Daily news update , Real odisha local news

ପିଲା ବିଛଣାରେ ପରିସ୍ରା କରୁଛି କି? ଜାଣନ୍ତୁ ଏହାର ଚିକିତ୍ସା -DR. ANITHA

0 1,329

ବନ୍ଧୁମାନେ ଛୋଟ ପିଲା ଙ୍କର ବିଛଣା ରେ ପରିସ୍ରା କରିବା ସ୍ୱାଭାବିକ, ତେବେ ଅନେକ ସମୟରେ ପିଲାର ବୟସ ବଡି ଚାଲୁଥିଲେ ବି ତାଙ୍କର ଏହି ଅଭ୍ୟାସ ଛାଡ଼ି ନଥାଏ ।ଆଉ ଏହି ସମସ୍ୟା ସବୁ ପିଲାଙ୍କ ପାଖରେ ଦେଖା ଯାଏ ନାହିଁ କିଛି କିଛି ପିଲାଙ୍କ କ୍ଷେତ୍ରରେ ଦେଖାଯାଏ

ବହୁତ ସମୟରେ ବାପାମାଆ ଏହାକୁ ଚିନ୍ତାରେ ରହୁଥିବା ବେଳେ ଏପରି କାହିଁକି ପିଲା ପାଖରେ ଦେଖା ଯାଉଚି ସେ ବିଷୟରେ ଜାଣିପାରନ୍ତି ନାହିଁ ।ତେବେ ଏନେଇ କିଛି ବିଶେଷଜ୍ଞ ଅନେକ ମତ ଦେବା ସହିତ ପିଲାଙ୍କର ପରିସ୍ରା କୁ କେମିତି ରୋକିବେ ସେ ନେଇ ବତାଇଛନ୍ତି ।

ତେବେ ବିଶେଷଜ୍ଞ ଙ୍କ କହିବା ଅନୁସାରେ ପିଲାର ଖାଦ୍ୟପେୟ ଉପରେ ଏହି ପରିସ୍ରା ସମସ୍ୟା ନିର୍ଭର କରିଥାଏ ।ତେଣୁ ଆପଣ ଯଦି ପିଲାଙ୍କର ଖାଦ୍ୟପେୟ ଉପରେ ବିଶେଷ ଗୁରୁତ୍ୱ ଦେବେ ତାହେଲେ ଏହି ସମସ୍ୟା ସମାଧାନ ହେଇପାରିବ ।ବହୁତ କ୍ଷେତ୍ରରେ ଏପରି ପରିସ୍ରା ସାଧାରଣ ସମସ୍ୟା ହେଇଥିବା ବେଳେ ବେଳେବେଳେ ଏହା ଏକ ପ୍ରକାରର ରୋଗ ବି ଅଟେ ।ଯେତେବେଳେ ପିଲା 7 ବର୍ଷ ପରେ ବି ବିଛଣା ରେ ପରିସ୍ରା କରୁଚି ସେତେବେଳେ ପିଲାର ସ୍ୱାସ୍ଥ୍ୟ ରେ କିଛି ଗଡ଼ବଡ଼ ରହିଛି ।

ଯଦି ପିଲା ବିଛଣା ପରିଶ୍ରା କରୁଥିବେ ସେତେବେଳେ ମୂତ୍ର ରୋଗ, ଫାଇମୋସିସ ବା ସ୍ନାୟୁ ରୋଗ ଆଦି ହେବାର ସମ୍ଭାବନା ରହିଥାଏ ।ଆଉ ଏହି ରୋଗ ଜାଣିବା ଆପଣ ତୁରନ୍ତ ପିଲାଙ୍କୁ ଡାକ୍ତର ଙ୍କୁ ଦେଖାଇବା ଦରକାର ।ଏହା ବ୍ୟତୀତ ଯେତେବେଳେ ପିଲା ମାନସିକ ସ୍ତର ରେ କିଛି ସମସ୍ୟା ରେ ରହିଥାଏ ତାହାଲେ ବିଷୟରେ ବି ନଜର ଦେବା ଆବଶ୍ୟକ ।ଏହା ବ୍ୟତୀତ ପିଲାର ରାତି ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ରାତିରେ ଅଧିକ ଜଳୀୟ ଖାଦ୍ୟ ପିଲାଙ୍କୁ ଦେବା ଅନୁଚିତ ।

ଏହି ପରିସ୍ରା ର ଚିକିତ୍ସା କଣ…

-ପିଲାଙ୍କୁ ରାତିରେ କମ ପାଣି ପିଇବାକୁ ଦେବେ, ରାତିରେ ପିଲାଙ୍କୁ ଉଠାଇ ପରିସ୍ରା କରେଇ ନିଅନ୍ତୁ ।
-ପିଲାଙ୍କୁ ଅଧିକ ମସଲା ଯୁକ୍ତ ଖାଦ୍ୟ ଦିଅନ୍ତୁ ନାହିଁ ସମ୍ଭବତଃ ସେହି ଖାଦ୍ୟ ଗୁଡିକ ଠାରୁ ପିଲାଙ୍କୁ ଦୁରେଇ ରଖନ୍ତୁ ।
-ପିଲା ଙ୍କୁ ଅଧିକ ଫୋନ ଓ ଟିଭି ଦେଖିବାରୁ ଦୁରେଇ ରଖନ୍ତୁ ।


-ଶୋଇବାକୁ ଯିବା ପୂର୍ବରୁ ପିଲାଙ୍କୁ ପରିସ୍ରା କରେଇ ନେବେ ।
-ଏସବୁ ବ୍ୟତୀତ ଆପଣ ପିଲାଙ୍କୁ ପ୍ରଲୋଭନ ଦିଅନ୍ତୁ କି ଯଦି ସେମାନେ ରାତିରେ ପରିସ୍ରା ନକରିବେ ତାଙ୍କୁ କିଛି ପୁରସ୍କାର ମିଳିବ ।

ତେବେ ଯଦି ଆପଣଙ୍କ ଘରେ ପିଲା ରାତିରେ ବିଛଣାରେ ଏମିତି ପରିସ୍ରା କରୁଛି ତାହେଲେ ତାଙ୍କୁ ଏମିତି ଭାବେ ଚିକିତ୍ସା କରିପାରିବେ ।ଆଉ ଯଦି ଏସବୁ କଲେ ନି କିଛି ଫରକ ଆସୁନାହିଁ ତାହେଲେ ଆପଣ ପଲକୁ ଡାକ୍ତର ଦେଖାଇବା ସହିତ ତାଙ୍କ ପରିସ୍ରା କାରଣ ଜାଣି ସମାଧାନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.