ବନ୍ଧୁମାନେ ଚର୍ଚ୍ଚାରେ ରବେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର, ପାରିବାରିକ କଳହ କୁ ନେଇ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ବିବାଦ ବଡି ଚାଲିଛି ।ତେବେ ବନ୍ଧୁମାନେ ଗତକାଲି ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରେୟା ସ୍ୱାମୀ ଙ୍କ ନାଁରେ ଅଭିଯୋଗ କରିଥିଲେ କି ତାଙ୍କୁ ଶାଶୁଘରେ ଅନେକ ନିର୍ଯ୍ୟାତନା ଦିଆଯାଉଛି ।
ଆଉ ଏହି ଅଭିଯୋଗ ଆଣିବା ପରେ ସୋସିଆଲ ମେଡିଆରେ ଆଜି ହ୍ୟୁମାନ ବୟାନ ଶୁଣିବାକୁ ମିଳିଥିଲା, ତେବେ ଏବେ ଏବେ ପୁଣି ହ୍ୟୁମାନ ଙ୍କ ମାଆ ନିଜ ବୋହୂର ଗୁମର ଖୋଲିଛନ୍ତି ।ତେବେ ଶାଶୁ ବୋହୂର କଣ ସବୁ ସତ କହୁଛନ୍ତି ଆସନ୍ତୁ ଜାଣିବା ।
ତେବେ ସୂଚନା ଅନୁଯାୟୀ ଗତକାଲି ହ୍ୟୁମାନ ସ୍ତ୍ରୀ ପୋଲିସ ରେ ଅଭିଯୋଗ କରିଥିଲେ କି ସେ ତାଙ୍କ ସ୍ୱାମୀ ଦ୍ଵାରା ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତୀତ ହେଇ ଆସୁଛନ୍ତି ।ଏହା ବ୍ୟତୀତ ଦୁଇ ମାସ ଧରି ତାଙ୍କର କିଛି କଥା ହ୍ୟୁମାନ ବୁଝୁ ନାହାନ୍ତି, ଶାଶୁଘରେ ତାଙ୍କୁ ବହୁତ ଥର ଯୌତୁକ ପାଇଁ ଦାବି ରଖାଯାଇଛି ଓ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇଛି ।ତେବେ ଏମିତି ସବୁ ଘଟଣା ଘଟିବା ପରେ ହ୍ୟୁମାନ ମେଡିଆ ଆଗରେ ସ୍ତ୍ରୀ ର ଅଭିଯୋଗ ଗୁଡିକ ସବୁ ମିଛ କହିଥିଲେ ।ଆଉ ବର୍ତ୍ତମାନ ହ୍ୟୁମାନ ଙ୍କ ମାଆ ନିଜ ବୋହୂର ସତ ଓ ସେ ଯେଉଁ କାମ କରୁଥିଲେ ସେ ବିଷୟରେ ଗୋଟି ଗୋଟି ସତ କହିଛନ୍ତି ।
ହ୍ୟୁମାନ ଙ୍କ ମାଆ କହିଛନ୍ତି କି ତାଙ୍କ ବୋହୁ ଓ ବୋହୂ ବାପା ମାଆ ଭାଇ ସମସ୍ତେ ବହୁତ ମଦ ପିଅନ୍ତି ଏମିତି ବି ସେମାନେ ଜୋର କରି ହ୍ୟୁମାନ ଙ୍କୁ ବି ମଦ ପିଆନ୍ତି ।ତାଙ୍କ ଘରେ କେବେ ବୋହୁ କୁ କୌଣସି ପ୍ରକାର ନିର୍ଯ୍ୟାତନା ଦିଆ ଯାଇନାହିଁ, ବରଂ ବୋହୁ ନାଁରେ ଘର, ଗାଡି ସବୁ କିଣା ଯାଇଛି ।ଏତେ ସବୁ ପରେ ବି ବୋହୁ ଘରେ କାହା କଥା ଟିକିଏ ବୁଝେ ନାହିଁ ନିଜ ପିଲାକୁ ଧ୍ୟାନ ଦିଏ ନାହିଁ ।ତେବେ ବର୍ତ୍ତମାନ ଏତେ ବର୍ଷ ପରେ ଏମିତି ଅଭିଯୋଗ ପଛରେ କିଛି ସତ ରହିଛି ଯାହା ହ୍ୟୁମାନ ଙ୍କ ମାଆ ଜାଣିଛନ୍ତି ଯାହା ସମୟ ଆସିଲେ ସେ ନିଶ୍ଚୟ କହିବେ ।
ତେବେ ଏହିପରି କିଛି କଥା ହ୍ୟୁମାନ ଙ୍କ ମାଆ କହିବା ସହିତ ହ୍ୟୁମାନ ଓ ଶ୍ରେୟା ଉଭୟଙ୍କ ର କିଛିକିଛି ଭୁଲ ରହିଛି ତେଣୁ ଉଭୟ ଯଦି ମିଉଚୁଆଲ କରି ସାଙ୍ଗରେ ରହିବେ ତେବେ ତାଙ୍କର ସେଥିରେ କିଛି ଅଭିଯୋଗ ନାହିଁ ।ତେବେ ଏମିତି ସବୁ କଥା ହ୍ୟୁମାନ ମାଆ କହିବା ସହିତ ସମୟ ଆସିଲେ ଆହୁରି କିଛି ସତ ର ପ୍ରମାଣ ବି ସେ ରଖିଛନ୍ତି ଯାହା ସେ ବାହାରକୁ ଆଣି ପାରିବେ ।ତେବେ ଦେଖାଯାଉ ଏହି ଘଟଣା ଆଗକୁ କୋଉ ମୋଡ଼ ନେଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।