ବର୍ତ୍ତମାନ ସୋସିଆଲ ମେଡିଆରେ ଛୋଟ ପିଲାଙ୍କୁ ନେଇ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ ।ତେବେ କିଛି ଭିଡ଼ିଓ ଏମିତି ଥାଏ ଯାହାକୁ ଦେଖିଲେ ହସି ହସି ଗଡିଯିବେ ।ତେବେ ଗୋଟିଏ ଛୋଟ ପିଲାଙ୍କ ଦେଖନ୍ତୁ ଏହି ଭିଡ଼ିଓରେ କେମିତି ନିଜ ସ୍କୁଲ ର ଦିଦିଙ୍କୁ କଣ କହୁଛି ।
ଆଉ ସେ ପାଠ ପଡି ବଡ଼ ହେଲେ କଣ କରିବ ସେ ବିଷୟରେ ବି କହୁଛି, କିନ୍ତୁ ପିଲାଟି ଏତେ ସବୁ କଥା କହୁଛି କିନ୍ତୁ ତା ସଙ୍ଗରେ କାନ୍ଦିବାରେ ଲାଗୁଛି ।ତେବେ ପିଲାର କାନ୍ଦ ସହିତ କଥା ଗୁଡିକ ଶୁଣିଲା ବେଳକୁ ଖୁବ ମଜା ଲାଗୁଛି, ତେବେ ଭିଡ଼ିଓ ଟି ଦେଖିଲେ ଜାଣି ପାରିବେ ପିଲାଟିର କଥା କେତେ ମଜାଦାର ଅଟେ ।
ତେବେ ଯେତେବେଳେ ସୋସିଆଲ ମେଡିଆରେ ଛୋଟ ପିଲାଙ୍କର କିଛି ମଜଳିଆ ଓ କୌତୁହଳ ଭିଡ଼ିଓ ଦେଖିବାକୁ ମିଳେ ତାହା ସମସ୍ତେ ଦେଖିବାକୁ ଖୁବ ପସନ୍ଦ କରନ୍ତି ।ତେବେ ଆପଣ ତ ଜାଣିଛନ୍ତି ଆଜିର ପିଲା ମାନେ ନିଜ ମାଆବାପା ଙ୍କ ବ୍ୟତୀତ ନିଜ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହିତ ଖୁବ ନିକଟତର ହେଇଥାନ୍ତି ।ତେବେ ବର୍ତ୍ତମାନ ଦେଖିବାକୁ ମିଳିଛି କେମିତି ଛୋଟ ପିଲାଟି ପାଠ ପଡି ନଥିବାରୁ ଶିକ୍ଷୟତ୍ରୀ ତାକୁ ଗାଳି ଦେଉଛନ୍ତି ।ଆଉ ସେତିକି ବେଳେ ପିଲାଟି କାନ୍ଦିବାରେ ଲାଗୁଚି ଆଉ ସେହି କାନ୍ଦ ଭିତରେ ଯେମିତି କ୍ୟୁଟ ଭାବରେ ପାଠ ପଡିବ କହୁଛି ତାହା ଦେଖି ସୋସିଆଲ ମେଡିଆରେ ଲୋକେ ପାଗଳ ହେଉଛନ୍ତି ।
ତେବେ ଆପଣ ଏହି ଭାଇରଲ ଭିଡ଼ିଓରେ ଦେଖି ପାରିବେ ଜଣେ ଛୋଟ ଝିଅ ଟିଏ ଯିଏ ସ୍କୁଲ ଡ୍ରେସରେ ସ୍କୁଲ କ୍ଳାସ ରୁମରେ ଅଛି ।ତେବେ ପିଲାଟି ପାଠ ନପଡ଼ି ଦୁଷ୍ଟ ହେଉଥିବାରୁ ଶିକ୍ଷୟିତ୍ରୀ ତାକୁ ଆଗକୁ ଆସିବାକୁ ।ଶିକ୍ଷୟତ୍ରୀ ତାକୁ କହୁଛନ୍ତି ପାଠ ସାଠ ନାହିଁ ଖାଲି ସବୁବେଳେ କାନ୍ଦୁଛି । ଏହାପରେ କୁନି ଝିଅଟି କହୁଛି ମାଆ କହିଛିି ପାଠ ପଢିବାକୁ, ମୁଁ ପଢିବି। କିନ୍ତୁ ଏବେ ମୋର ପଢିବାକୁ ଇଛା ନାହିଁ।ଶିକ୍ଷୟତ୍ରୀ ପୁଣି କହୁଛନ୍ତି ଅ, ଆ ଲେଖିବାକୁ କହିଥିଲି ତୁ ଲେଖି ନାହୁଁ କଣ ପାଇଁ? ଉତ୍ତରରେ ପୁଣି ପିଲାଟି କହୁଛି ମୁଁ ଲେଖିଛି ତ।ଏହା ତେବେ ବିନା ମାଡ଼ ଗାଳି ରେ କଥା କଥାରେ ପିଲାଟି ଏପରି କାନ୍ଦୁଛି ତାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ।
ପିଲାଟି କହୁଛି ମୋତେ ଗାଳି ଦିଅନି ମୁଁ ପାଠ ପଢିବି। ମୋତେ ମାରିବ ବୋଲି କହିଲ ମୋତେ କାନ୍ଦ ଲାଗିଲା । ମୁଁ ପାଠ ପରେ କରିକି ଆଣିବି।ମୋତେ ଗାଳି ଦିଅନି। ପାଠ ପଢ଼ିଲେ ମୁଁ ବଡ଼ ଚାକିରି କରିବି ନହେଲେ ମୁଁ ମୁର୍ଖ ହେବି, ମୂର୍ଖ ହେଲେ ଗାଈ ଚରେଇବି ।ମୁଁ ପାଠ ପଢିବି, ପାଠ ପଢ଼ିଲେ ବଡ଼ ଚାକିରି କରିବି ଆଉ କୁରକୁରି ଚକଲେଟ ଖାଇବି ।ତେବେ ଛୋଟ ପିଲାର ଏମିତି କଥାଗୁଡିକ ଯିଏ ଶୁଣୁଛି ସେ ହସି ହଡି ଗଡି ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।