Daily news update , Real odisha local news

ଫେଟି ଲିଭର ( Liver ) ଠିକ୍ କରିବାର ସବୁଠୁ ସହଜ ଘରୋଇ ଉପାୟ – Health Tips

0 283

ବନ୍ଧୁମାନେ ବର୍ତ୍ତମାନ ସମସ୍ତଙ୍କ ଜୀବନ ଖୁବ ବ୍ୟସ୍ତତା ଭିତରେ ବିତୁଛି ଆଉ ସେହି ଭିତରେ କେହି ବି ନିଜ ଶରୀରର ଯତ୍ନ ନେଇ ପାରୁ ନାହାନ୍ତି ।ବହୁତ ସମୟରେ କଁ ଖାଦ୍ୟ ଖାଇବି ମେଦ ବଡି ଯାଉଛି ଅନେକ ସମୟରେ ଲିଭର ଜନିତ ସମସ୍ୟା ବି ଦେଖାଯାଉଛି ।ଯେମିତି ଖାଦ୍ୟ ବି କେତେବେଳେ ହଜମ ହୁଏ ନାହିଁ ଗ୍ୟାସ, ବଦ ହଜମୀ ପରି ଅନେକ ଅସୁବିଧା ଦେଖାଯାଏ ।

ଆଉ ଏହା ଥରେ ହେଲା ମନେ ଭଲ ହେବା ବହୁତ ମୁସ୍କିଲ ଅଟେ ।ତେବେ ଲିଭର ରେ ଫେଟ ବଦିଗଲେ ତାହା ଆହୁରି ବଡ଼ ଅସୁବିଧା ଅଟେ ।ତେବେ କେମିତି ଭଲ କରିବେ ଏହି ଲିଭର ଜନିତ ସମସ୍ୟା ସେ ପାଇଁ ଆଜି ଆମେ ଆପଣଙ୍କୁ ଦୁଇଟି ସମାଧାନ ଜଣାଇବୁ ।ତା ଆଗରୁ ଆଉ କିଛି ଲିଭର ଅସୁବିଧା ବିଷୟରେ ଆସନ୍ତୁ ଜାଣିବା ।


ଲିଭର ରେ ଫେଟ ବଡିବା ଅନେକ ଲିଭର ସମସ୍ୟା ଗୁଡିକ ଭିତରୁ ଗୋଟିଏ, ତେବେ ଲିଭର ଫେଟ ବଡିବାର 3ଟି ଷ୍ଟେଜ ରହିଛି ।ତେବେ ଯେତେବେଳେ ଲିଭର ସିରସିସ ହେଇଥାଏ ସେତେବେଳେ କୌଣସି ପ୍ରକାରର ଚିକିତ୍ସା କରିହୁଏ ନାହିଁ ।ଏହି କ୍ଷେତ୍ରରେ ବହୁତ ଥର ଲିଭର ସେଲ ନଷ୍ଟ ହେଇଯାଏ ଆଉ ତାହା ବହୁତ ବଡ଼ ବିପଦ ଆଣିଦିଏ ।ତେବେ ପ୍ରାଇମେରୀ ଷ୍ଟେଜରେ ଆପଣ ଏହାର ଚିକିତ୍ସା କରିପାରିବେ ତେବେ ଏହା ଆପଣ ନିଜ ଘରେ କିଛି ଘରୋଇ ଉପାୟ ବ୍ୟବହାର କଲେ ଆହୁରି ଭଲ ଉପଶମ ମିଳିବ ।ତେବେ ଆସନ୍ତୁ କିଛି ଘରୋଇ ରିମେଡି ବିଷୟରେ ଜାଣିବା ।

ପ୍ରଥମ ରିମେଡି:-

ଆବଶ୍ୟକ ସାମଗ୍ରୀ:-
-ପାଣି
-ଆପୋଲୋ ସାଇଡର ଭିନେଗାର
-ଲେମ୍ବୁ
-ମହୁ

ରିମେଡି ପ୍ରସ୍ତୁତ ପ୍ରଣାଳୀ:-

-ତେବେ ଏହି ରିମେଡି ପାଇଁ ଆପଣ ପ୍ରଥମେ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ ଆଉ ସେଥିରେ ଏକ ଆପୋଲୋ ସାଇଡର ଭିନେଗାର ମିଶାନ୍ତୁ ।ତାପରେ ଏକ ଚାମଚ ମହୁ ଓ ଏକ ଚାମୁଚ ଲେମ୍ବୁରସ ସେହି ପାଣିରେ ମିଶାନ୍ତୁ ।ଏବେ ସବୁକୁ ଭଲ ଭାବରେ ଗୋଳେଇ ନିଅନ୍ତୁ ।

-ତେବେ ପ୍ରସ୍ତୁତ କରିଥିବା ଏହି ଡ୍ରିଙ୍କ କୁ ଆପଣ ନୀତିଦିନ ସକାଳେ ଉଠି ଖାଲି ପେଟରେ ପିଅନ୍ତୁ ।ଆଉ ଏମିତି ରେଗୁଲାର ପିଅନ୍ତୁ ଦେଖିବେ ଧୀରେ ଧୀରେ ଆପଣଙ୍କ ପେଟର ଫେଟ ନିଶ୍ଚିତ କମିବାରେ ଲାଗିବ ।

ଦ୍ଵିତୀୟ ରିମେଡି:-

ଆବଶ୍ୟକ ସାମଗ୍ରୀ:-
-ଆମଲା
-ହଳଦୀଗୁଣ୍ଡ
-ଗୁଲମରିଚ ଗୁଣ୍ଡ
-ଲେମ୍ବୁରସ

ରିମେଡି ପ୍ରସ୍ତୁତ ପ୍ରଣାଳୀ:-

-ତେବେ ଏହି ରିମେଡି ପାଇଁ ଆପଣ ପ୍ରଥମେ ଆପଣ କିଛି କଞ୍ଚା ଆମଲା ନେଇ ତାଙ୍କ ଛୋଟ ଛୋଟ କରି ଏକ ଗ୍ଲାସ ପାଣି ଦେଇ ଗ୍ରାଣ୍ଡିଂ କରିନିଅନ୍ତୁ ।ଏବେ ସେହି ଯୁସରେ ଆପଣ ଅଧା ଚାମୁଚ ହଳଦୀଗୁଣ୍ଡ,ଚିମୁଟାଏ ଗୁଲମରିଚ ଗୁଣ୍ଡ ଓ ଏକ ଚାମଚ ଲେମ୍ବୁରସ ମିଶାନ୍ତୁ ।ଏବେ ସବୁକୁ ଭଲକରି ମିଶାଇ ନିଅନ୍ତୁ ।

-ଏବେ ଏହି ଡ୍ରିଙ୍କ କୁ ଆପଣ ରାତିରେ ଶୋଇବା ଆଗରୁ ପିଅନ୍ତୁ ।ତେବେ ଯଦି ଆପଣ ଏହି 2ଟି ରିମେଡିକୁ ଲଗାତାର ଦିନ ରାତି 3 ମାସ ପର୍ଯ୍ୟନ୍ତ ପିଉଛନ୍ତି ତେବେ ଅପଣଙ୍କର ଲିଭର ଫେଟ ଓ ଅନ୍ୟ ଲିଭର ଜନିତ ସମସ୍ୟା ଭଲ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.