ବର୍ତ୍ତମାନ ସମୟରେ ଅଧିକ ରୁ ଅଧିକ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଗୁରୁତ୍ୱ ଦେବା ଆରମ୍ଭ କରିଲେଣି ।ତେବେ ଆଜିର ଅଧିକାଂଶ ଲୋକଙ୍କ ପାଖରେ ବହୁତ ବଡ଼ ଅସୁବିଧା ସାଜିଛି ମେଦ ବା ଚର୍ବି ବଡିବା ।ତେବେ ଶରୀରରେ ଯେକୌଣସି ଅଂଶରେ ଚର୍ବି ଅଧିକ ହେଇଗଲେ ଆମେ ଅସୁନ୍ଦର ଦେଖାଯିବା ସହିତ ଅନେକ ଶାରୀରିକ ସମସ୍ୟା ବି ଆରମ୍ଭ ହେଇଯାଏ ।
ତେବେ ପେଟରେ ଚର୍ବି ଯେତେବେଳେ ବଡିଯାଏ ସେତେବେଳେ ଆପଣଂକୁ ଏକ ବଡ଼ ପେଟ ସହିତ କୁଆଡେ ଯିବାକୁ ଯେତିକି ଖରାପ ଲାଗେ ସେତେବେଳେ ଅଧିକ ଖରାପ ଲାଗେ ଯେତେବେଳେ କିଛି ଡ୍ରେସ ଫିଟିଂ ହୁଏ ନାହିଁ ।
ତେବେ ଏହି ବଡ଼ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଲୋକମାନେ ଯିମ ଓ ଅନେକ ମେଡ଼ିସିନ ନେଉଛନ୍ତି ।ତେବେ ଏମିତି ବି କିଛି ଉପାୟ ରହିଛି ଯେଉଁଥିରେ ବିଶେଷ କଷ୍ଟ କରିବାକୁ ପଡେ ନାହିଁ ହେଲେ ଟିକିଏ ସମୟ ଦେବାକୁ ପଡିବ ।ତେବେ ଆମେ ଆଜି ଆପଣଂକୁ ଏକ ବିଶେଷ ଘରୋଇ ଉପାୟ ବିଷୟରେ ଜଣାଇବୁ ଯାହା ମାନିଲେ ଆପଣ ମାତ୍ର 5 ମିନିଟ ରେ ପେଟରେ ଚର୍ବିକୁ କମାଇ ପାରିବେ ।ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବୁ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ଜିରା
-ପାନ ମଧୁରୀ
-ମେଥି
-ଜୁଆଣି
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ତିଆରି ପାଇଁ ଆପଣ ପ୍ରଥମେ ଆବଶ୍ୟକ ମୁତାବକ କୁହାଯାଇଥିବା ସାମଗ୍ରୀ ନିଅନ୍ତୁ ।ଏବେ ଆପଣ ଗୋଟିଏ ପେନ ରେ କିଛି ଜିରା,କିଛି ପାନ ମଧୁରୀ,କିଛି ମେଥି ଇ କିଛି ଜୁଆଣି ନିଅନ୍ତୁ ।ତାପରେ ସେହି ସବୁକୁ ଅଳ୍ପ ଆଞ୍ଚରେ 6 ରୁ 7 ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ ।ଯେତେବେଳେ ସେହି ସବୁର ରଙ୍ଗ ବାଦାମୀ ହେଇଯିବ ସେତେବେଳେ ଗ୍ୟାସ ବନ୍ଦ କରି ଦିଅନ୍ତୁ ତାପରେ ଏବେ ସେହି ସବୁକୁ ଭଲ କରି ଗୁଣ୍ଡ କରି ନିଅନ୍ତୁ
ରିମେଡିର ବ୍ୟବହାର:-
-ତେବେ ଆପଣ ଏହି ରିମେଡିର ବ୍ୟବହାର ପାଇଁ ଏକ ଗ୍ଲାସ ପାଣି ନିଅନ୍ତୁ ଆଉ ସେଥିରେ ସେହି ଗୁଣ୍ଡରୁ ଏକ ଚାମୁଚ ମିଶାନ୍ତୁ ।ଆଉ ତାହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ ।ତେବେ ଏହିପରି ଆପଣ2 ସପ୍ତାହ ଯାଏ କରନ୍ତୁ ଦେଖିବେ ଆପଣଙ୍କ ପେଟର ଚର୍ବି କେତେ କମି ଯାଇଥିବ ।
ଆଉ ସବୁଠାରୁ ବଡ଼ କଥା ହେଉଛି କି ଏହି ରିମେଡି ଖାଇବା ଯୋଗୁ ଶରୀରର କିଛି କ୍ଷତି ହେବା ପରିବର୍ତେ ବରଂ ହିତ ସାଧନ କରିଥାଏ ।ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଡାଇ ଥାଏ ।ତେବେ ଆପଣ ଏବେ ବି ଯଦି ଏହି ରିମେଡି କୁ ବ୍ୟବହାର କରି ନାହାନ୍ତି ତେବେ ଜଲଦି ବ୍ୟବହାର କରି ଉପକୃତ ହୁଅନ୍ତୁ ।ତେବେ ବାହାର କୌଣସି ଉପାୟ ବା ମେଡ଼ିସିନ ଠାରୁ ଏହା 100 ଗୁଣା ଭଲ ଓ ଲାଭଦାୟକ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।