Daily news update , Real odisha local news

ପିଣ୍ଟୁ ଙ୍କ ରୋଗ ବିଷୟରେ କହିଲେ ଦିଲ୍ଲୀ ଡାକ୍ତର, ଖରାପ୍ ଜୀବନ ଶୈଳୀ ପାଇଁ ଆଜି ଏଇ ଦଶା

0 1,642

ବନ୍ଧୁମାନେ ଆପଣ ମବେ ଜାଣିଛନ୍ତି ଓଡ଼ିଆ ସିନେ କଳାକାର ପିଣ୍ଟୁ ନନ୍ଦ ନଜର ଦେହ ରବେ ବହୁତ ଖରାପ ।ତେବେ ଲିଭର ଜନିତ ସମସ୍ୟା ରେ ପିଣ୍ଟୁ ପୀଡିତ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଯିବାକୁ ପଡିଛି ।ହେଲେ ପିଣ୍ଟୁ ଙ୍କୁ କୋଉ ରୋଗ ହେଇଛଜ ଆଉ ଏହି ରୋଗ ହେବାପଚରେ କଣ କଣ କାରଣ ରହିଥାଏସେହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଦିଲ୍ଲୀ ଡାକ୍ତର ।

ଆଉ ବର୍ତ୍ତମାନ ପିଣ୍ଟୁ ଅବସ୍ଥା କେମିତି ଓ ତାଙ୍କର କେମିତି ଚିକିତ୍ସା ହେବାକୁ ଯାଉଛି ତାହା ବିଷୟରେ ବୁଝାଇ କହିଛନ୍ତି ଡାକ୍ତର ।

ତେବେ ଡାକ୍ତର ଙ୍କ କହିବା ଅନୁସାରେ ପିଣ୍ଟୁ ଙ୍କୁ ଲିଭର ସିରସିସ ନାମକ ରୋଗ ହେଇଛି।ତେବେ ପ୍ରାଇମେରୀ ଷ୍ଟେଜରେ ଲିଭର ରେ ଦେଖା ଯାଉଥିବା ସମସ୍ୟା ର ଚିକିତ୍ସା ହେଇ ପାରିବ ଆଉ ଯେତେବେଳେ ଏହା ବଡି ବଡି ଲିଭର ସିରସିସ ରେ ପହଞ୍ଚି ଯାଏ ସେତେବେଳେ ଲିଭର ଟ୍ରାନ୍ସପ୍ଲାଟ କରିବାକୁ ପଡିଥାଏ ।ଲିଭର ଟ୍ରାସପ୍ଲାଟ କଲେ ସେଥିରେ ସପରେସନ ସଫଳତା ର ଚାନ୍ସ 80 ରୁ 90 ପ୍ରତିଶତ ରହିଥାଏ ।ତେବେ ଏହି ରୋଗ ହେବା ପଛରେ ମୁଖ୍ୟ କାରଣ ହେଉଛି ଅଧିକ ମଦ୍ୟପାନ କରିବା, ମୋଟାପା,ଡାଇବେଟିସ ଓ ବର୍ତ୍ତମାନ ର ଜୀବନଶୈଳି ।

ତେବେ ଡାକ୍ତର ଙ୍କ କହିବା ଅନୁସାରେ ପିଣ୍ଟୁ ଙ୍କ ଜଣେ ଅଭିନେତା ଏହାଛଡା ଅନେକ କଳାକାର ମାନଙ୍କ ଜୀବନଶୈଳି ପାଇଁ ସେମାନଙ୍କ ପାଖରେ ଅଧିକ ଲିଭର ସମସ୍ୟା ଦେଖିବାକୁ ମିଳିଥାଏ ।ତେବେ ପିଣ୍ଟୁ ଙ୍କ କ୍ଷେତ୍ରରେ ପ୍ରଥମ ଅବସ୍ଥା ଏମିତି ହେଉଛି ତାଙ୍କୁ ଜଣ୍ଡିସ ଓ ପରେ ପରେ ପେଟରେ ପାଣି ଜମିଯିବା ଯୋଗୁଁ ତାଙ୍କ ଅବସ୍ଥା ଶୋଚନୀୟ ହେଇ ପଡିଛି ।ତେବେ ଦିଲ୍ଲୀ ରେ ଡାକ୍ତର ତାଙ୍କର ଅବସ୍ଥା ଦେଖିଲା ପରେ କହିବେ କି କଣ କରିବାକୁ ପଡିବ । ସାଧାରଣତଃ ଏମିତି କେସ ରେ ଲିଭର ଟ୍ରାସପ୍ଲାଟ କରିବାକୁ ପଡିଥାଏ, ଆଉ ନର୍ମାଲ ଚିକିତ୍ସା ବି ରହିଛି ।ହେଲେ ସଫଳ ଲିଭର ଟ୍ରାସପ୍ଲାଟ ହେଲା ପରେ ସେହି ରୋଗୀ ଠିକ ହେଇଯାଏ କିନ୍ତୁ ନର୍ମାଲ ଚିକିତ୍ସା ହେଲେ ମେଡ଼ିସିନ ଉପରେ ନିର୍ଭର ହେବାକୁ ପଡ଼ିଥାଏ ।

ପିଣ୍ଟୁ ଙ୍କର ଡାକ୍ତର ଏହା ବି କହିଥିଲେ କି ଲିଭର ଟ୍ରାସପ୍ଲାଟ ରେ ବଡ଼ ଡାକ୍ତରୀ ଟିମ କାମ କରିବା ସହିତ ଏହି ଅପରେସନ ଖୁବ ରିସ୍କି ବି ।ଆଉ ଅପରେସନ ସଫଳ ହେଲେ ରୋଗୀ ମାସକ ଭିତରେ ଭଲ ହେଇ ଘରକୁ ଯାଇପାରନ୍ତି ।ତେବେ ଦେଖିବାକୁ ରହିଲା କି ଦିଲ୍ଲୀ ରେ ପିଣ୍ଟୁ ଙ୍କର ଚିକିତ୍ସା କେମିତି ହେବ ଆଉ କଣ ତାଙ୍କର ଲିଭର ଟ୍ରାନ୍ସପ୍ଲାଟ କରିବାକୁ ପଡିବ କି !ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବର୍ତ୍ତମାନ ନିଜ ଶରୀର କୁ ଠିକ ରଖିବା ପାଇଁ ନିଜ ବଂଚିବାର ତରିକା କୁ ବଦଳାନ୍ତୁ ନହେଲେ ହୁଏତ ଆପଣ ବି ଏମିତି ବଡ଼ ବଡ଼ ରୋଗର ଶିକାର ହେଇପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.