ବନ୍ଧୁମାନେ ପ୍ରକୃତ ପ୍ରେମର କୌଣସି ସୀମା ନଥାଏ ଦେଶ, ଜାତି,ରଙ୍ଗ ଭିତ୍ତିରେ ଏଠାରେ କେବଳ ପ୍ରକୃତ ଭଲପାଇବା ରହିଥାଏ ।ଆଉ ସେହି ଭଲପାଇବା ପ୍ରେମ ପାଇଁ କେହି କେହି ନିଜ ଦେଶ ରାଜ୍ୟ କୁ ଛାଡି ଚାଲି ଆସିଥାନ୍ତି କୋଉ ଅଜଣା ରାଇଜ କୁ ।ତେବେ ଦେଖୁ ନାହାଁନ୍ତି କେମିତି ଆମେରିକା ର ଝିଅ ର ମନ କିଣି ନେଇଛି ଓଡିଶା ଆଉ ସେ ବନି ଯାଇଛନ୍ତି ଶ୍ରୀକ୍ଷେତ୍ର ବୋହୁ ।
ଶ୍ରୀକ୍ଷେତ୍ର ବୋହୁ ହେବା ପରେ ଓଡ଼ିଆ ରୀତିନୀତି ଓ ଓଡ଼ିଆ କଥା କୁ ବି ଆପଣେଇ ନେଇଛନ୍ତି ଏହି ବିଦେଶିନୀ ।
ତେବେ ବହୁତ ସମୟରେ ପ୍ରେମରେ ଧୋକା ପ୍ରତାରଣା ଆଦି ଦେଖିବାକୁ ମିଳୁଥିବା ବେଳେ ସେହି ଭିତରେ କିଛି ଏମିତି ପ୍ରେମ କାହାଣୀ ସମ୍ନାକୁ ଆସିଥାଏ ଯାହାକୁ ଶୁଣିଲେ ମନେ ହୁଏ ଆଜି ବି ପ୍ରକୃତ ଭଲପାଇବା ବଂଚିଛି ।ଆମ ଭାରତ ଓ ଓଡିଶା ଯାହା ବିଦେଶୀ ଙ୍କୁ ଖୁବ ଆକୃଷ୍ଟ କରିଥାଏ ଆଉ ଆଜି ବି ଅନେକ ଝିଅ ବିଦେଶୀ ଙ୍କୁ ବିବାହ କରୁଥିବା ବେଳେ ଅନେକ ବିଦେଶିନୀ ବି ଆମ ଭାରତ ର ବୋହୁ ପାଲଟିଛନ୍ତି ।ତେବେ ବର୍ତ୍ତମାନ ଓଡ଼ିଶା ରେ ଏମିତି ଗୋଟିଏ ଯୋଡି ଙ୍କୁ ଦେଖିବାକୁ ମିଳିଛି ଯେଉଁଠି ଜଣେ ଆମେରିକାର ଝିଅ ଓଡ଼ିଆ ବୋହୁ ହେଇଛନ୍ତି ।
ବର୍ତ୍ତମାନ ଓଡ଼ିଶାରେ ହକି ଟୁର୍ଣ୍ଣାମେଣ୍ଟ ଚାଲିଛି ଯାହାକୁ ଦେଖିବା ପାଇଁ ପ୍ରତିଦିନ ଅନେକ ଲୋକଙ୍କ ଭିଡ଼ ଜମୁଛି ।ଆଉ ଏହି ଭିତରେ ନଜର ଆସିଥିଲେ ଜଣେ ବିଦେଶୀ ଝିଅ କିନ୍ତୁ ଆଜି ସେ ଜଣେ ଓଡ଼ିଆ ବୋହୁ ପାଲଟିଛନ୍ତି ।ତେବେ ଏହି ପ୍ରେମ କାହାଣୀ ଟିକିଏ ନିଆରା ଥିଲା ତେବେ ତାହା ବିବାହ ରେ କେମିତି ବାନ୍ଧିହେଲା ଏ ବିଷୟରେ ଯୁବତୀଙ୍କ ସ୍ଵାମୀ ସିଦ୍ଧାର୍ଥ ରାୟ ବତାଇଛନ୍ତି ।ତେବେ ସିଦ୍ଧାର୍ଥ ରାୟ ଯିଏ ନିଜର ପି ଏଚ ଡି ଆମେରିକା ରେ କରୁଥିବା ସମୟରେ ସେହି ଆମେରିକା ଝିଅ ଙ୍କ ସହିତ ତାଙ୍କର ଦେଖା ହେଇଥିଲା ।
ଏହାପରେ ସିଦ୍ଧାର୍ଥ ଓ ସେହି ଯୁବତୀ ମଧ୍ୟରେ ପ୍ରେମ ସମ୍ପର୍କ ଗଡି ଉଠିଥିଲା ଦୀର୍ଘ 5 ବର୍ଷର ଭଲ ପରିବା ପରେ ଉଭୟ ଗତ ଡିସେମ୍ବର ରେ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ।ଆଉ ଉଭୟଙ୍କର ବିବାହ ପୁରୀରେ ହେଇଥିଲା କାରଣ ସିଦ୍ଧାର୍ଥ ଙ୍କ ଘର ପୁରୀ ରେ ଅଟେ ।ତେବେ ଉଭୟ ଆମେରିକାରେ ରହୁଥିବା ବେଳେ ଏବେ ଓଡ଼ିଶା ଆସିଥିଲେ ।ତେବେ ଏହି ବିଦେଶିନୀ ଓଡ଼ିଆ ବୋହୁ ନିଜର ନାଁ ସ୍ମାଏରମ କହିଛନ୍ତି ଆଉ ଧନ୍ୟବାଦ ପରି କିଛି ଓଡ଼ିଆ ଶବ୍ଦ ମଧ୍ୟ କହିଛନ୍ତି ।ବର୍ତ୍ତମାନ ନୂଆ କରି କିଛି ଓଡ଼ିଆ ସେ ଶିଖୁଛନ୍ତି ଆଉ ଓଡ଼ିଶାର ପରିବେଶ ଓ ଜଳବାୟୁ ତାଙ୍କୁ ଖୁବ ପସନ୍ଦ ଆସୁଛି ବୋଲି ଜଣାଇଛନ୍ତି ।ତେବେ ସବୁଠାରୁ ବଡ଼ କଥା ହେଉଛି ଓଡ଼ିଆ ବୋହୁ ପରି ସେ ସଂଖା ଓ ସିନ୍ଦୁର ପିନ୍ଧି ଥିବାର ନଜର ଆସିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।