହୁତ କଷ୍ଟରେ ମିଳିଥାଏ ।ଆଉ ଏହି ଜନ୍ମ ର ପ୍ରକୃତ ଉଦ୍ଧେଶ୍ୟ ହେଉଛି ମୁକ୍ତି ପାଇବା କିନ୍ତୁ ବର୍ତ୍ତମାନ ମଣିଷ ଜନ୍ମ ହେଇ ସାରିବା ପରେ ନିଜର ମୂଳ ଉଦ୍ଦେଶ୍ୟ କୁ ଭୁଲି ଯାଉଛନ୍ତି ।

ଯେଉଁଥି ପାଇଁ ସେହି ମଣିଷ କୁ ଏହି ସଂସାର ଭିତରେ ବାରମ୍ବାର ଜନ୍ମ ନେଇ ଘାଣ୍ଟି ହେବାକୁ ପଡୁଛି ।ତେବେ ଦୁନିଆର ସବୁଠାରୁ ବଡ଼ ସତ୍ୟ ହେଉଛି ମୃତ୍ୟୁ ଯେଉଁଥିରୁ ଭଗବାନ ବି ବର୍ତୀ ନାହାନ୍ତି ତେଣୁ ସମସ୍ତଙ୍କୁ ମୃତ୍ୟୁ ର ଶିକାର ହେବାକୁ ପଡିଥାଏ ।ତେବେ ମୃତ୍ୟୁ ଯେ କେବଳ ମୁକ୍ତି ପାଇବାର ରାସ୍ତା ତାହା ନୁହେଁ କେଉଁ ପଟେ ପ୍ରାଣ ବାୟୁ ଗଲେ ମୁକ୍ତି ମିଳେ ତାହା ବି ଜାଣିବା ଉଚିତ ।

ତେବେ ଯେତେବେଳେ ମଣିଷ ଟିଏ ଜନ୍ମ ହେଇଥାଏ ସେ 84 କୋଟି ଯୋୖନି ରେ ଜନ୍ମ ହେଲା ପରେ ଏହି ମଣିଷ ଜନ୍ମ ପାଏ ।ଆଉ ଏହି ମଣିଷ ଜନ୍ମ ହି ଗୋଟିଏ ଜନ୍ମ ଯେଉଁ ଜନ୍ମରେ ମଣିଷ ଏହି ନର୍କ ରୁ ବାହାରି ଭଗବାନ ଙ୍କ ନିକଟରେ ପହଁଚି ମୁକ୍ତି ପାଇଥାଏ ।ହେଲେ ପୁଣି ଶାସ୍ତ୍ର ରେ କୁହାଯାଇଛି କି ପ୍ରାଣ ବାୟୁ ସେହି ରାସ୍ତା ଦେଇ ଗଲେ ଯାଇ ମଣିଷ ର ମୁକ୍ତି ହେଇଥାଏ ।

ତେବେ ଆପଣ ଦେଖିଥିବେ ମଲାବେଳେ କୋଉ ମଣିଷ ର ଆଖି ଖୋଲା ଥାଏ କାହାର ପାଟି ଖୋଲା ଥାଏ ଆଉ କେହି କେହି ଝାଡ଼ା କରିଥାନ୍ତି ମଲାବେଳେ ।ଆଉ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି ମାନଙ୍କ ର ପ୍ରାୟ ସେହି ରାସ୍ତା ଦେଇ ଯାଇଛି ଓ ଏମିତି ପ୍ରାଣ ଗଲେ ମୁକ୍ତି ମିଳି ନଥାଏ ।ତାହେଲେ କେଉଁ ରାସ୍ତାରେ ପ୍ରାଣ ଗଲେ ମୁକ୍ତି ମିଳେ ଜାଣି ରଖନ୍ତୁ ।

ତେବେ ପୁରାଣରେ କୁହାଯାଇଛି କି ମଣିଷ ଶରୀରରେ 10 ଟି କଣା ରହିଛି, କିନ୍ତୁ ମାଆ ପେଟରେ ଥିଲା ବେଳେ ଶିଶୁ ଯେଉଁ ପଟେ ପବନ ପାଇଥାଏ ସେହିପଟେ ପ୍ରାଣ ବାୟୁ ଗଲେ ଏହି ଜନ୍ମ ମୃତ୍ୟୁ ଚକ୍ର ରୁ ମୁକ୍ତି ମିଳିଥାଏ ।ଆଉ ସେହି ଦ୍ୱାର ଟି ହେଉଛି ତାଳୁକା, ତେବେ ମାଆ ଗର୍ଭରେ ଶିଶୁ ତାଳୁକା ଦେଇ ପବନ ପାଇଥାଏ ।ତେବେ ଏହି ଦ୍ଵାରା ଶିଶୁର ଜନ୍ମ ପରେ ବର୍ଷେ ପର୍ଯ୍ୟନ୍ତ ଖୋଲା ଥାଏ ତାପରେ ବନ୍ଦ ହେଇଯାଏ ।ତେଣୁ ଯେଉଁ ଏକ ବର୍ଷ ବେଳେ ଶିଶୁ ର ପ୍ରାଣ ତାଳୁକା ଦେଇ ଯାଇଥାଏ, ଏହା ଛଡା ଆଉ କୋଉ ପଟେ ବି ପ୍ରାଣ ବାୟୁ ଗଲେ ସେଥିରେ ମୁକ୍ତି ନଥାଏ ।

ତେବେ ପ୍ରତ୍ୟେକ ମଣିଷ ଜନ୍ମ ହେଲା ପରେ ଭଗବାନ ଙ୍କୁ ନଭୁଲିବା ଉଚିତ ମଣିଷ ଜନ୍ମ ର ପ୍ରକୃତ ଉଦ୍ଦେଶ୍ୟ ଜାଣି ସେ ପାଇଁ କାମ କରିବା ଦରକାର ।ଭଗବାନ ଙ୍କର ଆରାଧନା କରି ଏହି ନର୍କ ରୁ ବାହାରିବାର ରାସ୍ତା ବାହାର କଲେ ଯାଇ ଜଣେ ଜୀବନର ସାର୍ଥକତା ପାଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.