ଓଡ଼ିଶାର No 1Couple ଯୋଡି ୟୁଟ୍ୟୁବର ବର୍ଷାଙ୍କ ନୂଆ ଆଲବମ “ବାଜିବ ତ ସାହାନାଇ”……ଭିଡ଼ିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ….
ବନ୍ଧୁଗଣ ସଂଗୀତ ଏକ ସାଧନା ହୋଇଥାଏ ଆଉ ଏହା ଏହିପରି ଏକ ଭାବନା ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ।ଜଣେ ବ୍ୟକ୍ତି ସଂଗୀତ ମାଧ୍ୟମରେ ନିଜ ମନର ଭାବନା କୁ ଭାଷା ମାଧ୍ୟମରେ ଏକ ସୁନ୍ଦର ସ୍ୱର ଦେଇ ପ୍ରକାଶ କରିଥାଏ ।ଆଉ ଅନ୍ୟ ପକ୍ଷରେ ସେହି ଗୀତ କୁ ଶୁଣୁଥିବା ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ତା ସହ ଯୋଡ଼ି ଦେଇ ତାହାକୁ ଅନୁଭବ କରେ।
ତେବେ ଆପଣ ଦେଖିଥିବେ ଆମ ଓଡ଼ିଆ ସିନେମା ଜଗତ ରେ ମଧ୍ୟ ଏହିପରି ଅନେକ ଗାୟକ ଗାୟିକା ଅଛନ୍ତି, ଯାହାଙ୍କ ର ଗୀତ ଶୁଣିଲେ ଆମକୁ ବହୁତ ଖୁସି ଲାଗେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଆଲବମ ଗୀତ ଖୁବ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ।
ତେବେ ବନ୍ଧୁଗଣ ବର୍ତ୍ତମାନ ଚାରିଆଡେ ଏକ ନୂଆ ଓଡ଼ିଆ ଆଲବମ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ଯେଉଁ ଆଲବମ ଟି ହେଉଛି “ବାଜିବ ତୋ ସାହାନାଇ”।ତେବେ ଏହା ପ୍ରେମ ଏବଂ ବିଛେଦ ର ଏକ ସୁନ୍ଦର କାହାଣୀ ଟିଏ ରହିଛି ଯାହାର ଶେଷ ବହୁତ ଦୁଃଖ ଦାୟକ ରହିଛି ଯାହାକୁ ଦେଖିଲେ ଆପଣ ମଧ୍ୟ କାନ୍ଦି ପକେଇବେ। ତେବେ ଆଲବମ ଟିର କାହାଣୀ କିଛି ଏହିପରି ରହିଛି କି, ଜଣେ ଗରିବ ଘର ର ପୁଅ ଜଣେ ଧନୀ ଘର ର ଝିଅ କୁ ପ୍ରେମ କରିଛନ୍ତି ।
ତେବେ ଉଭୟ ପୁଅ ଓ ଝିଅ ଦୁହିଁଙ୍କୁ ଖୁବ ପସନ୍ଦ କରୁଛନ୍ତି ଏବଂ ଭଲ ପାଉଛନ୍ତି ମାତ୍ର ଏହା ଜାଣିବା ପରେ ଗରିବ ବାପ ତାର ପୁଅ କୁ କହୁଛି ସେ ଝିଅ କୁ ଭୁଲି ଯିବା ପାଇଁ କାରଣ ସେମାନେ ଧନୀ ଓ ଗୁଣ୍ଡା ଲୋକେ ଆମକୁ ମାରି ଦେବେ ବୋଲି। ମାତ୍ର ଏହା ତାଙ୍କର ପୁଅ ଶୁଣୁ ନାହାନ୍ତି। ତେବେ ପରେ ଦିନେ ଉଭୟ ପୁଅ ଓ ଝିଅ ପରସ୍ପର ସହ କଥା ହେଉଥିବା ବେଳେ ତାର ଭାଇ କିଛି ଗୁଣ୍ଡା ନେଇ ପହଁଚିଛି ଆଉ ସେହି ପୁଅ କୁ ବହୁତ ମାରି ଖଣ୍ଡିଆ କରି ପକେଇ ଦେଇ ଆସୁଛି ଏବଂ ନିଜ ଭଉଣୀ ର ବାହାଘର ଅନ୍ୟତ୍ର ଠିକ କରି ଦେଉଛି।
ତେବେ ଏହା ପରେ ଗରିବ ବାପ ଟି ନିଜ ପୁଅ କୁ ଧରି ଗାଁ ଛାଡି ଯିବାର ନିଷ୍ପତ୍ତି ନେଉଛି ଏପଟେ ଝିଅ ର ବିବାହ ଆରମ୍ଭ ହୋଇଛି।ମାତ୍ର ପରେ ଝିଅ ଜଣଙ୍କ କନ୍ୟା ବେଶ ରେ ଘରୁ ପଳେଇ ଆସି ବିଷ ପିଇ ଦେଉଛି ଆଉ ପୁଅ ମଧ୍ୟ ତାକୁ ଦେଖୀ ବିଷ ପିଇ ଦେଉଛି। ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଉଛି। ତେବେ କାହାଣୀ ଟି ଯେତିକି ସୁନ୍ଦର ରହିଛି ହ୍ୟୁମାନ ସାଗର ଗାଇଥିବା ଗୀତ ଟି ମଧ୍ୟ ସେତିକି ସୁନ୍ଦର ହୋଇଛି। ତେବେ ଆପଣ ମାନେ ଏହି ଆଲବମ ଟିକୁ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।