ବନ୍ଧୁମାନେ ଆମ ଜୀବନ ଏତେ ବ୍ୟସ୍ତତା ଭିତରେ ବିଟୁଛି ଯେ ଟିକିଏ ମୁହୂର୍ତ୍ତ ନାହିଁ କି ନିଜେ ଖୁସିରେ ରହିବା ପାଇଁ ।ତେବେ ଆମକୁ ହସାଇବା ପାଇଁ ଆମ ଆଗରେ ଏମିତି କିଛି ଆର୍ଟିଷ୍ଟ ରହିଥାନ୍ତି ଯେଉଁମାନେ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଖୁବ ଚେଷ୍ଟା କରିଥାନ୍ତି ।
ଆଉ ସେହି ଚେଷ୍ଟା ତାଙ୍କ କମେଡି ରେ ଦେଖିବାକୁ ମିଳିଥାଏ, ତେବେ ବର୍ତ୍ତମାନ ସୋସିଆଲ ମେଡିଆ ସହିତ ସମସ୍ତେ ଜଡିତ ।ଆଉ ସମସ୍ତେ ଖୁବ ଭଲ ଭାବରେ ଜାଣିଛନ୍ତି ଗୁଲୁଆ କମେଡି କୁ ।ଗୁଲୁଆ ଙ୍କ କମେଡି ଆଜି ଘରେ ଘରେ ପରିଚିତ ଆଉ ଏହି କମେଡି ପାଇଁ ଆଜି ଅନେକ ଓଠରେ ହସ ଆସିପାରୁଛି ।ତେବେ ଏହି ଗୁଲୁଆ କେମିତି ଗୁଲୁଆ କେମେଡି କଲେ ଆଉ ତାଙ୍କ ଜୀବନର ଓ ଉଦ୍ଦେଶ୍ୟ ଓ ତାଙ୍କ ସଫଳତା ପଛରେ କିଏ ରହିଛନ୍ତି ସେ ବିଷୟରେ ଆଜି ଆସନ୍ତୁ ଜାଣିବା ।
ତେବେ ଗୁଲୁଆ କମେଡି ଯାହା ୟୁଟ୍ୟୁବ ର ଗୋଟିଏ କମେଡି ଚେନାଲ, ଏହି ଚେନାଲ ରେ ଗୁଲୁଆ ଅନେକ ରୂପରେ ଅଭିନୟ କରି ଦର୍ଶକ ଏଣ୍ଟଟେନମେଣ୍ଟ କରିଥାନ୍ତି ।ହେଲେ ଛୋଟ ବେଳୁ ଗୁଲୁଆ ଆଙ୍କର ପାଖରେ ଅଭିନୟ କଳା ଥିଲା ଯାହାକୁ ସୋପର୍ଟ ମିଳିଥିଲା ମାମୁଁଘରୁ ।ଆଉ ଏମିତି ଅଭିନୟ ଓ କମେଡି କରୁ କରୁ ତାଙ୍କୁ କେହି ଜଣେ ୟୁଟ୍ୟୁବ ଚେନାଲ ଖୋଲିବାକୁ କହିଥିଲେ ସେତେବେଳେ ସେ ସେହି ଚେନାଲ ର ନାଁ ଗୁଲୁଆ ରଖିଥିଲେ ଯେଉଁ ନାଁରେ ଆଜି ପୁରା ଓଡ଼ିଆ ତାଙ୍କୁ ଚିହ୍ନିଛି ।ତେବେ ଗୋଟିଏ ପରେ ଗୋଟିଏ କମେଡି ତାଙ୍କ ସଫଳ ହେବା ପଛରେ ଓଡ଼ିଶାର ଯୁବପିଢ଼ି ଙ୍କର ଖୁବ ହାତ ରହିଛି ।
ଗୁଲୁଆ ଙ୍କ ସବୁ ଅଭିନୟ ଭିତରେ ପିଶା ଚରିତ୍ର କୁ ଖୁବ ଭଲପାଇବା ମିଳିଥିଲା ଦର୍ଶକ ଙ୍କର ।ଆଉ ଏହି ଚରିତ୍ର କୁ ଏତେ ନିଖୁଣ ଭାବରେ ଦେଖାଇ ଥିଲେ ଯାହାକୁ ଅନେକ ଭଲପାଇବା ମିଳୁଛି ଦର୍ଶକ ଙ୍କ ପାଖରୁ ।ତେବେ ଗୁଲୁଆ ଯେତେବେଳେ ବି କିଛି ବଡ଼ ସଫଳତା ପାଆନ୍ତି ସେତେବେଳେ ସେ ଟିକିଏ ମନ ଦୁଃଖ କରନ୍ତି କାରଣ ସେ ଜାଣିଛନ୍ତି ସେହି ସଫଳତା କିଛି ସମୟ ପାଇଁ ।ତେବେ ଏହିସବୁ କଥା ଗୁଡିକ ଗୁଲୁଆ ନିଜେ କହିବା ସହିତ କିଛି ମିମିକ୍ରି ବି କରିଥିଲେ ।ଆଉ ଶେଷରେ ନିଜ ଭବିଷ୍ୟତ ଜୀବନସାଥି ବର୍ଷା ଙ୍କ ସହିତ ଭେଟ କରାଇଥିଲେ ।
ତେବେ ତାଙ୍କ ଜୀବନର ଏହି ସଫଳତା ପଛରେ ବର୍ଷାଙ୍କ ବହୁତ ବଡ଼ ହାତ ରହିଛ ପରଦା ପଛରେ ବର୍ଷା ଅନେକ ଦାୟିତ୍ୱ ବହନ କରିଥାନ୍ତି ।ତେବେ ତାଙ୍କ ବାହାଘର କୁ ଏବେ ଆହୁରି ସମୟ ଅଛି,ଆଉ ଏମିତି ଅନେକ କଥା ଗୁଲୁଆ ଖିବା କହିବା ସହିତ ଶେଷରେ ଏତିକି କହିଥିଲେ କି ଜୀବନ ଥିବା ଯାଏ ସେ ଦର୍ଶକ ଙ୍କୁ ହସାଇବେ କାରଣ ଦର୍ଶକ ଙ୍କ ପାଇଁ ସେ ଆଜି ଏଇଠି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।