ବନ୍ଧୁଗଣ ଆମେ ବର୍ତ୍ତମାନ ଏକ ଆଡ଼ଭାନ୍ସ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସ ବାସ କରୁଛନ୍ତି। ଆଉ ବର୍ତ୍ତମାନ ର ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ମଧ୍ୟ ଟେକ୍ନୋଲୋଜି ମାଧ୍ୟମ ରେ ହେଉଛି ଆଉ ଏହା ଆମ ଜୀବନ କୁ ଅତ୍ୟନ୍ତ ସରଳ ମଧ୍ୟ କରି ଦେଇଛି ।
ଆପଣ ଜାଣିଥିବେ କି ଏହି ଟେକ୍ନୋଲୋଜି ସାହାଯ୍ୟ ରେ ଆମେ ଗୋଟିଏ ସ୍ଥାନ ରେ ଛିଡା ହୋଇ ପୁରା ବ୍ରହ୍ମାଣ୍ଡ କୁ ଦେଖି ପାରିବୁ ମଧ୍ୟ। କିନ୍ତୁ କଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଟେକ୍ନୋଲୋଜି ଦ୍ୱାରା ବର୍ତ୍ତମାନ କୃତିମ ଉପାୟ ରେ ମଣିଷ ମଧ୍ୟ ତିଆରି ହୋଇ ପାରିବ ବୋଲି ବର୍ତ୍ତମାନ ସୂଚନା ରହିଛି।
ତେବେ ସୂଚନା ଯୋଗ୍ୟ କି, ବର୍ତ୍ତମାନ ଆଉ ମହିଳା ମାନ ଙ୍କୁ ଗର୍ଭ ରେ ଧରିବା ପାଇଁ ହେବ ନାହିଁ କିମ୍ବା ଗର୍ଭ ଯନ୍ତ୍ରଣା କୁ ସହି ପିଲା ଜନ୍ମ କରିବା କୁ ପଡିବ ନାହିଁ। ଏଣିକି କେବଳ ଆଟିଫିସିଆଲ ଟେକ୍ନୋଲୋଜି ମାଧ୍ୟମ ରେ ଗୋଟିଏ ପିଲା ମଧ୍ୟ ସୃଷ୍ଟି ହୋଇ ପାରିବ କେବଳ ଗୋଟିଏ ବାର୍ଥପଡ ରେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା କି ଆପଣ ଯେଉଁ ଭଳି ଗୁଣ, ରୂପ ଓ ରଙ୍ଗ ର ପିଲା ଚାହିଁବେ ଏହି ମେସିନ ମାଧ୍ୟମ ରେ ସେହି ଭଳି ପିଲା ନେଇ ପାରିବେ। ତେବେ ଏହି ଯନ୍ତ୍ର କୁ ବାର୍ଥପଡ ବୋଲି କୁହା ଯାଇଛି।
ତେବେ ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ରେ ପ୍ରସ୍ତୁତ ଏହି ବାର୍ଥପଡ କୁ ଆବିଷ୍କାର କରିଛନ୍ତି ହମିଟେଲ ଥେଲି, ଯିଏକି ଜଣେ ବିଦେଶୀ ବୈଜ୍ଞାନିକ ଅଟନ୍ତି। ତେବେ ଥେଲି ଙ୍କ କହିବା ଅନୁସାରେ ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ରେ ପ୍ରସ୍ତୁତ ବାର୍ଥପଡ ରେ ଗୋଟିଏ ପିଲା ର ଭୃଣ ଅବସ୍ଥା ଠାରୁ ଜନ୍ମ ନେବା ପର୍ଯ୍ୟନ୍ତ ସବୁ ପ୍ରକାରର ଫେସିଲିଟି ରହିଛି। ଏବଂ ଏହି ପିଲା ଟିକୁ ତାର ବାପା ମା ପ୍ରତିଦିନ ଦେଖି ପାରିବେ ଆଉ ମା ମାନ ଙ୍କୁ ଗର୍ଭ ରେ ପିଲା ଧାରଣ କରିବାକୁ ହେବ ନାହିଁ କିମ୍ବା ପ୍ରସବ ଯନ୍ତ୍ରଣା ସହିବା କୁ ହେବ ନାହିଁ।
ତେବେ ଥେଲି ଙ୍କ କହିବା ଅନୁସାରେ, ଏହି ବାର୍ଥପଡ ମାଧ୍ୟମ ରେ ଦମ୍ପତି ଯେଉଁ ଭଳି ଗୁଣ, ଜ୍ଞାନ , ରଙ୍ଗ ର ପିଲା ଚାହିଁବେ ସେହିପରି ପିଲା ପାଇ ପାରିବେ। ଏକା ଥର କେ ଏହି ମେସିନ ମାଧ୍ୟମରେ ୩୦ ହଜାର ପିଲା ସୃଷ୍ଟି କରାଯାଇ ପାରିବ। ତେବେ ଏହା ଖୁବ ଶ୍ରୀଘ ସତ ହେବା କୁ ଯାଉଛି ବୋଲି ମଧ୍ୟ କହିଛନ୍ତି ଥେଲି। ତେବେ ଏହି ସୂଚନା ଟି ବିଷୟ ରେ ଜାଣିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।ମା ଓ ଶିଶୁ ମଧ୍ୟରେ ଥିବା ସେହି ସେନ୍ହ ଓ ଭଲପାଇବା ରହିବ କି ନାହିଁ ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।ତେବେ ଘଟଣା ଟି କିନ୍ତୁ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।