ପୁଣି ନୂଆ ଷ୍ଟାଇଲରେ ” ସାରଥୀ ବାବା ” ଙ୍କ ଆଣ୍ଠୁଆ ଗୋପାଳ ଲୀଳା । DAITARI PANDA । ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ପୁଣି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଲା ସାରଥୀଙ୍କ ଆଣ୍ଠୁଆ ଗୋପାଳ ଲୀଳା ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଛୁଟିଛି ।ବନ୍ଧୁମାନେ ଆଜି ହୁଏତ ସାରଥୀ ବାବା ଜେଲରେ ଥାଇ ପାରନ୍ତି କିନ୍ତୁ ତାଙ୍କର ଲୀଳା ର ଝଲକ ବର୍ତ୍ତମାନ ବି ଦେଖୀଯିବାକୁ ମିଳୁଛି ଅନେକ ମଞ୍ଚରେ ।ଆଉ ସେମିତି ଗୋଟିଏ ଭିଡ଼ିଓ ଦେଖିବାକୁ ମିଳିଛି ସୋସିଆଲ ମେଡିଆ ପେଜରେ ।
ତେବେ ଭିଡ଼ିଓ ଟି ଏକ ଯାତ୍ରା ମଞ୍ଚର ହେଇଥିବା ବେଳେ ଏଥିରେ ସାରଥୀ ଙ୍କ ଆଣ୍ଠୁଆ ଗୋପାଳ ଲୀଳା ଅଭିନୀତ ହେଉଛି ।ତେବେ ସ୍ନମ୍ପୁର୍ଣ୍ଣ ଭିଡ଼ିଓ କେମିତି ଅଛି ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।
ଆମ ସମାଜରେ ସାଧାରଣ ଲୋକ ଙ୍କର ଆସ୍ଥା ଓ ଭାବନା କୁ ନେଇ କିଛି ଲୋକ ଖୁବ ତାହାର ଫାଇଦା ଉଠାଇଥାନ୍ତି ।ଆଉ ଅନେକ ସମୟରେ ନିରୀହ ଲୋକମାନେ ଭଣ୍ଡ ବାବା ମାନଙ୍କ ର ଭଣ୍ଡାମିର ଶିକାର ହେଇଥାନ୍ତି ।ତେବେ ଅନେକ ସମୟରେ ଏହିପରି ଭଣ୍ଡ ବାବା ମାନଙ୍କଙ୍କର ସତ ସାମ୍ନାକୁ ଆସୁଥିଲେ ବି ଏମିତି ଅନେକ ବାବା ନାମକ ବହୁରୂପୀ ଆମ ସମାଜ ଭିତରେ ଲୁଚି ରହିଛନ୍ତି।ତେବେ ସେହି ଭଣ୍ଡ ବାବା ଙ୍କ ଭିତରୁ କେନ୍ଦ୍ରାପଡା ର ସାରଥିବାବା ବି ଜଣେ, ତେବେ ତାଙ୍କର ସତ ସାମ୍ନା କୁ ଆସିବା ପରେ ଲୋକଲୋଚନରେ ଖୋଲ ଯାଇଥିଲା ତାଙ୍କର ସବୁ କଳା ଚିଠା ।ତେବେ ବର୍ତ୍ତମାନ ସାରଥି ବାବା କେମିତି ଆଣ୍ଠୁଆ ଗୋପାଳ ସାଜି ନାରୀଙ୍କ ସହିତ ନିଜ ବିଳାସ ପୂର୍ଣ୍ଣ ଜୀବନ ବିତାଉଥିଲେ ତାହାର ଏକ ଦୃଶ୍ୟ ଯାତ୍ରା ମଞ୍ଚରେ ନଜର ଆସିଛି ।
ତେବେ ବନ୍ଧୁମାନେ କୋଣାର୍କ ଗଣନାଟ୍ୟ ର ଏକ ନାଟକ ଯାହାର ନାଆ ରହିଛି ‘ମୁଁ କେନ୍ଦ୍ରାପଡା ର ବାବା’ ।ଆଉ ଏହି ଯାତ୍ରା ମଞ୍ଚରେ ସାରଥୀ ବାବା ଙ୍କ ସାରଥୀଙ୍କ ଆଣ୍ଠୁଆ ଗୋପାଳ ଲୀଳା ଦେଖିବାକୁ ମିଳୁଛି ।ଦଇତାରୀ ପଣ୍ଡା ଯିଏ ସାରଥୀ ଭୂମିକାରେ ଅଛନ୍ତି ଆଉ ସେ ଗୀତ କୃଷ୍ଣ ଙ୍କ ଗୀତ ଗାଉଛନ୍ତି ତାଙ୍କ ସାଙ୍ଗରେ ଅନେକ ନାରୀ ରହିଛନ୍ତି ଯେଉଁ ମାନଙ୍କୁ ସେ ଗୋପୀ ବୋଲି କହୁଛନ୍ତି ।ତେବେ ଏହି ଅଭିନୟ ମାଧ୍ୟମରେ ଦର୍ଶକ ଙ୍କୁ ଦେଖାଇ ଦିଆଯାଇଛି କି କେମିତି ସାରଥିବାବା ଜଣେ ଭଣ୍ଡ ବାବା ଥିଲେ ଆଉ ସେ କିପରି ନାରୀ ମାନଙ୍କ ର ଫାଇଦା ଉଠାଉ ଥିଲେ ।
ତେବେ ଯାତ୍ରା ମଞ୍ଚରେ ଏହି ଅଭିନୟ ଖୁବ ଜୋରଦାର ଚାଲିଥିବା ଦର୍ଶକ ବି ଏହାକୁ ଉପଭୋଗ କରୁଥିବାର ନଜର ଆସିଛନ୍ତି ।ତେବେ ଏହି ଭିଡ଼ିଓ ଟି ପୁରୁଣା ହେଇଥିଲେ ବି ଲୋକେ ଆଜି ବି ଏହାକୁ ଦେଖୁଛନ୍ତି, କାରଣ ଦଇତାରି ସାରଥୀ ଙ୍କ ଭୂମିକା କୁ ଖୁବ ନିଖୁଣ ଭାବରେ ଲୋକଙ୍କ ଆଗରେ ଦେଖାଇ ପାରିଛନ୍ତି ।ତେବେ ଭିଡ଼ିଓ ଲୋକଙ୍କୁ ସଚେତନ କରୁଛି କି ବାବା ମାନଙ୍କୁ ଆଖିବୁଜି ବିଶ୍ୱାସ କରନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।