ବନ୍ଧୁମାନେ ବର୍ତ୍ତମାନ ସମୟରେ ପ୍ରେମ ବିବାହ ଓ ପ୍ରେମ ସମ୍ପର୍କ କୁ ନେଇ ଅନେକ ଘଟଣା ଦେଖିବାକୁ ମିଳୁଛି ।ତେବେ ଅନେକ ସମୟରେ ପ୍ରେମ ସମ୍ପର୍କ ଗୁଡିକରେ ମିଛ, ଠକାମୀ ଓ ପ୍ରତାରଣା ପାଇଁ ଅନେକ ଜୀବନ ନଷ୍ଟ ହେଇ ଯାଉଛି ।
ଏସବୁ ବ୍ୟତୀତ ଦୁଇ ଦିନର ଭଲପାଇବା ପାଇଁ ବହୁତ ସମୟରେ ଯୁବକ ଯୁବତୀ ମାନେ ନିଜ ଭଲପାଇବା ପାଖକୁ ଚାଲି ଆସନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମନେ ଯେଉଁ ଛଳନା ର ଶିକାର ହେଇଥାନ୍ତି ତା ବିଷୟରେ କଣ ବା କହିବୁ ।ତେବେ ଏହି ଘଟଣା ଉପରେ ନଜର ଦେଉ ନାହାନ୍ତି ଯେଉଁ ଯୁବକ ପ୍ରେମରେ ଯୁବତୀ ନିଜ ଘରଦ୍ୱାର ଛାଡ଼ି ଥିଲେ ଆଜି ସେହି ପ୍ରେମିକ ପରିସ୍ରା ଯିବ କହି ଅଧା ବାଟରେ ଛାଡ଼ି ଦେଇଛି ।
ଆଜିର ଏହି ସମୟରେ ଯୁବପିଢ଼ି ଅଳ୍ପ ବୟସରୁ ଭଲ ପାଇ ଅନେକ ଭୁଲ ପଦକ୍ଷେପ ଉଠାଉଛନ୍ତି ଆଉ ପରବର୍ତ୍ତୀ ସମୟରେ ପରିଣାମ ଭୟଙ୍କର ହେଉଛି ।ତେବେ ବର୍ତ୍ତମାନ ଭଲପାଇବାରେ କେବଳ ସ୍ୱାର୍ଥ ଲୁଚ ରହିଥାଏ ତେଣୁ ବିବାହ ଛଳନା କରି ଅନେକ ଯୁବକ ନିରୀହ ଯୁବତୀ ମାନଙ୍କ ଜୀବନ କୁ ନଷ୍ଟ କରି ଦେଉଛନ୍ତି ।ଆଉ ଏହି ପରି ଘଟଣା ପ୍ରତିଦିନ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଥିଲେ ବି ଆଜି ବି ଅନେକ ଯୁବତୀ ଏହିପରି ଭୁଲ କରି ଯାଉଛନ୍ତି ।ଯେପରି ଏହି ଘଟଣାରେ ଦେଖନ୍ତୁ ଭଲପାଇ ଦୁଇ ବର୍ଷର ବିବାହ ପରେ ପ୍ରେମିକା ଠକି ଦେଇଛି ପ୍ରେମିକ ।
ତେବେ ଘଟଣା ଅନୁଯାୟୀ ବିନିକା ଥାନା ଅନ୍ତର୍ଗତ ଜଣେ ଯୁବତୀ ଯିଏ ଡିପ୍ଲୋମା କରୁଥିବା ବେଳେ ଜଣେ ଯୁବକଙ୍କୁ ଭଲ ପାଇଥିଲେ ।ଉଭୟଙ୍କ ଭିତରେ ଧୀରେ ଧୀରେ ସମ୍ପର୍କ ବଡିବାରେ ଲାଗିଲା ତେବେ ଘରେ ଯୁବତୀର ବିବାହ ଠିକ ହେଇ ସାରିଥିଲା ।ଆଉ ଠିକ ବିବାହ ର କିଛିଦିନ ଆଗରୁ ଯୁବକ ଜଣକ ନିଜ ପ୍ରେମିକାକୁ ବିବାହ କରିବେ କହି ଉଭୟ ଘର ଛାଡ଼ି ଚାଲିଗଲେ ।ଆଉ ପରେ ଦୁଇ ବର୍ଷ ଭିତରେ ଉଭୟ କୋର୍ଟ ମ୍ୟାରେଜ କରିବା ସହିତ ଭିନ୍ନ ଭିନ୍ନ ଜାଗାରେ ରହିଥିଲେ ।ହେଲେ ଡିଜିରେ ଧୀରେ ଯୁବକ ଯୁବତୀଙ୍କୁ ଟ୍ରଚର କରିବାରେ ଲାଗିଲେ ।
ଆଉ ଘଟଣା ଏତିକିରେ ନରହି ଯୁବତୀଙ୍କୁ ଯୁବକ ନିଜ ଘରୁ ଜାଗା ମାଗିବା ପାଇଁ ବାରମ୍ବାର କହୁଥିଲେ ।ଆଉ ଏମିତି ଚାଲିଥିଲା ହେଲେ ଥରେ ଯୁବକ ଯୁବତୀଙ୍କୁ କୁଆଡେ ନେଇଯିବେ କହି ଅଧା ରାସ୍ତାରେ ମିଛ କହି ଠକି ଦେଇ ଚାଲିଗଲେ ।ଆଉ ଏପଟେ ଯୁବତୀ ନିଜ ଘରେ ପହଂଚି ସବୁ ଘଟଣା ଜଣାଇବା ସହିତ ଯୁବକ ଏମିତି ଠକି ଦେଇଥିବାରୁ ନ୍ୟାୟ ପାଇବା ପାଇଁ ବିନିକା ଥାନାରେ ଅଭିଯୋଗ କରିଛନ୍ତି ।ଆଉ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ଯୁବକକୁ ଖୋଜିବାରେ ଲାଗିଛି କିନ୍ତୁ ଏଯାଏ ଯୁବକ ପତା ମିଳି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।