ପହଁରା ଶିକ୍ଷା କରିବା ହେଲା କାଳ , ଶିକ୍ଷକ ଙ୍କ ସହ ଯାଇ ମହାନଦୀ ରେ ସନ୍ତରଣ ଶିକ୍ଷା କରିଥିଲେ ୩୦ ରୁ ଅଧିକ ପିଲା ଆଉ ତା ମଧ୍ୟରେ ଥିଲେ ସାହିବ ଖାଁ। ସବୁଦିନ ପରି ସେଦିନ ମଧ୍ୟ ଶିକ୍ଷକ ଓ ସାଙ୍ଗ ସାଥୀ ଙ୍କ ସହ ପହଁରା ଶିଖିବା ପାଇଁ ସେ ମହାନଦୀ କୁ ଯାଇଥିଲେ।
ମାତ୍ର ପହଁରା ଶିଖୁ ଶିଖୁ ମହାନଦୀ ପାଣି ରେ ବୁଡି ଯାଇ ଜୀବନ ହରାଇ ଦେଲେ। ଯାହାକୁ ନେଇ କଟକ ର ସାଲେପୁର ଅଞ୍ଚଳରେ ଖେଳି ଯାଇଛି ପୁରା ଶୋକ ର ଛାୟା। ତେବେ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଟି ଜାଣିବା ପରେ ଆପଣ ମଧ୍ୟ କାନ୍ଦି ପକେଇବେ।
ତେବେ କୁହାଯାଏ କି ସମୟ ବହୁତ ବଲବାନ ଅଟେ, ସେ କେଉଁ ମୁହୂର୍ତ୍ତରେ କାହା ସହ କଣ ଖେଳିବ ତାହା କେହି ବି ଜାଣି ନଥାନ୍ତି। ଆଉ ଠିକ ସେହି ସମୟ ର ଖେଳ ରେ ଆଜି ନିଜର ଜୀବନ ହରେଇ ଛନ୍ତି ଯୁକ୍ତ ଦୁଇ ର ଛାତ୍ର ସାହିବ ଖାଁ। ତେବେ ସୂଚନା ଅନୁସାରେ ଗତକାଲି କଲେଜ ର ଶିକ୍ଷକ ଙ୍କ ସହ ପ୍ରାୟ ୩୦ ରୁ ୩୫ ଜଣ ଛାତ୍ରଛାତ୍ରୀ ମହାନଦୀ କୁ ପହଁରା ଶିଖିବା ପାଇଁ ଆସିଥିଲେ। ତେବେ ସେମାନେ ପ୍ରଥମେ ରନିଂ କରିଥିଲେ ଆଉ ତା ପରେ ସୁଇମିଙ୍ଗ ଶିଖୁଥିଲେ। କିନ୍ତୁ କାହା ପାଖରେ ସେହିପରି କିଛି ବି ସୁରକ୍ଷା ର ବ୍ୟବସ୍ଥା ନଥିଲା।
ତେବେ ଏହି ଭିତରେ ସାହିବ ପହଁରିବା ସମୟ ରେ ଗୋଟିଏ ସ୍ଥାନରେ ପାଣି ଅଧିକ ହେବା ରୁ ସେ ପାଣି ଭିତରେ ବୁଡି ଯାଇଥିଲେ। ଆଉ କିଛି ସମୟ ରେ ସେ କୁଆଡେ ଗଲେ କେହି ଜାଣି ପାରି ନଥିଲେ। ତେବେ ପରେ ଅଗ୍ନିଶମ ବାହିନୀ ସେଠାରେ ପହଁଚି ସାହିବ ଙ୍କ ମୃତ୍ୟୁ ଦେହ କୁ ଉଦ୍ଧାର କରିଥିଲେ ମହାନଦୀ ରୁ। ତେବେ ଏହି ଘଟଣା ଟି ସମ୍ପୂର୍ଣ୍ଣ ଅଞ୍ଚଳ କୁ ଦୁଖଃ ର ସମୁଦ୍ର ରେ ଭସେଇ ଦେଇଛି। ଯାହାକୁ ନେଇ ଲୋକେ ଭିନ୍ନ ମତ ଦେଇଛନ୍ତି। ତେବେ ଅକାଳ ରେ ନିଜ ପୁଅ କୁ ହରାଇ ବାପା ମା ପୁରା ଭାଙ୍ଗି ପଡିଛନ୍ତି।
ତେବେ ସାହିବ ଙ୍କ ବାପା କହିଛନ୍ତି କି, ସବୁଦିନ ତାଙ୍କ ପିଲା ମହାନଦୀ କୁ ସୁଇମିଙ୍ଗ ଶିଖିବା ପାଇଁ ଆସେ ବୋଲି ସେମାନେ ଜାଣିଥିଲେ। ମାତ୍ର ଜାଣି ନଥିଲେ କି ତାଙ୍କର ଶିକ୍ଷକ ତାଙ୍କୁ ବିନା ସୁରକ୍ଷା ବ୍ୟବସ୍ଥା ଦେଇ ଏହିପରି ଗୋଟିଏ ପ୍ଲାଷ୍ଟିକ ଡବ ସାହାଯ୍ୟ ରେ ପହଁରା ଶିଖାଉ ଥିଲେ ବୋଲି। ନଦୀର ପାଣି ଅଧିକ ଥିଲା ତେଣୁ ମୋ ପୁଅ ର ଗୋଡ଼ ନପାଇବା ରୁ ସେ ଆଜି ଆମ ସମସ୍ତ ଙ୍କୁ ଛାଡି ଚାଲିଗଲା।ତେବେ ନିଶ୍ଚିତ ଭାବରେ ଏହି ଘଟଣା ଟି ବହୁତ ହୃଦୟ ବିଦାରକ ଅଟେ। ତେବେ ଏହାକୁ ନେଇ ଅତ୍ୟନ୍ତ ଶୋକା କୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।